କାମିନୀର ପାପ ପାଇଁ ବାଟବଣା କର୍ଣ୍ଣ

ଝରଣାର ପ୍ରକୃତି ବହିଯିବ। ସେ କୁଳୁକୁଳୁ ନାଦ କରି ଅଙ୍କାବଙ୍କା ହୋଇ ପାହାଡ଼ରୁ ବହିଆସେ। ଝରଣା ପରି କିଶୋରୀ ମନ ଚଞ୍ଚଳା। ଫଗୁଣର ପହିଲି ସ୍ପର୍ଶ ପାଇବା ପରେ ଖୋଜିବୁଲେ ମନର ମଣିଷକୁ। ଆଉ ତା’କୁ ପାଇବା ପରେ ଦେଇବସେ ସବୁକିଛି। ସେତେବେଳେ ସେ ଭୁଲିଯାଏ ପାପ ଓ ପୂଣ୍ୟ। ଠିକ୍‌ ସେମିତି ଏକ ପଥ ଦେଇ ଗତିକରିଥିଲା କାମିନୀ। କିଶୋରୀ ବୟସରେ ଅନଳଙ୍କୁ ମନ ଦେଇବସିଥିଲେ। ସମୟ ଚକ୍ରରେ ଅନଳ ଜେଲ ଯାଉଛି। ଆଉ ତା’ପରେ […]

karna

karna

Manoranjan Sial
  • Published: Tuesday, 19 May 2020
  • Updated: 19 May 2020, 09:35 PM IST

ଝରଣାର ପ୍ରକୃତି ବହିଯିବ। ସେ କୁଳୁକୁଳୁ ନାଦ କରି ଅଙ୍କାବଙ୍କା ହୋଇ ପାହାଡ଼ରୁ ବହିଆସେ। ଝରଣା ପରି କିଶୋରୀ ମନ ଚଞ୍ଚଳା। ଫଗୁଣର ପହିଲି ସ୍ପର୍ଶ ପାଇବା ପରେ ଖୋଜିବୁଲେ ମନର ମଣିଷକୁ। ଆଉ ତା’କୁ ପାଇବା ପରେ ଦେଇବସେ ସବୁକିଛି। ସେତେବେଳେ ସେ ଭୁଲିଯାଏ ପାପ ଓ ପୂଣ୍ୟ। ଠିକ୍‌ ସେମିତି ଏକ ପଥ ଦେଇ ଗତିକରିଥିଲା କାମିନୀ। କିଶୋରୀ ବୟସରେ ଅନଳଙ୍କୁ ମନ ଦେଇବସିଥିଲେ। ସମୟ ଚକ୍ରରେ ଅନଳ ଜେଲ ଯାଉଛି। ଆଉ ତା’ପରେ କାମିନୀ ନିଜ ଗର୍ଭରେ ବଢ଼ୁଥିବା ପିଲାକୁ ଜନ୍ମ ଦେଇ ଫିଙ୍ଗି ଦେଉଛି। ଯାହାକୁ ମହେଶ ମାନସିଂହ ଉଦ୍ଧାର କରି ଲାଳନପାଳନ କରୁଛି। ତା’ର ନାଁ ରଖୁଛି କର୍ଣ୍ଣ। ସେପଟେ କାମିନୀ ଅନ୍ୟ ଜଣେ ଯୁବକଙ୍କୁ ବିବାହ କରି ଘର ସଂସାର ଗଢ଼ୁଛନ୍ତି। ୩ଟି ସନ୍ତାନର ମାଆ ହେଉଛନ୍ତି କାମିନୀ। ହସଖୁସିରେ ସଂସାର ଚାଲିଛି। ଠିକ୍‌ ସେତିକି ବେଳେ ଜେଲ୍‌ରୁ ବାହାରନ୍ତି ଅନଳ। ପ୍ରଥମେ ନିଜ ପ୍ରେମିକା ଓ ତାଙ୍କ ପୁଅକୁ ଖୋଜନ୍ତି। ମାତ୍ର ସେ ଶୁଣିବାକୁ ପାଆନ୍ତି ଯାହାଙ୍କୁ ଏତେ ଭଲ ପାଉଥିଲେ, ସିଏ ଅନ୍ୟ କାହାକୁ ବାହା ହୋଇଯାଇଛନ୍ତି। ଯେଉଁଥିପାଇଁ ପ୍ରତିଶୋଧ ପରାୟାଣ ହୋଇପଡ଼ନ୍ତି। ନିଜ ପୁଅକୁ ପାଇବା ପାଇଁ କାମିନୀଙ୍କ ଉପରେ ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛନ୍ତି। ଏହାକୁ ନେଇ “କର୍ଣ୍ଣ ଖୋଜୁଛି ତା’ ନିଜ ଠିକଣା”  ନାଟକ ଆଉଛି।

ନୀଳଗିରି(ବିଶ୍ୱମ୍ୱର ଦାସ): ଧଉଳି ଗଣନାଟ୍ୟର ଏହି ନାଟକକୁ ଅଜୟ ସ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ତାପସ ସ୍ୱାଇଁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିହିର ମହାନ୍ତି। ୨୦୧୯-୨୦ ବର୍ଷରେ ଧଉଳି ଗଣନାଟ୍ୟରେ ଏହି ନାଟକ ଏକ ଚର୍ଚ୍ଚିତ ନାଟକ। ଏଥିରେ ରୋମାଣ୍ଟିକ୍‌ ହିରୋ ଗୌର ଦାସ କର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ବଳିଷ୍ଟ ଅଭିନୟ ନାଟକକୁ ଅଧିକ ସାବଲିଳ କରିଛି। ଯାହା ଦର୍ଶକଙ୍କ ମନ କିଣିପାରିଛି।

ନାଟ୍ୟକାର ଅଜୟ ସ’ଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର ବଉଳଗଡିଆ ଗାଁରେ। ପିଲାବେଳୁ ତାଙ୍କର ଲେଖାଲେଖି ଉପରେ ଥିଲା ଦୁର୍ବଳତା। ସ୍କୁଲରେ ପଢ଼ୁଥିବା ବେଳେ ଏକାଙ୍କିକା ଲେଖିଥିଲେ। କଲେଜ ଜୀବନରେ ଗଳ୍ପ ଓ କବିତା ଲେଖୁଥିଲେ। ଏହି ଲେଖା ଗୁଡ଼ିକ କେତେକ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା। ଯେଉଁଥିପାଇଁ ସାଙ୍ଗଙ୍କଠାରୁ ସାଉଟିଥିଲେ ବହୁ ପ୍ରଶଂସା। ସାଙ୍ଗ ସାଥୀଙ୍କ ପ୍ରେରଣାରେ ନାଟକ ଲେଖିବା ଆରମ୍ଭ କଲେ ଅଜୟ ବାବୁ। ତେବେ ୨୦୦୮ ମସିହାରେ ତାଙ୍କୁ ସଫଳତା ମିଳିଥିଲା। ‘ରାଧା ବିନୋଦିନୀ’ ଯାତ୍ରା ପାର୍ଟିରେ ତାଙ୍କୁ ପ୍ରଥମ ବ୍ରେକ୍‌ ମିଳିଲା। ‘ଲିଭିନି ଅଳତା ଶୁଖିନି ଲୁହ’ ନାଟକଟି ବେଶ ପ୍ରଶଂସା ପାଉଁଣ୍ଟିଥିଲା। ତା’ ପରଠାରୁ ତାଙ୍କ କଲମ ଆଉ ଅଟକିନି। ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକ ଲେଖି ଚାଲିଛନ୍ତି। ତାଙ୍କର ଚର୍ଚ୍ଚିତ ନାଟକ ଭିତରେ ‘ବିଶ୍ୱ ଦରବାର’ରେ ଅଙ୍ଗନବାଡି ଦିଦି, ‘ବାଘାଯତୀନ ଲୋକନାଟ୍ୟ’ର ଚକ୍ରବ୍ୟୂହ ଓ ଗଣ ଦୁଷ୍କର୍ମ ଭଳି ନାଟକ ରହିଛି। ତେବେ ଚଳିତବର୍ଷ ‘ଧଉଳି ଗଣନାଟ୍ୟ’ର ‘କର୍ଣ୍ଣ ଖୋଜୁଛି ତା’ ନିଜ ଠିକଣା’ ନାଟକ ବେଶ ସୁପରହିଟ୍‌ ହୋଇଛି।

ଅଜୟ ସ’ ପେଶାରେ ଜଣେ ଏଲ୍‌ଆଇସି ଏଜେଣ୍ଟ। କିନ୍ତୁ ନିଶା ହେଉଛି ନାଟକ ରଚନା। ବ୍ୟସ୍ତବହୁଳ ସମୟ ଭିତରୁ ଟିକେ ସମୟ ମିଳିଲେ ଡାଏରୀ ଓ କଲମ ଧରି ଚାଲି ଯାଉଥିଲେ ପାହାଉ ଉପରକୁ। ସେହିଠାରେ ହଜି ଯାଆନ୍ତି କାଳ୍ପଳିକ ଦୁନିଆରେ। ଆଉ ତା’ପରେ ତାଙ୍କ କଲମ ଆଉ ଅଟକି ନାହିଁ।

ନାଟକକୁ ନେଇ ସେ କୁହନ୍ତି-“ପୁରାଣ ଯୁଗରେ ଗୋଟିଏ କୁଆରୀ ମାଆର ଭୁଲ୍‌ ପାଇଁ ଜଣେ କର୍ଣ୍ଣ ସାରା ଜୀବନ ନିଷ୍ପେଶିତ ହୋଇଥିଲା। ସାରା ଜୀବନ ସମାଲୋଚନାରେ ଶିକାର ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ ଅନେକ କୁଆରୀ ମାଆ ଅଛନ୍ତି। ସେମାନଙ୍କ ପାଇଁ ଅନେକ କର୍ଣ୍ଣ ଆଜି ନିଷ୍ପେଶିତ ଓ ଅବହେଳିତ ହୋଇଛନ୍ତି। ଏହି କଥାବସ୍ତୁ ଉପରେ ତିଆରି ହୋଇଛି ନାଟକ ‘କର୍ଣ୍ଣ ଖୋଜୁଛି ତା’ ଠିକଣା’। ପ୍ରେମ କରିବା ପାପ ନୁହେଁ, କିନ୍ତୁ ପ୍ରେମ କରି ଭୁଲ୍‌ କରିବା ଓ ଶହଶହ କର୍ଣ୍ଣ ଜନ୍ମ ଦେଇ ସମାଜରେ ଛାଡ଼ି ଦେବା ହେଉଛି ପାପ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story