ବୟଫ୍ରେଣ୍ଡ ଶିଖରଙ୍କୁ ଡେଟ୍‌ କରୁଛନ୍ତି ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ରଖୁ ରଖୁ ଚର୍ଚ୍ଚାକୁ ଆସିଗଲେଣି ଶ୍ରିଦେବୀ କନ୍ୟା ଜାହ୍ନବୀ। ଗୋଟେ ପଟେ ବଲିଉଡରେ ତାଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ଜାହ୍ନବୀ ଓ ଶିଖର ପହରିଆଙ୍କ ସଂପର୍କକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।

ପୂର୍ବରୁ ଜାହ୍ନବୀ ଓ ଶିଖରଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାର ଖବର ଓ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ନିକଟରେ ଉଭୟଙ୍କୁ ମୁମ୍ବାଇର ଏକ ରେସ୍ତୋରାଁରୁ ଏକାଠି ବାହାରି ଆସିବାର ମଧ୍ୟ ଦେଖିବାକୁ ମିଳିଥିଲା।