ଜାଣନ୍ତୁ ଶାହାରୁଖ୍, ଆମୀର୍‌ ଓ ବଲିଉଡ୍‌ର ଆହୁରି ଅନେକ କଳାକାରଙ୍କ ସଉକ ସଂପର୍କରେ

ବଲିଉଡ୍‌ କଳାକାଳରମାନେ ଅଭିନୟ କ୍ଷେତ୍ରରେ ନିଜର ଦକ୍ଷତା ଯୋଗୁଁ ବେଶ୍ ନାଁ କରିଛନ୍ତି। ଆମେ ପ୍ରାୟ ସମସ୍ତେ ସେମାନଙ୍କ ବିଷୟରେ ଜାଣିବା ପାଇଁ ଚାହୁଁ। ଆଜି ଆମେ ବଲିଉଡ୍‌ର କିଛି କଳାକାରଙ୍କ ସଉକ ସଂପର୍କରେ ଜଣାଇବୁ। ଶାହାରୁଖ୍ ଖାନ୍‌: ବଲିଉଡ୍‌ ବାଦ୍‌ଶାହାଙ୍କର ଅନେକ ସଉକ୍‌ ଅଛି। ତାଙ୍କୁ ଜିନିଷ ବା ଉପକରଣ ସବୁ ସଜେଇ ରଖିବାକୁ ଖୁବ୍‌ ଭଲ ଲାଗେ। ତାଙ୍କର ଅନ୍ୟ ଏକ ସଉକ୍‌ ହେଉଛି  କାର୍ କିଣିବା । ଅଧିକାଂଶ କାର୍‌ ସେ ତାଙ୍କ ସାଙ୍ଗମାନଙ୍କୁ […]

photobollywood

photobollywood

Rakesh Mallick
  • Published: Monday, 20 November 2017
  • Updated: 20 November 2017, 12:46 PM IST

Sports

Latest News

ବଲିଉଡ୍‌ କଳାକାଳରମାନେ ଅଭିନୟ କ୍ଷେତ୍ରରେ ନିଜର ଦକ୍ଷତା ଯୋଗୁଁ ବେଶ୍ ନାଁ କରିଛନ୍ତି। ଆମେ ପ୍ରାୟ ସମସ୍ତେ ସେମାନଙ୍କ ବିଷୟରେ ଜାଣିବା ପାଇଁ ଚାହୁଁ। ଆଜି ଆମେ ବଲିଉଡ୍‌ର କିଛି କଳାକାରଙ୍କ ସଉକ ସଂପର୍କରେ ଜଣାଇବୁ।

ଶାହାରୁଖ୍ ଖାନ୍‌: ବଲିଉଡ୍‌ ବାଦ୍‌ଶାହାଙ୍କର ଅନେକ ସଉକ୍‌ ଅଛି। ତାଙ୍କୁ ଜିନିଷ ବା ଉପକରଣ ସବୁ ସଜେଇ ରଖିବାକୁ ଖୁବ୍‌ ଭଲ ଲାଗେ। ତାଙ୍କର ଅନ୍ୟ ଏକ ସଉକ୍‌ ହେଉଛି  କାର୍ କିଣିବା । ଅଧିକାଂଶ କାର୍‌ ସେ ତାଙ୍କ ସାଙ୍ଗମାନଙ୍କୁ ଗିଫ୍ଟ କରିଥାନ୍ତି।

କଙ୍ଗନା ରଣାୱତ: ହିମାଚଳର ଏକ ଗାଆଁରୁ ଆସିଥିବା କଙ୍ଗନା କମ୍‌ ବୟସରେ ରୋଷେଇ ଶିଖି ଯାଇଥିଲେ। ତେଣୁ ସମୟ ମିଳିଲେ ସେ ରୋଷେଇ କରିବାକୁ ଭଲ ପାଆନ୍ତି। ସେ ସପିଂ କରିବାକୁ ମଧ୍ୟ ଭଲ ପାଆନ୍ତି।

aaଅକ୍ଷୟ କୁମାର: ଅନେକ ଜାଣିଥିବେ ଅକ୍ଷୟ ଫିଲ୍ମରେ ଆସିବା ପୂର୍ବରୁ ମାର୍ସଲ ଆର୍ଟ ଶିଖାଉଥିଲେ। ଏଥିପାଇଁ ସେ ବ୍ୟାଙ୍କକ୍‌ରୁ ଟ୍ରେନିଂ  ନେଇଥିଲେ। ଏହାଛଡା ସେ ରୋଷେଇ କରିବାକୁ ଭଲ ପାଆନ୍ତି।

ବିଦ୍ୟା ବାଲନ: ବିଦ୍ୟା ବାଲନ ଅଭିନୟରେ ଯେମିତି ପାରଙ୍ଗମ କବିତା ଲେଖିବାରେ ମଧ୍ୟ ସେମିତି ଦକ୍ଷ। ବିଦ୍ୟା ଏହି ବିଷୟରେ କେବେ ଖୋଲିକି କଥା ହେଇ ନାହାନ୍ତି, କିନ୍ତୁ ସମୟ ପାଇଲେ ନିଜ ବନ୍ଧୁ ମାନଙ୍କୁ କବିତା ଶୁଣାନ୍ତି।

ରଣବୀର ସିଂହ: ବଲିଉଡ୍‌ରେ ରଣବୀର ସିଂହ ଏକ ଭିନ୍ନ ବ୍ୟକ୍ତିତ୍ଵର ଷ୍ଟାର। ତାଙ୍କ ବ୍ୟକ୍ତିତ୍ଵ ଯେମିତି ତାଙ୍କ ସୁଉକ୍‌ବି ସେମିତି। ତାଙ୍କୁ ରାପିଙ୍ଗ କରିବାକୁ ଖୁବ୍‌ ଭଲ ଲାଗେ।

nargis3ନରଗୀସ ଫଖରୀ: ନରଗୀସ ରାପିଙ୍ଗ କରିବାକୁ ଭଲପାଆନ୍ତି।

ଦିୟା ମିର୍ଜା: ଦିୟା ମିର୍ଜା ଅଭିନୟ ଛାଡ଼ିଦେଲେ ମାଟିର ପାତ୍ର ତିଆରି କରିବାକୁ ଭଲ ପାଆନ୍ତି। ଏଥିପାଇଁ ସେ ତାଲିମ୍ ନେଇଛନ୍ତି।

ସଲମାନ ଖାନ୍‌: ସଲମାନ ସବୁବେଳେ ନିଜ ଫିଲ୍ମ ଓ ଚାରିଟିକୁ ନେଇ ବ୍ୟସ୍ତ ରୁହନ୍ତି। ତାଙ୍କୁ ଟିକେ ସମୟ ମିଳିଲେ ସେ ପେଣ୍ଟିଂ କରିବାକୁ ଖୁବ୍‌ ଭଲ ପାଆନ୍ତି।

aamirଆମୀର ଖାନ୍‌: ଆମୀର ଖାନ୍ ହେଉଛନ୍ତି ମଲ୍ଟି ଟାଲେଣ୍ଟେଡ୍‌। ଅଭିନୟ ଛଡା ସେ ଫିଲ୍ମ ବନେଇଥାନ୍ତି। କିନ୍ତୁ ତାଙ୍କର ସବୁଠୁ ବଡ଼ ସଉକ୍‌ ହେଉଛି ଡ୍ରମ ବଜେଇବା। ଏହା ସହ ସେ ଜଣେ ଭଲ ଚେସ୍‌ ଖେଳାଳି।

ଏମାନଙ୍କୁ ଛାଡ଼ିଦେଲେ ହ୍ରିତିକ ରୋଶନଙ୍କୁ ଫଟୋ ଉଠାଇବା, ସାହିଦ୍ କପୁରଙ୍କୁ ଡ୍ୟାନ୍ସ କରିବା, ସୋନମ କପୁରଙ୍କୁ ସପିଙ୍ଗ କରିବା, ଜ୍ୟାକ୍‌ଲିନ୍‌ଙ୍କୁ ପିଆନୋ ବଜେଇବା, ସିଦ୍ଧାର୍ଥ ମଲହୋଦ୍ରଙ୍କୁ କାର୍ଟୁନ ବନେଇବା ଓ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଗୀଟାର ବଜେଇବାକୁ ଭଲ ଲାଗେ। ଏହା ଏମାନଙ୍କ ସଉକ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos