ଫିଲ୍ମ ରିଲିଜ୍ ପୂର୍ବରୁ ତରତର ହୋଇ କାହିଁକି ବାହା ହୋଇଗଲେ କପିଲଙ୍କ ହିରୋଇନ୍?

ମୁମ୍ବାଇ: ଦିନେ ପରେ ରିଲିଜ ହେବାକୁ ଯାଉଛି କମେଡିଆନ୍‌ କପିଲ ଶର୍ମାଙ୍କ ଅପକମିଂ ଫିଲ୍ମ ‘ଫିରଙ୍ଗି’। କିନ୍ତୁ ଫିଲ୍ମ ସହିତ ଜଡ଼ିତ ବିଭିନ୍ନ ଖବରକୁ ଛାଡ଼ି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେହି ଫିଲ୍ମରେ କପିଲଙ୍କ ଅପୋଜିଟ୍‌ରେ ଅଭିନୟ କରିଥିବା ଇସିତା ଦତ୍ତା ଜଣାଶୁଣା ଅଭିନେତା ବତ୍ସଲ ସେଠଙ୍କୁ ବିବାହ କରିଛନ୍ତି। ଏବେ ଏହି ବାହାଘରକୁ ନେଇ ବି’ ଟାଉନ୍‌ରେ ଜୋର ଚର୍ଚ୍ଚା ଧରିଛି। ଫିଲ୍ମ ରିଲିଜ୍ ପର୍ଯ୍ୟନ୍ତ ଇସିତା ଅପେକ୍ଷା କରିପାରିଲେ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆଉ ଏକ ଚର୍ଚ୍ଚା ମଧ୍ୟ ହେଉଛି। ହୁଏତ ବତ୍ସଲ ତାଙ୍କ ପାଇଁ ଳକି ସାବ୍ୟସ୍ତ ହୋଇପାରନ୍ତି ଓ ଫିଲ୍ମଟି ହିଟ୍ ହେବା ସହିତ ତାଙ୍କ ଅଭିନୟ ବି ଅନ୍ୟ ନିର୍ଦ୍ଦେଶକ ଓ ପ୍ରୟୋଜକଙ୍କୁ ଆକୃଷ୍ଟ କରିପାରେ। ଛାଡ଼ନ୍ତୁ ଏସବୁ କଥା। ଚର୍ଚ୍ଚା ତ ଏମିତି ଚାଲିବ। ବତ୍ସଲଙ୍କ ସହିତ ଇସିତାଙ୍କର ପ୍ରଥମେ ଦେଖା ହୋଇଥିଲା ‘ରିସ୍ତୌ କା ସୌଦାଗର ବାଜିଗର’ ସେଟ୍‌ରେ। ପ୍ରଥମ ଦେଖାରୁ ହିଁ ପ୍ରେମ ହୋଇଯାଇଥିଲା ଦୁହିଁଙ୍କୁ।

ishitaଖବର ଅନୁଯାୟୀ ଦୁହେଁ ମଙ୍ଗଳବାର ଦିନ ମୁମ୍ବାଇର ଜୁହୁ ସ୍ଥିତ ଇସ୍କନ ମନ୍ଦିରରେ ବିବାହ କରିଥିଲେ। ଅବଶ୍ୟ ବିବାହ ବେଶି ଜାକଜମକରେ ହୋଇନଥିଲା। ଏଥିରେ କେବଳ ସେମାନଙ୍କର କିଛି ଖାସ୍‌ ବନ୍ଧୁ ସାମିଲ ହୋଇଥିଲା। ବତ୍ସଲ ନିଜ ବିବାହର ଏହି ଫଟୋ ଇନ୍‌ଷ୍ଟାଗ୍ରାମରେ ସେଆର କରିଥିଲେ। ସେଥିରେ ଅଭିନେତା ଅରବାଜ ଖାନ୍‌, ବବି ଦେୱଲ, ନିର୍ଦେଶକ ଅପୂର୍ବ ଲିଖିଆ  ଓ ଅଭିନେତା ଅଂକୁର ଭାଟିଆଙ୍କୁ ଦେଖିବାକୁ ମିଳିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।