ହିମେଶଙ୍କ ସହ ତୃତୀୟ ଗୀତ ରେକର୍ଡ କଲେ ରାନୁ ମଣ୍ଡଳ

ମୁମ୍ବାଇ: ପଶ୍ଚିମବଙ୍ଗ ରାନାଘାଟ ଷ୍ଟେସନ୍‌ରେ ଗୀତ ଗାଇ ସୋଶାଲ୍‌ ମିଡିଆରେ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିୟା ଲଗାତାର ଭାବେ ତାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଉଛନ୍ତି। ଏହି ଫିଲ୍ମ ପାଇଁ ରାନୁ ପୂର୍ବରୁ ଦୁଇଟି ଗୀତ ଗାଇଥିବା ବେଳେ ହିମେଶ ତାଙ୍କୁ ଆଉ ଏକ ଗୀତ ଦେଇଥିବା ଜଣାପଡ଼ିଛି। ଏମିତିକି […]

ranu

ranu

Chinmayee Roy
  • Published: Tuesday, 03 September 2019
  • Updated: 09 September 2019, 10:31 AM IST

Sports

Latest News

ମୁମ୍ବାଇ: ପଶ୍ଚିମବଙ୍ଗ ରାନାଘାଟ ଷ୍ଟେସନ୍‌ରେ ଗୀତ ଗାଇ ସୋଶାଲ୍‌ ମିଡିଆରେ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିୟା ଲଗାତାର ଭାବେ ତାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଉଛନ୍ତି। ଏହି ଫିଲ୍ମ ପାଇଁ ରାନୁ ପୂର୍ବରୁ ଦୁଇଟି ଗୀତ ଗାଇଥିବା ବେଳେ ହିମେଶ ତାଙ୍କୁ ଆଉ ଏକ ଗୀତ ଦେଇଥିବା ଜଣାପଡ଼ିଛି। ଏମିତିକି ତୃତୀୟ ଗୀତର ରେକର୍ଡିଂ ବି ସରିଯାଇଛି। ଏହି ଗୀତଟି ହିମେଶଙ୍କ ଏକ ସୁପରହିଟ୍‌ ଗୀତର ନୂଆ ଭର୍ସନ।

https://www.instagram.com/p/B16nmgoHx3b/?utm_source=ig_web_copy_link

ଏ ନେଇ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। ଏଥରେ ହିମେଶଙ୍କ ସୁପରହିଟ୍‌ ଗୀତ ‘ଆଶିକି ମେଁ ତେରୀ’କୁ ରାନୁ ବେଶ୍ ଖୁସିର ସହ ଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ର ଅଭିନେତ୍ରୀ ସୋନିଆ ମାନ୍ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍ କରିଛନ୍ତି। ସୋନିଆ ଏହି ଫିଲ୍ମରେ ହିମେଶଙ୍କ ସହ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି।

ସେ ଏହି ଭିଡିଓ ପୋଷ୍ଟ୍ କରି ଲେଖିଛନ୍ତି, “ତେରୀ ମେରୀ କାହାନୀ’ ପରି ବ୍ଲକ୍‌ବଷ୍ଟର୍‌ ଗୀତ ପରେ ହିମେଶ ରେଶମିୟା ନିଜ ଗୀତ ‘ଆଶିକି ମେଁ ତେରୀ’କୁ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ ପାଇଁ ରିକ୍ରେଏଟ କରୁଛନ୍ତି। ଏହାକୁ ସେ ଓ ରାନୁ ମଣ୍ଡଲ ଗାଉଛନ୍ତି। ଦେଖନ୍ତୁ ଏହି ଗୀତର କିଛି ଝଲକ।” ହିମେଶ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଭିଡିଓକୁ ଶେଆର କରିଛନ୍ତି।

ସୂଚନାଯୋଗ୍ୟ, ରାନୁ ମଣ୍ଡଳଙ୍କ ଗୀତ ଗାଇବା ଶୈଳୀରେ ହିମେଶ୍‌ ଖୁବ୍ ପ୍ରଭାବିତ ହୋଇଛନ୍ତି। ସୁପର୍‌ଷ୍ଟାର୍‌ ସିଙ୍ଗର୍‌ର ମଞ୍ଚ ଉପରେ ରାନୁଙ୍କ କଣ୍ଠରୁ ‘ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ’ ଗୀତ ଶୁଣିବା ପରେ ସେ ତାଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos