'ତମାଖୁ ବିଜ୍ଞାପନ କରିବିନି', କୋଟି କୋଟି ଟଙ୍କାର ଅଫର୍‌ ଛାଡିଲେ କେଜିଏଫ୍‌ ଷ୍ଟାର୍‌

ମୁମ୍ବାଇ: ନିକଟରେ ତମାଖୁ ବ୍ରାଣ୍ଡର ବିଜ୍ଞାପନରେ ବଲିଉଡର ତିନୋଟି ବଡ ବଡ ଷ୍ଟାର ନଜର ଆସିଥିବାକୁ ନେଇ ଜୋରଦାର ବିବାଦ ଦେଖାଦେଇଥିଲା। ବିଶେଷ କରି ଅକ୍ଷୟ କୁମାର ଏହି ବିଜ୍ଞାପନରେ ନଜର ଆସିଥିବାକୁ ନେଇ ବଡ ବିବାଦ ସୃଷ୍ଟି ହୋଇଥିଲା। ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡିଥିଲା। ଏହାପରେ ଅକ୍ଷୟ କୁମାର ଏହି ବିଜ୍ଞାପନରୁ ହଟିବା ସହ କ୍ଷମା ମଧ୍ୟ ମାଗିଥିଲେ। ଏବେ ଏହି ପାନମସଲା ବ୍ରାଣ୍ଡର ବିଜ୍ଞାପନ ପାଇଁ କେଜିଏଫ୍‌ […]

Yash

Yash

Madhupriya Mistry
  • Published: Saturday, 30 April 2022
  • Updated: 30 April 2022, 12:37 PM IST

Sports

Latest News

ମୁମ୍ବାଇ: ନିକଟରେ ତମାଖୁ ବ୍ରାଣ୍ଡର ବିଜ୍ଞାପନରେ ବଲିଉଡର ତିନୋଟି ବଡ ବଡ ଷ୍ଟାର ନଜର ଆସିଥିବାକୁ ନେଇ ଜୋରଦାର ବିବାଦ ଦେଖାଦେଇଥିଲା। ବିଶେଷ କରି ଅକ୍ଷୟ କୁମାର ଏହି ବିଜ୍ଞାପନରେ ନଜର ଆସିଥିବାକୁ ନେଇ ବଡ ବିବାଦ ସୃଷ୍ଟି ହୋଇଥିଲା। ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡିଥିଲା। ଏହାପରେ ଅକ୍ଷୟ କୁମାର ଏହି ବିଜ୍ଞାପନରୁ ହଟିବା ସହ କ୍ଷମା ମଧ୍ୟ ମାଗିଥିଲେ। ଏବେ ଏହି ପାନମସଲା ବ୍ରାଣ୍ଡର ବିଜ୍ଞାପନ ପାଇଁ କେଜିଏଫ୍‌ ଷ୍ଟାର୍‌ ୟଶ୍‌ଙ୍କୁ ଅଫର୍‌ ହୋଇଛି। ତେବେ କନ୍ନଡ ଅଭିନେତା ଏହି ଅଫର୍‌ ରୋକଠୋକ୍‌ ମନା କରିଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ପାନ ମସାଲା ବ୍ରାଣ୍ଡ ଏକ ବିଜ୍ଞାପନ ପାଇଁ ୟଶଙ୍କୁ କୋଟି କୋଟି ଟଙ୍କାର ଅଫର ଦିଆଯାଇଥିଲା। କିନ୍ତୁ KGF 2 ଷ୍ଟାର୍‌ ବିଳମ୍ବ ନକରି ତୁରନ୍ତ ଏହି ବିଜ୍ଞାପନ ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ୟଶଙ୍କ ଏଣ୍ଡୋର୍ସମେଣ୍ଟ ଡିଲ୍ ପରିଚାଳନା କରୁଥିବା କମ୍ପାନୀ ଏକ୍ସସାଇଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ଏହି ସୂଚନା ଦେଇଛି।

ଏକ୍ସସାଇଜ୍ ଏଣ୍ଟରଟେନମେଣ୍ଟ ମୁଖ୍ୟ ଅର୍ଜୁନ ବାନାର୍ଜୀ ଏକ ପ୍ରେସ ରିଲିଜ ଜାରି କରି ଲେଖିଛନ୍ତି, 'ପାନ ମସାଲା ଏବଂ ଏହିପରି ଦ୍ରବ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଏହାର ପ୍ରଭାବ ସାଂଘାତିକ ହୋଇପାରେ। ବାସ୍ତବରେ, ଏହା ୟଶଙ୍କ ଦ୍ୱାରା ନିଆଯାଇଥିବା ଏକ ବଡ ନିଷ୍ପତ୍ତି, ଯିଏ ପ୍ରଶଂସକ ଏବଂ ତାଙ୍କ ଅନୁଗାମୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏକ କୋଟି କୋଟି ଟଙ୍କାର ଅଫର୍‌କୁ ମନା କରିଦେଇଥିଲେ।'

ପାନ୍ ମସାଲା ବ୍ରାଣ୍ଡ ସହିତ ଜଡିତ ନହେବା ପାଇଁ KGF 2 ଷ୍ଟାର୍‌ ୟଶଙ୍କ ନିଷ୍ପତ୍ତିକୁ ଲୋକମାନେ ପ୍ରଶଂସା କରିଛନ୍ତି। ଏହାପୂର୍ବରୁ ପୁଷ୍ପା ଷ୍ଟାର୍‌ ଅଲ୍ଲୁ ଅର୍ଜୁନ ମଧ୍ୟ ତମାଖୁ ବ୍ରାଣ୍ଡ ସହ ଯୋଡି ହେବା ପାଇଁ ମନା କରିଦେଇଥିଲେ। ଏହି ବିଜ୍ଞାପନ ପାଇଁ ଅଲ୍ଲୁଙ୍କୁ ମଧ୍ୟ ବଡ ଧରଣର ଫିସ୍‌ ଅଫର୍‌ ହୋଇଥିଲା। କିନ୍ତୁ ତାଙ୍କ ଫ୍ୟାନ୍‌ମାନଙ୍କୁ ଭୁଲ୍‌ ମେସେଜ ଦେବାକୁ ଚାହୁଁନଥିବା ଅଲ୍ଲୁ ଏହି ଅଫର୍‌ ପ୍ରତ୍ୟାଖାନ କରିଦେଇଥିଲେ।

ଗୋଟିଏ ପଟେ ବଲିଉଡର ବଡ ବଡ ଷ୍ଟାର୍‌ମାନେ ବିଳମ୍ବ ନକରି ତମାଖୁ ବ୍ରାଣ୍ଡରେ ଯୋଗ ଦେଉଥିବାବେଳେ ସାଉଥ ଷ୍ଟାର୍‌ଙ୍କ ଏହି ବ୍ରାଣ୍ଡଠାରୁ ଦୂରେଇ ରହିବା ଲୋକଙ୍କୁ ପ୍ରଭାବିତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos