କାନୁନ କା ହାତ ଲମ୍ବେ ହୋତେ ହେଁ: ଅକ୍ଷୟ

ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜର ଅପ୍‌ପମିଂ ଫିଲ୍ ‘ଜଲି ଏଲ୍‌ଏଲ୍‌ବି-୨’ର ପ୍ରମୋଶନ ନୂଆ ଅନ୍ଦାଜରେ କରୁଛନ୍ତି। ଆଜି ‘ଜଲି ଏଲ୍‌ଏଲ୍‌ବି-୨’ର ଟ୍ରେଲର ରିଲିଜ ଅବସରରେ ଅକ୍ଷୟ ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ନିଜ ପ୍ରଶଂସକଙ୍କୁ ‘କାନୁନ କା ହାତ ଲମ୍ବେ ହୋତେ ହେଁ’ କହୁଥିବା ନଜରକୁ ଆସିଛନ୍ତି।

ଭିଡିଓରେ ଅକ୍ଷୟ ନିଜ ପ୍ରଶଂସକଙ୍କୁ ନୂଆ ବର୍ଷରେ ମଦ ପିଇ ଗାଡି ନ ଚଲାଇବାକୁ ପରାମର୍ଶ ଦେଉଛନ୍ତି। ସେ କହିଛନ୍ତି,“ଯିଏ ଡ୍ରିଙ୍କ ଆଣ୍ଡ ଡ୍ରାଇଭ କରିବ ସେ ଆଇନ ଆଖିରୁ ବଞ୍ଚି ପାରିବ ନାହିଁ।

‘ଜଲି ଏଲ୍‌ଏଲ୍‌ବି-୨’ ୨୦୧୭ ଫେବୃଆରୀ ୧୦ ତାରିଖରେ ରିଲିଜ ହେବ। ଏଥିରେ ଅକ୍ଷୟ କୁମାର ଜଣେ ଓକିଲ (ଜଗଦୀଶ ମିଶ୍ରା) ଭୁମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ଅକ୍ଷୟଙ୍କ ଲୁକ୍‌କୁ ନେଇ ବହୁତ ଚର୍ଚ୍ଚା ହେଉଛି।