ରିଲିଜ୍‌ ହେଲା ‘କଡଓ୍ୱି ହାଓ୍ୱା’ ଓ ‘ଜୁଲି ୨’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ୨ଟି ଭିନ୍ନ ଧରଣର ଫିଲ୍ମ।  ଓଡ଼ିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଫିଲ୍ମ ‘କଡଓ୍ୱି ହାଓ୍ୱା’ ଓ ଦୀପକ ଶିବଦାସିନୀଙ୍କ ଫିଲ୍ମ ‘ଜୁଲି ୨’।  ନୀଳମାଧବ ପଣ୍ଡାଙ୍କ ବଲିଉଡ ଫିଲ୍ମ ‘କଡଓ୍ୱି ହାଓ୍ୱା’କୁ ଫିଲ୍ମ ସମୀକ୍ଷକ ବେଶ ପ୍ରଶଂସା କରିଛନ୍ତି।  ଜଳବାୟୁ ପରିବର୍ତ୍ତନ ଓ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ସମସ୍ୟା ଭଳି ଗୁରୁତର ପ୍ରସଙ୍ଗକୁ ନିର୍ଦ୍ଦେଶକ ସିଲଭର ସ୍କ୍ରିନରେ ଚିତ୍ରିତ କରିଛନ୍ତି। ଗୋଟିଏ ପଟେ […]

Kadvi-Hawa

Kadvi-Hawa

Rakesh Mallick
  • Published: Friday, 24 November 2017
  • Updated: 24 November 2017, 12:59 PM IST

Sports

Latest News

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ୨ଟି ଭିନ୍ନ ଧରଣର ଫିଲ୍ମ।  ଓଡ଼ିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଫିଲ୍ମ ‘କଡଓ୍ୱି ହାଓ୍ୱା’ ଓ ଦୀପକ ଶିବଦାସିନୀଙ୍କ ଫିଲ୍ମ ‘ଜୁଲି ୨’।  ନୀଳମାଧବ ପଣ୍ଡାଙ୍କ ବଲିଉଡ ଫିଲ୍ମ ‘କଡଓ୍ୱି ହାଓ୍ୱା’କୁ ଫିଲ୍ମ ସମୀକ୍ଷକ ବେଶ ପ୍ରଶଂସା କରିଛନ୍ତି।  ଜଳବାୟୁ ପରିବର୍ତ୍ତନ ଓ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ସମସ୍ୟା ଭଳି ଗୁରୁତର ପ୍ରସଙ୍ଗକୁ ନିର୍ଦ୍ଦେଶକ ସିଲଭର ସ୍କ୍ରିନରେ ଚିତ୍ରିତ କରିଛନ୍ତି।

ଗୋଟିଏ ପଟେ ଜଳ ଅଭାବରୁ ମରୁଡ଼ି ପ୍ରଭାବିତ ବୁନ୍ଦେଲଖଣ୍ଡ, ଅନ୍ୟପଟେ ବନ୍ୟା, ବାତ୍ୟା ପ୍ରଭାବରେ ଲୀନ ହେଉଥିବା ଉପକୂଳ ଓଡ଼ିଶାର ଗାଁର ଚିତ୍ରକୁ ଫିଲ୍ମରେ ଉପସ୍ଥାପନ କରାଯାଇଛି। ଏହି ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ସଞ୍ଜୟ ମିଶ୍ର ଓ ରଣବୀର ସୋରେ।

ଅନ୍ୟପକ୍ଷରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ମାଧ୍ୟରେ ଫିଲ୍ମ ‘କଡଓ୍ୱି ହାଓ୍ୱା’ କୁ ଶୁଭେଚ୍ଛା ଜଣାଇଛନ୍ତି। ଜଳ ବିହୁଳେ ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟି ନାସର ବର୍ତ୍ତାକୁ ବାଲୁକା କଳା ମାଧ୍ୟମରେ ବେଶ ନିଖୁଣ ଭାବେ ଦେଖାଇବାକୁ ଚେଷ୍ଟା କରିଛନ୍ତି ସୁଦର୍ଶନ।

ସେହିପରି ହିରୋଇନ ହେବାକୁ ହେଲେ କିଭଳି କମ୍ପ୍ରମାଇଜ କରିବାକୁ ହୁଏ ତାକୁ ନେଇ ଫିଲ୍ମ ‘ଜୁଲି-୨’ ନିର୍ମାଣ ହୋଇଛି।  ୨୦୦୪ରେ ରିଲିଜ ହୋଇଥିବା ‘ଜୁଲି’ ଫିଲ୍ମର ସିକ୍ୱେଲ ହେଉଛି ‘ଜୁଲି-୨’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos