ଆଜିଠୁ ମେଟ୍‌ ଗାଲା-୨୦୨୨; ସୁନ୍ଦରୀଙ୍କୁ ପିଆଜ, ରସୁଣ ଖାଇବା ମନା

ନ୍ୟୁୟର୍କ: ଫ୍ୟାସନ ଜଗତର କୁମ୍ଭ ମେଳା କୁହାଯାଉଥିବା ମେଟ୍‌ ଗାଲା-୨୦୨୨ ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ  ଆଜିଠୁ ଆରମ୍ଭ ହେଉଛି। ପ୍ରତିବର୍ଷ ଏହି ଇଭେଣ୍ଟରେ ବଲିଉଡ ତଥା ହଲିଉଡ କଳାକାରଙ୍କ ଷ୍ଟାଇଲର ଜଲୱା ଦେଖିବାକୁ ମିଳୁଥିବାରୁ ଏହାକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି ଦର୍ଶକ । ସବୁବେଳେ ନିଜ ୟୁନିକ ଥିମ୍‌ ପାଇଁ ଚର୍ଚ୍ଚିତ ରହୁଥିବା ଏହି ଇଭେଣ୍ଟରେ ଏଥର ବି ଦେଖିବାକୁ ମିଳିବ କିଛି ଅଜବ ନିୟମ । ଚଳିତ ବର୍ଷର ମେଟ୍‌ ଗାଲା […]

met gala

met gala

Niharika Rout
  • Published: Monday, 02 May 2022
  • Updated: 02 May 2022, 10:41 AM IST

Sports

Latest News

ନ୍ୟୁୟର୍କ: ଫ୍ୟାସନ ଜଗତର କୁମ୍ଭ ମେଳା କୁହାଯାଉଥିବା ମେଟ୍‌ ଗାଲା-୨୦୨୨ ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ  ଆଜିଠୁ ଆରମ୍ଭ ହେଉଛି। ପ୍ରତିବର୍ଷ ଏହି ଇଭେଣ୍ଟରେ ବଲିଉଡ ତଥା ହଲିଉଡ କଳାକାରଙ୍କ ଷ୍ଟାଇଲର ଜଲୱା ଦେଖିବାକୁ ମିଳୁଥିବାରୁ ଏହାକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି ଦର୍ଶକ । ସବୁବେଳେ ନିଜ ୟୁନିକ ଥିମ୍‌ ପାଇଁ ଚର୍ଚ୍ଚିତ ରହୁଥିବା ଏହି ଇଭେଣ୍ଟରେ ଏଥର ବି ଦେଖିବାକୁ ମିଳିବ କିଛି ଅଜବ ନିୟମ ।

ଚଳିତ ବର୍ଷର ମେଟ୍‌ ଗାଲା କାର୍ଯ୍ୟକ୍ରମର ଥିମ୍‌ ରହିଛି 'In America: An Anthology of Fashion' । ସବୁ ବର୍ଷ ମେଟ୍‌-ଗାଲାରେ କିଛି ୟୁନିକ୍‌ ଫ୍ୟାଶନ ଡିଜାଇନ ଦେଖିବାକୁ ମିଳିଥାଏ। ଏଥର ଏହି କାର୍ଯ୍ୟକ୍ରମରେ କେବଳ ଡ୍ରେସ୍‌ ଥିମ୍‌ ନୁହେଁ, ଦେଖିବାକୁ ମିଳିବ ଅଜବ ନିୟମ ।

ଏଥର ମେଟ ଗାଲାରେ ବୟସ ସୀମା ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଛି । ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ଏହା ଦେଖିବାକୁ ଅନୁମତି ନାହିଁ। ଇଭେଣ୍ଟର ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ, ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ଏହି ଶୋ’ ଉଦ୍ଦିଷ୍ଟ ନୁହେଁ, ତେଣୁ ସେମାନଙ୍କୁ ଏହି ଶୋ’ରୁ ଦୂରେଇ ରଖିବାକୁ ନିୟମ ଲାଗୁ କରାଯାଇଛି ।

[caption id="attachment_731460" align="aligncenter" width="659"]MET-GALA ମେଟ୍‌ ଗାଲାରେ ଯୋଗ ଦେଇଥଥିବା ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ । (ଫାଇ‌ ଫଟୋ)[/caption]

ଇଭେଣ୍ଟକୁ ଆସୁଥିବା ସେଲିବ୍ରିଟି ଦୀର୍ଘ ସମୟ ଧରି ନିଜ ଫୋନ୍‌ରେ ବ୍ୟସ୍ତ ରହୁଥିବାରୁ ୨୦୧୫ ମସିହାରେ ସୋଶାଲ ମିଡିଆ ବ୍ୟବହାର ଉପରେ ବ୍ୟାନ୍‌ ଲଗା ଯାଇଥିଲା। ୨୦୧୭ ମସିହାରେ ଜଣେ ସେଲିବ୍ରିଟି ବାଥ୍‌ରୁମ୍‌ ସେଲଫି ନେଉଥିବାରୁ ଏହାପରଠୁ ଫଟୋଗ୍ରାଫି ଓ ସୋଶାଲ ମିଡିଆ ବ୍ୟବହାରର ପରମିଶନ ନାହିଁ ।

୨୦୧୭ ମେଟ୍‌ ଗାଲା ଫଙ୍କସନ୍‌ରେ ବେଲା ହଦୀଦ ଓ ଡକୋଟା ଜନସନ୍‌ ନାମକ ୨ କଳାକାର ବାଥରୁମ୍‌ରେ ଧୂମପାନ କରୁଥିବା ବେଳେ ଧରା ପଡ଼ିଥିଲେ। ଏହାକୁ ଗୁରୁତର ସହ ନେଇଥିଲେ ମେଟ୍‌ ଗାଲା ବୋର୍ଡ ମେମ୍ବର୍ସ । ଏହାକୁ କଳାର ଅନାଦାର ବୋଲି ଧରିବା ସହ ଏହା ପର ବର୍ଷଠୁ ମେଟ ଗାଲାରେ ଧୂମପାନ ଉପରେ କଟକଣା ଲଗାଯାଇଛି।

[caption id="attachment_731461" align="aligncenter" width="659"]MET-Gala ମେଟ୍‌ ଗାଲାରେ ଯୋଗ ଦେଇଥିବା ଅଭିନେତ୍ରୀମାନେ ।(ଫାଇଲ୍‌ ଫଟୋ )[/caption]

ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଗେଷ୍ଟଙ୍କ ପାଇଁ କକଟେଲ୍‌ ଓ ଫର୍ମାଲ ଡିନର ଆୟୋଜିତ ହେଉଛି। ହେଲେ ଚଳିତ ବର୍ଷ ଖାଦ୍ୟରେ ପିଆଜ, ରସୁଣକୁ ବାରଣ କରାଯାଇଛି। ଏହାକୁ ଖାଇବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ଆସୁଥିବାରୁ ଏପରି କଟକଣା ଲାଗୁ କରାଯାଇଛି।ଏପରିକି ଖାଇବାରେ ଇଟାଲିଆନ ସ୍ନାକ Bruschetta କୁ ମଧ୍ୟ ବାରଣ କରାଯାଇଛି । ଏହି ରେସିପିରେ ଇଟାଲିଆନ ବ୍ରେଡକୁ ଅଲିଭ ଅଏଲ, ରସୁଣ, ଟମାଟୋ ସହ ସର୍ଭ କରାଯାଇଥାଏ। ଏହା ଡ୍ରେସ୍‌ରେ ପଡ଼ି ଡ୍ରେସକୁ ଖରାପ କରିବାର ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଏପରି ଇଭେଣ୍ଟରେ ବସିବା ଆରେଞ୍ଜମେଣ୍ଟକୁ ନେଇ ବହୁ ବିବାଦ ଦେଖାଯାଇଥାଏ। କାରଣ ସିଟିଂ ଆରେଞ୍ଜମେଣ୍ଟକୁ ନେଇ ବହୁ ସମୟରେ  ଗେଷ୍ଟ ନିଜ ପାୱାର, ପୋଜିସନ ଦେଖାଇଥାନ୍ତି। କିଏ କେଉଁ ଷ୍ଟାର ପାଖରେ ବସିପାରୁଛି, ତାହାକୁ ଦେଖାଇବାକୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥାଏ। ଏହାକୁ ଧ୍ୟାନରେ ରଖି ଚଳିତ ବର୍ଷ ସିଟିଂ ଆରେଞ୍ଜମେଣ୍ଟକୁ କଡ଼ାକଡ଼ି କରାଯାଇଛି।

[caption id="attachment_731459" align="aligncenter" width="659"]MET-GALA ମେଟ୍‌ ଗାଲା ଫଙ୍କସନ୍‌ରେ ସାମିଲ ଜଣେ ଅଭିନେତ୍ରୀ । (ଫାଇଲ୍‌ ଫଟୋ)[/caption]

ମେଟ୍‌ ଗାଲା ୨୦୨୨ର ଲାଇଭ୍‌ ଷ୍ଟ୍ରିମିଂ ନ୍ୟୁୟର୍କରେ ଆଜିଠୁ ଆରମ୍ଭ ହେବ । ଭାରତରେ ଏହା ଆସନ୍ତାକାଲିଠୁ ପ୍ରସାରଣ ହେବ । ଭାରତରେ Vogue India  ଏହାର ହୋଷ୍ଟିଂ କରୁଛି।  ମେଟ୍‌ ଗାଲାର ଗେଷ୍ଟ ଲିଷ୍ଟକୁ ବହୁତ ସିକ୍ରେଟ ରଖାଯାଉଥିବା ବେଳେ ଏଥର ହଲିଉଡ ଯୋଡ଼ି ବ୍ଲେକ୍‌ ଲାଇଭଲି,   ରାଇନ ରେନଲଡ, ଅଭିନେତ୍ରୀ ରେଜିନା କିଙ୍ଗ, ଅଭିନେତା ତଥା  ସ୍କ୍ରିପ୍ଟ ରାଇଟର ଲେନ ମାନୁଅଲ ମାରେଣ୍ଡା, ବଲିଉଡ ଦୀପିକା ପାଦୁକୋନ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story