ଜାଣନ୍ତୁ କେଉଁ ଖଳନାୟକଙ୍କ ପୁଅ କିଏ

କୁହାଯାଏ ସିନେମା ହେଉଛି, ସାମାଜିକ ଚଳନୀର ପ୍ରତିଫଳନ। ସିନେମାରେ ସାମାଜିକ ବାର୍ତ୍ତା ରହିଥାଏ। ସମୟ ଗଢିବା ସହ ସିନେମାରେ ବହୁତ କିଛି ପରିବର୍ତ୍ତନ ଘଟିଛି। ଆଜିକାଲି ହିରୋ ଓ ହିରୋଇନଙ୍କୁ ସିନେମାରେ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଦିନଥିଲା ବିନା ଖଳନାୟକରେ ଭାରତୀୟ ସିନେମା କଥା ଚିନ୍ତା କରାଯାଉ ନଥିଲା। ଏପରି ବହୁ ଷ୍ଟାର ଖଳନାୟକ ଅଛନ୍ତି ଯେଉଁମାନଙ୍କ ସଫଳତାର ଛାଇରେ ଅଦୃଶ୍ୟ ହୋଇଯାଛନ୍ତି ବହୁ ହିରୋ କିମ୍ବା ହିରୋଇନ। ହେଲେ ବହୁତ କମ ଲୋକ ଏମାନଙ୍କ […]

vilian sons

vilian sons

Rakesh Mallick
  • Published: Monday, 27 November 2017
  • Updated: 27 November 2017, 11:16 AM IST

Sports

Latest News

କୁହାଯାଏ ସିନେମା ହେଉଛି, ସାମାଜିକ ଚଳନୀର ପ୍ରତିଫଳନ। ସିନେମାରେ ସାମାଜିକ ବାର୍ତ୍ତା ରହିଥାଏ। ସମୟ ଗଢିବା ସହ ସିନେମାରେ ବହୁତ କିଛି ପରିବର୍ତ୍ତନ ଘଟିଛି। ଆଜିକାଲି ହିରୋ ଓ ହିରୋଇନଙ୍କୁ ସିନେମାରେ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଦିନଥିଲା ବିନା ଖଳନାୟକରେ ଭାରତୀୟ ସିନେମା କଥା ଚିନ୍ତା କରାଯାଉ ନଥିଲା। ଏପରି ବହୁ ଷ୍ଟାର ଖଳନାୟକ ଅଛନ୍ତି ଯେଉଁମାନଙ୍କ ସଫଳତାର ଛାଇରେ ଅଦୃଶ୍ୟ ହୋଇଯାଛନ୍ତି ବହୁ ହିରୋ କିମ୍ବା ହିରୋଇନ। ହେଲେ ବହୁତ କମ ଲୋକ ଏମାନଙ୍କ ପରିବାର ବିଷୟରେ ଜାଣିଛନ୍ତି। ଆଜି ଆମେ ଏମିତି କିଛି ଷ୍ଟାର ଖଳନାୟକଙ୍କ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ।

aMJADkHANଅମଜଦ ଖାନ୍‌/ଶାଦବ ଖାନ୍‌: ବସନ୍ତୀକୁ ନଚାଇ ନଚା ରାତାରାତି ଷ୍ଟାର ଖଳନାୟକ ବନିଯାଇଥିବା ଗବରଙ୍କ କଥା ତ ଜାଣିଥିବେ। ଆଜ୍ଞା ହଁ ଆମେ କହୁଛୁ ଅମଜଦ ଖାନଙ୍କ ବିଷୟରେ। ରୂପେଲି ପରଦାରେ ତାଙ୍କ ଡାଇଲଗ, ଗମ୍ଭୀର ସ୍ୱର ଓ ଚାଲି ସିନେମା ହଲ୍‌ରେ ଦର୍ଶକଙ୍କ ଛାତି ଥରାଇ ଦେଉଥିଲା। ଅମଜାଦଙ୍କ ପୁଅ ସମ୍ପର୍କରେ ଜାଣିଛନ୍ତି। ତାଙ୍କ ପୁଅ ହେଉଛନ୍ତି ଶାଦାବ ଖାନ୍‌। ବାପାଙ୍କ ପରି ପ୍ରସିଦ୍ଧି ପାଇ ନଥିଲେ ବି ସେ କୌଣସି ଗୁଣରେ କମ ନୁହେଁ। ସେ ମଧ୍ୟ ଫିଲ୍ମ ଲାଇନ୍‌ ସହ ଜଡିତ। ଅଭିନୟ ସହ ସେ ଫିଲ୍ମରେ ନିର୍ଦ୍ଦେଶନା ଦେଇଥାନ୍ତି।

amresh puriଅମରେଶ ପୁରୀ/ରାଜୀବ ପୁରୀ: ‘ମୋଗେମ୍ବୋ ଖୁସ୍‌ ହୁଆ...’। ଏହା ଦିବଙ୍ଗତ ଷ୍ଟାର ଅମରେଶ ପୁରୀଙ୍କ କଥିତ ଡାଇଲଗ। ରୂପେଲି ପରଦାରେ ହିରୋ, ହିରୋଇନ୍‌ଙ୍କ ପ୍ରତି ଅମରେଶ ପୁରୀ ଯେତିକି ଅତ୍ୟାଚାର କରିଛନ୍ତି ଅନ୍ୟ କୌଣସି ଖଳନାୟକ ବୋଧ ହୁଏ କରି ନଥିବେ। ହେଲେ ତାଙ୍କ ପରିବାର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି। ଅମରେଶ ପୁରୀଙ୍କର ଗୋଟିଏ ପୁଅ ଅଛି ଓ ତାଙ୍କ ନାଁ ରାଜୀବ ପୁରୀ।

ଅନୁପମ ଖେର/ସିକନ୍ଦର ଖେର: ଅନୁପମ ଖେରଙ୍କୁ ସମସ୍ତେ ଜାଣିଥିବେ। କମ ବୟସରେ ବୟସ୍କଙ୍କ ଅଭିନୟ କରିବାର କଳା ତାଙ୍କୁ ବେଶ ମାଲୁମ। ନିଜର ଜବରଦସ୍ତ ଅଭିନୟ ପାଇଁ ବଲିଉଡରେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି ସେ। ଅନୁପମଙ୍କ ପୁଅ ହେଉଛନ୍ତି ସିକନ୍ଦର ଖେର। ସେ ବଲିଉଡ୍‌ରେ କିଛି ଫିଲ୍ମରେ କାମ କରିଛନ୍ତି, ହେଲେ ବାପାଙ୍କ ପରି ସେ ସଫଳତା ପାଇ ନାହାଁନ୍ତି।

ଡ୍ୟାନି ଡିଞ୍ଜୋପା/ରିଜିଙ୍ଗ ଡିଞ୍ଜୋପା: ଖଳନାୟକ ଭାବେ ଡ୍ୟାନି ଜଣେ ଦମଦାର ଅଭିନେତା। ସେ ଅଭିନୟ କରିଥିବା ଅନେକ ଚରିତ୍ର ଆଜି ବି ଲୋକେ ଭୁଲିପାରୁ ନାହାନ୍ତି। ଡ୍ୟାନିଙ୍କ ପୁଅ ହେଉଛନ୍ତି ରିଜିଙ୍ଗ। ସେ ଟାଇଗର ସ୍ରଫ୍‌ଙ୍କ ଜଣେ ଭଲ ବନ୍ଧୁ।

ଗୁଲଶନ ଗ୍ରୋବର/ସଞ୍ଜୟ ଗ୍ରୋବର: ଗୋଲଗପେ ଖାଇ ଖାଇ ହିରୋ ହିରୋଇନଙ୍କ ପ୍ରତି ଅତ୍ୟାଚାର କରୁଥିବା ଖଳନାୟକ ଗୁଲଶନ ଗ୍ରୋବରଙ୍କୁ ତ ଜାଣିଥିବେ। ତାଙ୍କ ଅଭିନୟର ଯାଦୁକୁ କେହି ଭୁଲି ପାରିବେ ନାହିଁ। ତାଙ୍କ ପୁଅ ହେଉଛନ୍ତି ସଞ୍ଜୟ ଗ୍ରୋବର।

kiran kumarକିରଣ କୁମାର/ବିକାଶ କୁମାର: ଖଳନାୟକ ଭୂମିକାରେ କିରଣ କୁମାର ଜଣେ ଆଗ ଧାଡିର ଅଭିନେତା। ଏହାସହ ‘ପୁରାଣା ହାବେଲି’ ଭଳି ଫିଲ୍ମରେ ତାଙ୍କ ଭୁତ ଚରିତ୍ରକୁ ଆଜି ବି ଦର୍ଶକ ମନେ ରଖିଛନ୍ତି। ଏହି ଫିଲ୍ମ ଦେଖିଥିବା ଲୋକେ କେବେ ବି କିରଣଙ୍କୁ ଭୁଲିବେ ନାହିଁ। କିରଣଙ୍କ ପୁଅଙ୍କ ବିଷୟରେ ବହୁତ କମ ଜାଣିଛନ୍ତି। ତାଙ୍କ ପୁଅ ନାଁ ହେଲା ବିକାଶ କୁମାର।

ରଞ୍ଜିତ/ଚିରଞ୍ଜିବ: ରଞ୍ଜିତ୍ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ଅଭିନୟ ପାଇଁ ଦର୍ଶକେ ତାଙ୍କୁ ସବୁବେଳେ ଗୁଣ୍ଡା ବୋଲି କହିଥାନ୍ତି। ଏପରିକି ଝିଅ ସହ ବି ରେଷ୍ଟୁରାଣ୍ଟ ଯାଇ ରଞ୍ଜିତ ବହୁତ ହଇରାଣ ହୋଇଥିଲେ ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ। ଏବେ ବି ସେ ଫିଲ୍ମ ଦୁନିଆ ସହ ଜଡିତ ଅଛନ୍ତି। ତାଙ୍କ ପୁଅ ହେଉଛନ୍ତି ଚିରଞ୍ଜିବ।

ଶକ୍ତି କପୁର/ସିଦ୍ଧାର୍ଥ କପୁର: ଶକ୍ତି କପୁରଙ୍କୁ କିଏବା ନଜାଣେ। ତାଙ୍କ କମେଡିୟାନ ଚରିତ୍ରକୁ ଲୋକେ ଯେତିକି ଉପଭୋଗ କରନ୍ତି, ଖଳନାୟକ ଭୁମିକାକୁ ସେତିକି ଡରନ୍ତି। ତାଙ୍କ ଝିଅ ଶ୍ରଦ୍ଧା କପୁର ଅଭିନୟ କ୍ଷେତ୍ରରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ହେଲେ ପୁଅ ସିଦ୍ଧାର୍ଥଙ୍କ ବିଷୟ ବହୁତ କମ ଲୋକ ଜାଣିଛନ୍ତି। ରୂପେଲି ପରଦାକୁ ଆସିବାକୁ ସିଦ୍ଧାର୍ଥ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି।

ରାଜ ମୁରାଦ୍‌/ଅଲ୍ଲୀ ମୁରାଦ: ନେତା ହେଉ କି ପୋଲିସ କମିଶନର ରାଜା ମୁରାଦଙ୍କ ଅଭିନୟକୁ କେହି ଭୁଲିବେ ନାହିଁ। ତାଙ୍କ ପୁଅ ହେଲେ ଅଲ୍ଲୀ ମୁରାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story