ଯୌନ ନିର୍ଯାତନା ମାମଲା: ସାଉଥ ଅଭିନେତାଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌

ହାଇଦ୍ରାବାଦ: ବଢ଼ିଲା ଜଣାଶୁଣା ସାଉଥ ଅଭିନେତା ବିଜୟ ବାବୁଙ୍କ ଅଡୁଆ। କେରଳ କୋଚ୍ଚି ପୁଲିସ ଜଣେ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ମାମଲାରେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ରିପୋର୍ଟ ଅନୁସାରେ ଡିସିପି ୟୁବି କୁରିଆକୋସ୍‌ କହିଛନ୍ତି, ଏହି ମାମଲାରେ ଅଭିନେତାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ପୁଲିସ କଦବନ୍ଥରାର ନକ୍ଷତ୍ର ହୋଟେଲ୍‌ ଓ ଅଭିନେତାଙ୍କ ଆପାର୍ଟମେଣ୍ଟରେ ଚଢ଼ାଉ […]

vijay-babu

vijay-babu

Madhupriya Mistry
  • Published: Thursday, 28 April 2022
  • Updated: 28 April 2022, 04:20 PM IST

Sports

Latest News

ହାଇଦ୍ରାବାଦ: ବଢ଼ିଲା ଜଣାଶୁଣା ସାଉଥ ଅଭିନେତା ବିଜୟ ବାବୁଙ୍କ ଅଡୁଆ। କେରଳ କୋଚ୍ଚି ପୁଲିସ ଜଣେ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ମାମଲାରେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି।

ରିପୋର୍ଟ ଅନୁସାରେ ଡିସିପି ୟୁବି କୁରିଆକୋସ୍‌ କହିଛନ୍ତି, ଏହି ମାମଲାରେ ଅଭିନେତାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ପୁଲିସ କଦବନ୍ଥରାର ନକ୍ଷତ୍ର ହୋଟେଲ୍‌ ଓ ଅଭିନେତାଙ୍କ ଆପାର୍ଟମେଣ୍ଟରେ ଚଢ଼ାଉ କିରଛି। ଏହି ଚଢ଼ାଉ ବେଳେ ପୁଲିସ ହାତରେ କିଛି ଠୋସ୍‌ ପ୍ରମାଣ ମିଳିଛି। ବିଜୟ ବାବୁ ଭାରତ ଫେରିବା ପରେ ତାଙ୍କୁ ଗିରଫ କରାଯିବ। ଯଦି ସେ ଦୀର୍ଘ ସମୟ ଯାଏଁ ବିଦେଶରେ ରୁହନ୍ତି ତେବେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଇଣ୍ଟରପୋଲ୍‌ର ସହାୟତା ନେବ।

ସେପଟେ ବିଜୟ କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ସେ ଫେରାର ହୋଇନାହାନ୍ତି, ବରଂ ଦୁବାଇରେ ଅଛନ୍ତି ବୋଲି ଦାବି କରିଛନ୍ତି।

ସୂଚନା ମୁତାବକ, ସିନେମାରେ କାମ ଦେବାକୁ କହି ବିଜୟ ବାବୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଅଭିନେତ୍ରୀ। କଥିତ ରୂପେ ପୀଡ଼ିତା ମହିଳା ଜଣକ ଏପ୍ରିଲ ୨୨ ତାରିଖରେ ବିଜୟଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ବିଜୟ ତାଙ୍କୁ ଶାରିରୀକ ନିର୍ଯାତନା ଦେବା ସହିତ ମାର୍ଚ୍ଚ ୧୩ ତାରିଖରୁ ୧୪ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ତାଙ୍କର ଯୌନ ଶୋଷଣ କରିଥିଲେ ବୋଲି ମହିଳା ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ପୀଡ଼ିତା ‘ଓମେନ୍ ଏଗେଁଷ୍ଟ ହାରାସମେଣ୍ଟ’ ନାଁରେ ଥିବା ଏକ ଫେସ୍‌ବୁକ୍‌ ଗ୍ରୁପ୍‌ରେ ପୋଷ୍ଟ କରିବା ସହିତ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଭଲ ସୁଯୋଗ ଦେବାକୁ କହି ବିଜୟ ବାବୁ ଅନେକ ଥର ତାଙ୍କୁ ତାଙ୍କର ଆପାର୍ଟମେଣ୍ଟକୁ ଡାକି ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତା। ଏହାପରେ ବିଜୟଙ୍କ ବିରୋଧରେ ଦୁଷ୍କର୍ମ ଓ ଶାରିରୀକ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଏମିତିକି ବିଜୟ ତାଙ୍କର ନଗ୍ନ ଭିଡିଓ ରେକର୍ଡିଂ କରି ତାଙ୍କୁ ବାରମ୍ବାର ସେକ୍ସ ପାଇଁ ବାଧ୍ୟ କରୁଥିଲେ। ନହେଲେ ଭିଡିଓ ଭାଇରାଲ୍ କରିବାକୁ ଧମକାଉଥିଲେ ବୋଲି ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି। ଏପଟେ ବିଜୟ ବାବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଅଭିଯୋଗକାରିଣୀ ମିଛ କହୁଛନ୍ତି। ଉକ୍ତ ମହିଳାଙ୍କ ବିରୋଧରେ ସେ ମଧ୍ୟ ଆଇନ୍‌ର ଲଢ଼େଇ ଲଢ଼ିବେ ବୋଲି ବିଜୟ ବାବୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story