ମକର ସଂକ୍ରାନ୍ତିରେ ରିଲିଜ୍ ହେବ ‘ରଇସ’ର ଗୀତ ‘ଉଡୀ ଉଡୀ’ 

ମୁମ୍ବାଇ: କିଙ୍ଗଖାନ୍‌ ଶାହାରୁଖଙ୍କ ଅପ୍‌କମିଂ ଫିଲ୍ମ ‘ରଇସ’ର ଗୀତ ‘ଉଡୀ ଉଡୀ….’ ଜାନୁଆରୀ ୧୪ ମକର ସଂକ୍ରାନ୍ତି ଅବସରରେ ରିଲିଜ୍‌ ହେବ। ଏହା ଶାହାରୁଖଙ୍କ ପ୍ରଥମ ଗୁଜରାଟି ଗୀତ। ପ୍ରଥମ ଥର ପାଇଁ କିଙ୍ଗ୍‌ଖାନଙ୍କୁ ଗୁଜରାଟି ଗୀତରେ ଦେଖିବାକୁ ମିଳିବ।

କିଙ୍ଗ୍‌ଖାନଙ୍କ ଫ୍ୟାନ ଏହାକୁ ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି।

ଜାନୁଆରୀ ୨୫ରେ ଫିଲ୍ମ ରିଲିଜ୍‌ ହେବ। ଫିଲ୍ମର ନିର୍ଦ୍ଦେଶନା ରାହୁଲ ଢ଼ୋଲକିଆ ଦେଇଛନ୍ତି। ଏଥିରେ ଶାହାରୁଖଙ୍କ ସହିତ ପାକିସ୍ତାନୀ ଅଭିନେତ୍ରୀ ମାହିର ଖାନଙ୍କୁ ଦେଖିବାକୁ ମିଳିବ।