ପତ୍ନୀ ବିପାଶାଙ୍କ ପାଇଁ ଗୀତ ଲେଖିଲେ କରନ୍‌

ମୁମ୍ବାଇ: ଅଭିନେତା କରନ ସିଂ ଗ୍ରୋଭର ତାଙ୍କର ଅଭିନେତ୍ରୀ ପତ୍ନୀ ବିପାଶା ବାସୁଙ୍କ ପାଇଁ ଲେଖିଛନ୍ତି ରୋମାଣ୍ଟିକ୍‌ ଗୀତ। ଏହି ଗୀତର ଟାଇଟଲ ‘ରାଇଟ୍‌ ଏଜ୍‌ ରେନ୍‌’ ରଖିଛନ୍ତି।

ତେବେ ଏହି ଗୀତଟି ଉଭୟଙ୍କ ଭଲ ପାଇବାକୁ ନେଇ ଲେଖା ଯାଇଥିବା କଥା କହିଛନ୍ତି କରନ୍‌। ଏହି ଗୀତକୁ ରକ୍‌ ଅନ୍ଦାଜର ରୂପ ଦେବା ପାଇଁ ପ୍ରତିଦିନ ଏହି ଗୀତକୁ କରନ୍‌ ଅଭ୍ୟାସ ମଧ୍ୟ କରୁଛନ୍ତି।