ହ୍ରିତିକ୍‌ ବିଶ୍ୱର ସବୁଠୁ ହ୍ୟାଣ୍ଡ୍‌ସମ୍‌ ଅଭିନେତା!

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ହ୍ରିତିକ ରୋଶନ୍‌ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ବି ଖୁବ୍‌ ଲୋକପ୍ରିୟ। ବି’ ଟାଉନ୍‌ର ଏହି ୪୪ ବର୍ଷୀୟ ସୁପର୍‌ ହିରୋ ନିକଟରେ ପ୍ରକାଶିତ ବିଶ୍ୱର ହ୍ୟାଣ୍ଡ୍‌ସମ୍‌ ଅଭିନେତା-୨୦୧୮ ତାଲିକାର ଶୀର୍ଷରେ ରହିଛନ୍ତି। ବିଶ୍ୱର ସବୁଠାରୁ ହ୍ୟାଣ୍ଡ୍‌ସମ୍‌ ଅଭିନେତା ତାଲିକାର ଟପ୍‌ ଟେନ୍‌ରେ ହ୍ରିତିକ୍‌, ହଲିଉଡ୍‌ ଅଭିନେତା ରବର୍ଟ ପ୍ୟାଟିନ୍‌ସନ୍‌, ଟମ୍‌ ହିଡ୍‌ଲଷ୍ଟନ୍‌, ହେନ୍‌ରୀ କ୍ୟାବିଲ୍‌, ନୋଃ ମିଲ୍‌ସ୍‌ ଏବଂ ଡ୍ୟାଭିଡ୍‌ ବ୍ରୋନାଜ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଏହା ପୂର୍ବରୁ ୨୦୧୧-୧୨ରେ ହ୍ରିତିକ୍‌ ବିଶ୍ୱର […]

HrithikRoshan

Biswobandita Swain
  • Published: Saturday, 05 January 2019
  • , Updated: 05 January 2019, 03:35 PM IST

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ହ୍ରିତିକ ରୋଶନ୍‌ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ବି ଖୁବ୍‌ ଲୋକପ୍ରିୟ। ବି' ଟାଉନ୍‌ର ଏହି ୪୪ ବର୍ଷୀୟ ସୁପର୍‌ ହିରୋ ନିକଟରେ ପ୍ରକାଶିତ ବିଶ୍ୱର ହ୍ୟାଣ୍ଡ୍‌ସମ୍‌ ଅଭିନେତା-୨୦୧୮ ତାଲିକାର ଶୀର୍ଷରେ ରହିଛନ୍ତି। ବିଶ୍ୱର ସବୁଠାରୁ ହ୍ୟାଣ୍ଡ୍‌ସମ୍‌ ଅଭିନେତା ତାଲିକାର ଟପ୍‌ ଟେନ୍‌ରେ ହ୍ରିତିକ୍‌, ହଲିଉଡ୍‌ ଅଭିନେତା ରବର୍ଟ ପ୍ୟାଟିନ୍‌ସନ୍‌, ଟମ୍‌ ହିଡ୍‌ଲଷ୍ଟନ୍‌, ହେନ୍‌ରୀ କ୍ୟାବିଲ୍‌, ନୋଃ ମିଲ୍‌ସ୍‌ ଏବଂ ଡ୍ୟାଭିଡ୍‌ ବ୍ରୋନାଜ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହା ପୂର୍ବରୁ ୨୦୧୧-୧୨ରେ ହ୍ରିତିକ୍‌ ବିଶ୍ୱର ସବୁଠାରୁ ସେକ୍ସି ୫୦ ଏସୀୟ ପୁରୁଷଙ୍କ ତାଲିକାରେ ମଧ୍ୟ ଟପ୍‌ରେ ଥିଲେ।

‘କହୋ ନା ପ୍ୟାର୍‌ ହୈ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ହ୍ରିତିକଙ୍କ ଆଗାମୀ ସିନେମା ‘ସୁପର-୩୦’ ଜାନୁଆରୀ ୨୫ରେ ରିଲିଜ୍‌ ହେବ। ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଏହି ଫିଲ୍ମ୍‌ ଆଧାରିତ।

Related story