ଆଖି ବୁଜିଲେ କେଜିଏଫ୍-୨ ଫେମ୍ ଅଭିନେତା
ବେଙ୍ଗାଳୁରୁ: କେଜିଏଫ୍ ଚାପ୍ଟର-୨ର ଫ୍ୟାନ୍ମାନଙ୍କ ପାଇଁ ଦୁଃଖଦ ଖବର। ଆଖି ବୁଜିଲେ ଏହି ଫିଲ୍ମର ଅଭିନେତା ମୋହନ ଜୁନେଜା। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବେଙ୍ଗାଳୁରୁ ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପୂରା ଟଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଦେଇଛି। ମୋହନ ଜୁନେଜାଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ବୟସ ହୋଇଥିଲା। ସେ ନିଜ ଜବରଦସ୍ତ କମେଡିରେ ଦର୍ଶକଙ୍କୁ ହସାଉଥିଲେ। ତାଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପରିବାର ଓ ଫିଲ୍ମ ଇଣ୍ଡିଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
It's truly shocking to know that our beloved Monster uncle Mohan Juneja sir is no more💔
We miss you…Rest in peace sir. pic.twitter.com/9VZD3IkaBo
— K.G.F ANALYST🕵🏼♂️ (@KGFAnalyst) May 7, 2022
ମୋହନ ଜୁନେଜା ହାସ୍ୟ ଅଭିନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କେଜିଏଫରେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ ମୋହନ। ସେ ଏହା ପୂର୍ବରୁ ତାମିଲ, ତେଲୁଗୁ, ମଲୟାଲମ ଏବଂ ହିନ୍ଦୀ ଭାଷାର ଅନେକ ଫିଲ୍ମରେ କାମ କରିଛନ୍ତି। ସେ ତାଙ୍କ କ୍ୟାରିୟରରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। କେଜିଏଫ୍ ଚାପ୍ଟର-୧ ଏବଂ କେଜିଏଫ୍ ଚାପ୍ଟର-୨ ଉଭୟରେ ନଜର ଆସିଥିଲେ ମୋହନ।
ଅଭିନେତା ମୋହନ ଜୁନେଜାଙ୍କୁ ‘ଚେତଲା’ ଫିଲ୍ମରେ ବ୍ରେକ୍ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତି ନେଇଥିଲା। ୨୦୦୮ରେ କନ୍ନଡ ଫିଲ୍ମ ‘ସଙ୍ଗମା’ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ କନ୍ନଡ ତାମିଲ ଫିଲ୍ମରେ ‘ଟ୍ୟାକ୍ସି ନମ୍ବର’ରେ ଅଭିନୟ କରିଥିଲେ । ୨୦୧୦ରେ ସେ କନ୍ନଡ ଭାଷା ନାଟକ ‘ନାରଦ ବିଜୟା’ରେ ତାଙ୍କ ଅଭିନୟର ଜଲୱା ଦେଖାଇଥିଲେ। ମୋହନ ଜୁନେଜା ଖାସ୍କରି କନ୍ନଡ ଫିଲ୍ମ ପାଇଁ ବେଶ୍ ଜଣାଶୁଣା। ୨୦୧୮ରେ ସେ କନ୍ନଡ ଭାଷାର ହରର୍ ଫିଲ୍ମ ‘ନିଗୁଡା’ରେ କାମ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।