‘ଲୈଲା ମେ ଲୈଲା’କୁ ଗୋଟିଏ ଦିନରେ ଦେଖିଲେ ୬୦ଲକ୍ଷ  

ମୁମ୍ବାଇ: ଶାହାରୁଖ ଖାନ୍‌ଙ୍କ ‘ରଇସ୍‌’ରେ ସନି ଲିଓନିଙ୍କ ଆଇଟମ ଗୀତ ‘ଲୈଲା ମେ ଲୈଲା’ ରିଲିଜ ହେବାର ଗୋଟିଏ ଦିନରେ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଗତକାଲି ରିଲିଜ ହୋଇଥିବା ଏହି ଗୀତକୁ ୟୁଟ୍ୟୁବ୍‌ରେ ୬୦ଲକ୍ଷରୁ ଅଧିକ ଲୋକ ଦେଖିବା ସହ ଲାଇକ୍‌ ମଧ୍ୟ କରିଛନ୍ତି।

‘କୁର୍ବାନ୍‌’ ଫିଲ୍ମର ଏହି ଗୀତକୁ ନୂଆ ଭର୍ସନରେ ଶୁଣିବାରେ ଯେତିକି ମଜା ରହିଛି ତାଠାରୁ ସୁନ୍ଦର ଅନ୍ଦାଜରେ ସନି ଲିଓନି ଡ୍ୟାନ୍ସ କରିଛନ୍ତି। ୨୦୧୭ ଶେଷ ସପ୍ତାହରେ ରିଲିଜ ହେବାକୁ ଥିବା ‘ରଇସ’ରେ ଶାହାରୁଖଙ୍କ ବ୍ୟତୀତ ମାହୀରା ଖାନ୍‌ ଏବଂ ନୱାଜଉଦ୍ଦିନ୍‌ ସିଦ୍ଦିକି ମୁଖ୍ୟ ଭୂମିକାରେ ନଜର ଆସିବେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More