ଶ୍ରଦ୍ଧା ଓ ସାରାଙ୍କୁ ପଛରେ ପକାଇଲେ କିୟାରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମି କ୍ୟାରିୟର୍‌ର ଗାଡ଼ି ଏବେ ଦ୍ରୁତ ବେଗରେ ଆଗକୁ ବଢ଼ିବାରେ ଲାଗିଛି। ବ୍ଲକବଷ୍ଟର୍ ଫିଲ୍ମ ‘କବୀର୍ ସିଂହ’ରେ ଜବରଦସ୍ତ ଅଭିନୟ ପରେ ତାଙ୍କୁ ଅଫର୍ ପରେ ଅଫର୍‌ ମିଳୁଛି। ତାଙ୍କ ହାତରେ ଏବେ ୩ଟି ଫିଲ୍ମ ରହିଛି। ସେ ‘ଖିଲାଡ଼ୀ କୁମାର’ ଅକ୍ଷୟଙ୍କ ସହ ୨ଟି ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ଓ ‘ଗୁଡ୍ ନ୍ୟୁଜ୍’ ସାଇନ୍ କରିଛନ୍ତି।  ଏଥିସହ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଶେରଶାହ’ରେ ମଧ୍ୟ ତାଙ୍କୁ ଲିଡ୍‌ ରୋଲ୍‌ରେ […]

kiyara

kiyara

Chinmayee Roy
  • Published: Thursday, 19 September 2019
  • Updated: 19 September 2019, 11:40 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମି କ୍ୟାରିୟର୍‌ର ଗାଡ଼ି ଏବେ ଦ୍ରୁତ ବେଗରେ ଆଗକୁ ବଢ଼ିବାରେ ଲାଗିଛି। ବ୍ଲକବଷ୍ଟର୍ ଫିଲ୍ମ ‘କବୀର୍ ସିଂହ’ରେ ଜବରଦସ୍ତ ଅଭିନୟ ପରେ ତାଙ୍କୁ ଅଫର୍ ପରେ ଅଫର୍‌ ମିଳୁଛି। ତାଙ୍କ ହାତରେ ଏବେ ୩ଟି ଫିଲ୍ମ ରହିଛି। ସେ ‘ଖିଲାଡ଼ୀ କୁମାର’ ଅକ୍ଷୟଙ୍କ ସହ ୨ଟି ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ଓ ‘ଗୁଡ୍ ନ୍ୟୁଜ୍’ ସାଇନ୍ କରିଛନ୍ତି।  ଏଥିସହ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଶେରଶାହ’ରେ ମଧ୍ୟ ତାଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ। ‘ଲକ୍ଷ୍ମୀ ବମ୍’ ଓ ‘ଶେରଶାହ’ର ଶୁଟିଂ ମଧ୍ୟ ଆରମ୍ଭ ହୋଇଗଲାଣି। ଆଉ ସଦ୍ୟ ଖବର ଅନୁଯାୟୀ, କିୟାରା ‘ଭୁଲ୍‌ ଭୁଲେୟା-୨’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ।

https://www.instagram.com/p/By7eNP-nfmR/?utm_source=ig_web_copy_link

https://www.instagram.com/p/B19Af6-HDCh/?utm_source=ig_web_copy_link

‘ଭୁଲ୍‌ ଭୁଲେୟା-୨’ ହେଉଛି ୨୦୦୭ରେ ଆସିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୁଲ୍‌ ଭୁଲେୟା’ର ସିକ୍ୱେଲ୍‌।  ପ୍ରଥମେ ଏହି ଫିଲ୍ମ ପାଇଁ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କ ନାଁକୁ ନେଇ ଚର୍ଚ୍ଚାରେ ଥିଲା। ହେଲେ ଏ ଦୁହିଁଙ୍କୁ ପଛରେ ପକାଇ କିୟାରା ବାଜି ମାରି ନେଇଛନ୍ତି। ‘ଭୁଲ୍‌ ଭୁଲେୟା-୨’ର ୩ଟି ପୋଷ୍ଟର୍ ରିଲିଜ୍‌ ହୋଇସାରିଛି। ଏଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ଲୁକ୍ ଏକଦମ୍‌ ସେହିଭଳି ରହିଛି, ଯେଉଁଭଳି ‘ଭୁଲ ଭୁଲେୟା’ରେ ଅକ୍ଷୟ କୁମାରଙ୍କର ଥିଲା। ‘ଭୁଲ୍‌ ଭୁଲେୟା’ ଦର୍ଶକଙ୍କୁ କାର୍ତ୍ତିକ୍‌ଙ୍କ ଲୁକ୍‌ ବେଶ୍ ପସନ୍ଦ ଆସୁଛି। ଚର୍ଚ୍ଚା ହେଉଛି, ‘ଭୁଲ୍‌ ଭୁଲେୟା’ର ସିକ୍ୱେଲ୍‌ରେ ଅକ୍ଷୟ ଏକ ବିଶେଷ ରୋଲ୍‌ରେ ନଜର ଆସିପାରନ୍ତି।

https://www.instagram.com/p/B1VOnqIlgzx/?utm_source=ig_web_copy_link

ସୂଚନା ଅନୁଯାୟୀ, ଏହି ଫିଲ୍ମର ଶୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ। ଏହାର ନିର୍ମାଣ ଭୂଷଣ କୁମାରଙ୍କ ବ୍ୟାନର୍‌ରେ ହେଉଥିବା ବେଳେ ଅନୀସ୍ ବାଜ୍‌ମି ଏହାର ନିର୍ଦ୍ଦେଶନା ଦେବେ। ଫିଲ୍ମଟି ଆସନ୍ତା ବର୍ଷ ଜୁଲାଇ ମାସରେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos