୨୫ ବର୍ଷରେ ପ୍ରଥମେ ବିଧବା ହୋଇଥିଲେ, ୩୭ ବର୍ଷରେ ପୁଣି ବିଧବା ହେଲେ ଏହି ହିରୋଇନ୍‌

ମୁମ୍ବାଇ: କୁହାଯାଏ କପାଳ ଲିଖନ କେ କରିବ ଆନ। ମଣିଷ ଜୀବନରେ ଯାହା ଘଟିବା କଥା ଘଟିବ। ସେ ସାଧାରଣ ମଣିଷ ହୁଅନ୍ତୁକି ସେଲିବ୍ରିଟି। ସମସ୍ତଙ୍କ ଧାରଣା ଥାଏ ସେଲିବ୍ରିଟିଙ୍କ ଜୀବନରେ କିଛି ଦୁଃଖ ନଥାଏ। କିନ୍ତୁ ବାସ୍ତବରେ ସେମିତି ହୋଇନଥାଏ। ସେମାନଙ୍କ ଜୀବନରେ ମଧ୍ୟ ଅନେକ କଷ୍ଟ ଥାଏ । ଆଜି ଆମେ କହୁଛୁ ୮୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଲୀନା ଚନ୍ଦ୍ରାୱରକରଙ୍କ ବିଷୟରେ। ଲୀନା ଜଣେ ସଫଳ ଅଭିନେତ୍ରୀ। ଫିଲ୍ମକୁ ଆସିବା ପୂର୍ବରୁ […]

Leena

Leena

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 11:03 AM IST

Sports

Latest News

ମୁମ୍ବାଇ: କୁହାଯାଏ କପାଳ ଲିଖନ କେ କରିବ ଆନ। ମଣିଷ ଜୀବନରେ ଯାହା ଘଟିବା କଥା ଘଟିବ। ସେ ସାଧାରଣ ମଣିଷ ହୁଅନ୍ତୁକି ସେଲିବ୍ରିଟି। ସମସ୍ତଙ୍କ ଧାରଣା ଥାଏ ସେଲିବ୍ରିଟିଙ୍କ ଜୀବନରେ କିଛି ଦୁଃଖ ନଥାଏ। କିନ୍ତୁ ବାସ୍ତବରେ ସେମିତି ହୋଇନଥାଏ। ସେମାନଙ୍କ ଜୀବନରେ ମଧ୍ୟ ଅନେକ କଷ୍ଟ ଥାଏ । ଆଜି ଆମେ କହୁଛୁ ୮୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଲୀନା ଚନ୍ଦ୍ରାୱରକରଙ୍କ ବିଷୟରେ। ଲୀନା ଜଣେ ସଫଳ ଅଭିନେତ୍ରୀ। ଫିଲ୍ମକୁ ଆସିବା ପୂର୍ବରୁ ଲୀନା ବିଜ୍ଞାପନରେ କାମ କରୁଥିଲେ। ଅଭିନେତା ସୁନୀଲ ଦତ୍ତ ତାଙ୍କୁ ବିଜ୍ଞାପନରେ  ଦେଖି ଫିଲ୍ମ ‘ମନ୍‌କି ବାତ୍‌’ରେ ନିଜ ଅପୋଜିଟ୍‌ରେ ସାଇନ୍ କରେଇଥିଲେ। ସେହି ଫିଲ୍ମ ତାଙ୍କୁ ଖୁବ୍‌ ସଫଳତା ଦେଇଥିଲା।

ଅନ୍‌ ସ୍କ୍ରିନ୍‌ରେ ଲୀନା ସଫଳ ହୋଇଥିଲେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ଖୁବ୍ ଦୁଃଖମୟ ଥିଲା। ଖୁବ୍‌ କମ୍‌ ବର୍ଷ ବୟସରେ ସେ ବିବାହ କରିଥିଲେ।  ବିବାହର କିଛି ବର୍ଷ ପରେ ତାଙ୍କ ସ୍ଵାମୀଙ୍କର ଦେହାନ୍ତ ହୋଇଯାଇଥିଲା। ମାତ୍ର ୨୫ ବର୍ଷ ବୟସରେ ଲୀନା ବିଧବା ହୋଇଯାଇଥିଲେ। କିଛି ଦିନ ପରେ ତାଙ୍କ ଜୀବନରେ ଗାୟକ କିଶୋର କୁମାରଙ୍କ ଏଣ୍ଟ୍ରି ହୋଇଥିଲା। ଲୀନା କିଶୋର କୁମାରଙ୍କ ପ୍ରେମରେ ପଡ଼ିଥିଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଲୀନାଙ୍କ ବାପା ଏହି ବିବାହରେ ରାଜି ନଥିଲେ। କାରଣ ତାଙ୍କଠାରୁ କିଶୋର କୁମାର ୨୦ ବର୍ଷ ବଡ଼ ଥିଲେ। ଖାଲି ଏତିକି ନୁହେଁ କିଶୋର କୁମାର ତା’ ପୂର୍ବରୁ ତିନି ଥର ବିବାହ କରି ସାରିଥିଲେ।

କିନ୍ତୁ ଲୀନା ବାପାଙ୍କ କଥା ନମାନି କିଶୋର କୁମାରଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ କିଶୋର କୁମାରଙ୍କ ଦେହାନ୍ତ ହୋଇଥିଲା। ସେତେବେଳେ ଲୀନାଙ୍କୁ ୩୭ ବର୍ଷ ହୋଇଥିଲା। ଲୀନା ଗୋଟିଏ ପୁତ୍ର ସନ୍ତାନର ମାଆ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos