ରିଲିଜ ହେଲା ‘କାବୀଲ’ର ଆଉ ଏକ ଗୀତ

ମୁମ୍ବାଇ: ରିଲିଜ ହେଲା ‘କାବୀଲ’ର ଆଉ ଏକ ଗୀତ ‘ସାରା ଜମାନା ହସିନୋକା ଦିୱାନା’। ଫିଲ୍ମର ଅଫିସିଆଲ ଟ୍ୱିଟର ପେଜରେ ଗୀତର ଟିଜର ଟ୍ୱିଟ୍‌ କରାଯାଥିଲା। ଏହି ଗୀତରେ ଉର୍ବଶୀ ରୋତେଲା ଡ୍ୟାନ୍ସ କରୁଥିବାର ଦେଖାଯିବେ।

ଅମିତାଭ ବଚ୍ଚନଙ୍କ ‘ୟାରାନା’ ଫିଲ୍ମରେ ‘ସାରା ଜମାନା ହସିନୋକା ଦିୱାନା’ ଗୀତଟିର ମେଲ ଭର୍ସନ ସେ ସମୟରେ ଖୁବ୍‌ ହିଟ୍‌ କରିଥିଲା। କିନ୍ତୁ  ‘କାବୀଲ’ରେ ଏହି ଗୀତର ନୂଆ ଭର୍ସନକୁ ଫିମେଲ ସିଙ୍ଗର ଗାଇଛନ୍ତି।