‘ଖରାପ ବୋହୂ’ ଜବାବରେ କଶ୍ମୀରା କହିଲେ ‘କ୍ରୂର ଶାଶୁ’

ମୁମ୍ବାଇ: ଶାଶୁ-ବୋହୂ କଳି ଦାଣ୍ଡରେ ପଡ଼ି ଏବେ ଟ୍ୱିଟର ଆଡ଼େ ମୁହାଁଇଲାଣି। କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି। ଶାଶୁ ଲଗାଇଥିବା ‘ଖରାପ ବୋହୂ’ର ଟ୍ୟାଗ୍‌ ଉପରେ ଜବାବ ଦେବାକୁ ଯାଇ ବୋହୂ ଖୁଲମଖୁଲା କହିଛନ୍ତି ‘କ୍ରୂର ଶାଶୁ’। ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଓ ଭଣଜା କୃଷ୍ଣା ଅଭିଷେକଙ୍କ ପତ୍ନୀ କଶ୍ମୀରା ଶାହଙ୍କ ମଧ୍ୟରେ ଚାଲିଥିବା କଥା କଟାକଟି ଏବେ ବି-ଟାଉନ୍‌ର ହଟ୍‌ ଗସିପ ପାଲଟିଛି। ଭଣଜା କୃଷ୍ଣା ଅଭିଷେକ ମାମୁ ଗୋବିନ୍ଦାଙ୍କୁ ସବୁବେଳେ ସମ୍ମାନ ଦେଉଥିବା […]

kasmira-saha-&-sunita

kasmira-saha-&-sunita

Niharika Rout
  • Published: Thursday, 30 September 2021
  • Updated: 30 September 2021, 02:44 PM IST

Sports

Latest News

ମୁମ୍ବାଇ: ଶାଶୁ-ବୋହୂ କଳି ଦାଣ୍ଡରେ ପଡ଼ି ଏବେ ଟ୍ୱିଟର ଆଡ଼େ ମୁହାଁଇଲାଣି। କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି। ଶାଶୁ ଲଗାଇଥିବା ‘ଖରାପ ବୋହୂ’ର ଟ୍ୟାଗ୍‌ ଉପରେ ଜବାବ ଦେବାକୁ ଯାଇ ବୋହୂ ଖୁଲମଖୁଲା କହିଛନ୍ତି ‘କ୍ରୂର ଶାଶୁ’। ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଓ ଭଣଜା କୃଷ୍ଣା ଅଭିଷେକଙ୍କ ପତ୍ନୀ କଶ୍ମୀରା ଶାହଙ୍କ ମଧ୍ୟରେ ଚାଲିଥିବା କଥା କଟାକଟି ଏବେ ବି-ଟାଉନ୍‌ର ହଟ୍‌ ଗସିପ ପାଲଟିଛି।

ଭଣଜା କୃଷ୍ଣା ଅଭିଷେକ ମାମୁ ଗୋବିନ୍ଦାଙ୍କୁ ସବୁବେଳେ ସମ୍ମାନ ଦେଉଥିବା ବେଳେ ଉଭୟଙ୍କ ପତ୍ନୀଙ୍କ ମଧ୍ୟରେ କିନ୍ତୁ ଦେଖିବାକୁ ମିଳିଛି ପୂରା ଓଲଟା। କେହି କାହାକୁ ବରଦାସ୍ତ କରିବା ମୁଡରେ ନାହାନ୍ତି। ପରସ୍ପରର ଛାଇ ଦେଖିଲେ ନାହି ଡେଉଁଛି। ପାରିବାରିକ ଶାନ୍ତି ଫେରାଇ ଆଣିବାକୁ କୃଷ୍ଣା ମାମୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ଚାଲିଥିବା ବେଳେ ତାଙ୍କ ପତ୍ନୀ କଶ୍ମୀରା କିନ୍ତୁ ସୁନୀତାଙ୍କୁ ଟାର୍ଗେଟ କରି ଚାଲିଛନ୍ତି।

‘ଖରାପ ବୋହୂ’ ଟ୍ୟାଗରେ ଖପ୍ପା ହୋଇଯାଇଥିବା କଶ୍ମୀରା ରାଗି ପାଚି ନିଆଁବାଣ ହୋଇଯାଇଛନ୍ତି। ଏଥିସହ ଟ୍ୱିଟ କରି କହିଛନ୍ତି, ଏକ ଟ୍ୱିଟ ପଢ଼ୁପଢ଼ି ମୋ ପୁଅ ମୋତେ ‘ଖରାପ ବୋହୂ’ କ’ଣ ବୋଲି ପଚାରିଥିଲା। ଏହାର ଜବାବରେ ମୁଁ କହିଲି, ଯାହାକୁ ‘କ୍ରୂର ଶାଶୁ’ ମିଳେ ସିଏ ଏପରି ହୋଇଥାଏ।

କିଛି ଦିନ ପୂର୍ବେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଏକ ଇଣ୍ଟରଭ୍ୟୁରେ କଶ୍ମୀରାଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ।  ଏକ ମା’ ଭାବେ ସବୁ ପ୍ରକାର ଧ୍ୟାନ ରଖିବା ସହ ଯତ୍ନ ନେବା ପରେ ଏବେ ସେମାନେ ବହୁତ ଖରାପ ବ୍ୟବହାର କରୁଛନ୍ତି। ଘରକୁ ଖରାପ ବୋହୂ ଆସିବା ପରଠୁ ସବୁ ସମସ୍ୟା ସୃଷ୍ଟି ହୋଇଥିବା ସେ କହିଥିଲେ। ହେଲେ ଏହି ମ୍ୟାଟରରେ ସେ କାହା ନାଁ ନେବାକୁ ମନା କରି ଦେଇଥିଲେ । ଏଥିସହ କହିଥିଲେ, ମୋ ପାଖରେ କରିବାକୁ ବହୁତ କାମ ଅଛି। ଏପରି ଜିନିଷରେ ପଡ଼ିବାକୁ ଚାହୁଁନି।

ଗୋବିନ୍ଦା ଓ ଭଣଜା କୃଷ୍ଣାଙ୍କ ପରିବାର ମଧ୍ୟରେ ଚାଲିଥିବା ଝଗଡ଼ାର ପରିଣାମ କୃଷ୍ଣାଙ୍କ ଭଉଣୀ ଆରତୀ ସିଂଙ୍କୁ ବି ଭୋଗିବାକୁ ପଡ଼ୁଛି।  ଏକ ଇଣ୍ଟରଭ୍ୟୁରେ ଆରତୀ କହିଛନ୍ତି, “ଉଭୟ ପକ୍ଷ ପରସ୍ପରଙ୍କୁ ଦୋଷାରପ କରି କିଛି ନା କିଛି  କହୁଛନ୍ତି । କିନ୍ତୁ ଆମେ ଏକ ପରିବାର।  ଖୁବ୍‌ ଶୀଘ୍ର ପରସ୍ପର ମଧ୍ୟରେ ଥିବା ରାଗ, ଦ୍ୱେଷ ଦୂର କରି ପୁଣି ଥରେ ହସଖୁସିର ସଂସାର ହେବ ବୋଲି ଆଶା କରୁଛି।  ଝଗଡ଼ାର ସମାଧାନ କରିବାକୁ ଭାଇ ସହ କଥା ହୋଇଥିଲେ ମଧ୍ୟ ଏବେ ସବୁ କିଛି ମାମୁ ଗୋବିନ୍ଦାଙ୍କ ହାତରେ। ସେ ଚାହିଁଲେ କୃଷ୍ଣାଙ୍କୁ କ୍ଷମା କରିପାରନ୍ତି, ନଚେତ ଏ କଳି କୁଆଡ଼େ ଯିବ ଭବିଷ୍ୟତରେ ହିଁ ଜଣାପଡ଼ିବ ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story