ମଲ୍ଲିକାଙ୍କୁ ଘରୁ ବାହାର କରିଦେଲେ ଘର ମାଲିକ: ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ସେରାୱତ ଅନେକ ଫିଲ୍ମ ସହ ଆଇଟମ ଗୀତରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି। ଏବେ ସେ ଫିଲ୍ମ ଦୁନିଆରୁ ଦୂରରେ ଥିଲେ ବି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।  ଖବର ମୁତାବକ ମଲ୍ଲିକା ଓ ତାଙ୍କ ପ୍ରେଞ୍ଚ ବୟଫ୍ରେଣ୍ଡ ସିରିଲଙ୍କୁ  ପ୍ୟାରିସ୍‌ର ଏକ ଆପାର୍ଟମେଣ୍ଟରୁ ଘର ମାଲିକ ବାହାର କରିଦେଇଛନ୍ତି। ଘର ମାଲିକର କହିବା ଅନୁସାରେ ସେମାନେ ୮୦ ହଜାର ୟୁରୋ ତଥା ପାଖପାଖି ୬୪ ଲକ୍ଷ […]

mallika

mallika

Rakesh Mallick
  • Published: Friday, 15 December 2017
  • Updated: 15 December 2017, 09:29 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ସେରାୱତ ଅନେକ ଫିଲ୍ମ ସହ ଆଇଟମ ଗୀତରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି। ଏବେ ସେ ଫିଲ୍ମ ଦୁନିଆରୁ ଦୂରରେ ଥିଲେ ବି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।  ଖବର ମୁତାବକ ମଲ୍ଲିକା ଓ ତାଙ୍କ ପ୍ରେଞ୍ଚ ବୟଫ୍ରେଣ୍ଡ ସିରିଲଙ୍କୁ  ପ୍ୟାରିସ୍‌ର ଏକ ଆପାର୍ଟମେଣ୍ଟରୁ ଘର ମାଲିକ ବାହାର କରିଦେଇଛନ୍ତି। ଘର ମାଲିକର କହିବା ଅନୁସାରେ ସେମାନେ ୮୦ ହଜାର ୟୁରୋ ତଥା ପାଖପାଖି ୬୪ ଲକ୍ଷ ଟଙ୍କା ଭଡା ଜମା କରିନାହାନ୍ତି। ତାଙ୍କ ଓକିଲ କହିଥିଲେ ମଲ୍ଲିକା ଓ ସିରିଲଙ୍କ ଆର୍ଥିକ ପରିସ୍ଥିତି ଏବେ ଭଲ ନାହିଁ। ବିଗତ ବର୍ଷ ନଭେମ୍ବରକୁ କିଛି ଚୋର ତାଙ୍କ ଘରେ ମାର ପିଟ୍‌ କରି ଟଙ୍କା ଲୁଟି ନେଇଥିଲେ। ସେଥିପାଇଁ ଆର୍ଥିକ ସମସ୍ୟା ଦେଖାଯାଇଥିଲା।

ମଲ୍ଲିକା ପ୍ୟାରିସ୍‌ରେ ୧୬ arrondissement ଏରିଆରେ ରହୁଛନ୍ତି। ଯାହା ପ୍ୟାରିସ୍‌ର ସବୁଠାରୁ ବ୍ୟୟ ବହୁଳ ଅଞ୍ଚଳ ଭାବେ ଜଣାଶୁଣା। ସେଠାରେ ‘ଥଣ୍ଡରୱାଲା’ ଭଳି ଫିଲ୍ମ ସୁଟିଂ ହୋଇଛି।

ପୂର୍ବରୁ ମଲ୍ଲିକା ଓ ସରିଲଙ୍କ ବିବାହର ଅନେକ ଗୁଜବ ଶୁଣିବାକୁ ମିଳିଥିଲା। ତେଣୁ ମଲ୍ଲିକା ରାଗିଯାଇ ଥରେ ସୋସିଆଲ ମିଡିଆରେ ଲେଖିଥିଲେ ‘‘ଏଣୁ ତେଣୁ ଗପିବା ବନ୍ଦ କରନ୍ତୁ । ଯେବେ ମୋର ବାହାଘର ହେବ ସମସ୍ତଙ୍କୁ ନିମନ୍ତ୍ରଣ କରାଯିବ।’’

ମଲ୍ଲିକା ଫିଲ୍ମରେ ଆସିବା ପୂର୍ବରୁ ପଞ୍ଜାବ ନାଭିରେ କ୍ୟାପ୍‌ଟେନ୍‌ କରଣ୍ ସିଂହ ଗିଲ୍‌ଙ୍କୁ ୧୯୯୭ରେ ବିବାହ କରିଥିଲେ। ଦୁହିଁଙ୍କ ବୈବାହିକ ଜୀବନ ୨୦୦୧ରେ ଶେଷ ହୋଇଯାଇଥିଲା। ସେବେଠୁ ମଲ୍ଲିକା ସିଙ୍ଗଲ ଅଛନ୍ତି। କିନ୍ତୁ କିଛି ଦିନ ହେବ ସେ ବୟଫ୍ରେଣ୍ଡ ସିରିଲ୍‌ ଅଗଷ୍ଟନ୍‌ଙ୍କୁ ଡେଟ୍‌ କରୁଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos