ମେଟ୍‌ ଗାଲାରେ ରିହାନାଙ୍କ ମାର୍ବଲ ପ୍ରତିମୂର୍ତ୍ତି, ଦର୍ଶକ ଚକିତ

ନ୍ୟୁୟର୍କ: ନିଜ ୟୁନିକ୍‌ ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ସବୁ ବର୍ଷ ମେଟ୍‌ ଗାଲା ଇଭେଣ୍ଟରେ ଲାଇମ୍‌ଲାଇଟ୍‌ରେ ରହୁଥିବା ପପ୍ ସିଙ୍ଗର୍ ରିହାନା ଏଥର କିନ୍ତୁ ଏହି ଫ୍ୟାଶନ ମେଳାରୁ ଗାଏବ ହୋଇଯାଇଛି।  ଏବେ ନିଜ ପ୍ରେଗନେନ୍ସି ଟାଇମ୍‌କୁ  ଏନଜୟ କରୁଥିବା ରିହାନାଙ୍କୁ କିନ୍ତୁ ମିସ୍‌ କରୁଛନ୍ତି ମେଟ ଗାଲା ଦର୍ଶକ । ଏହି ଉତ୍ସବରେ ତାଙ୍କ ଅନୁପସ୍ଥିତି ଅନୁଭବ ନ କରିବାକୁ ନିଆଯାଇଛି ଅଭିନବ ପଦକ୍ଷେପ । ମେଟ ଗାଲା ଇଭେଣ୍ଟରେ ସ୍ଥାପିତ ହୋଇଛି ରିହାନାଙ୍କ ମାର୍ବଲ […]

rihanna

rihanna

Niharika Rout
  • Published: Wednesday, 04 May 2022
  • Updated: 04 May 2022, 01:34 PM IST

ନ୍ୟୁୟର୍କ: ନିଜ ୟୁନିକ୍‌ ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ସବୁ ବର୍ଷ ମେଟ୍‌ ଗାଲା ଇଭେଣ୍ଟରେ ଲାଇମ୍‌ଲାଇଟ୍‌ରେ ରହୁଥିବା ପପ୍ ସିଙ୍ଗର୍ ରିହାନା ଏଥର କିନ୍ତୁ ଏହି ଫ୍ୟାଶନ ମେଳାରୁ ଗାଏବ ହୋଇଯାଇଛି।  ଏବେ ନିଜ ପ୍ରେଗନେନ୍ସି ଟାଇମ୍‌କୁ  ଏନଜୟ କରୁଥିବା ରିହାନାଙ୍କୁ କିନ୍ତୁ ମିସ୍‌ କରୁଛନ୍ତି ମେଟ ଗାଲା ଦର୍ଶକ । ଏହି ଉତ୍ସବରେ ତାଙ୍କ ଅନୁପସ୍ଥିତି ଅନୁଭବ ନ କରିବାକୁ ନିଆଯାଇଛି ଅଭିନବ ପଦକ୍ଷେପ ।

ମେଟ ଗାଲା ଇଭେଣ୍ଟରେ ସ୍ଥାପିତ ହୋଇଛି ରିହାନାଙ୍କ ମାର୍ବଲ ପ୍ରତିମୂର୍ତ୍ତି । ରିହାନା ନିଜ ବେବି ବମ୍ପରେ ହାତ ରଖିଥିବା ପୋଜ୍‌ରେ ଏହି ପ୍ରତିମୂର୍ତ୍ତିକୁ ଗଢ଼ା ଯାଇଛି। ଭଗ୍‌ ମାଗାଜିନ ଓ ମେଟ୍‌ ଗାଲା ତରଫରୁ ନିଆଯାଇଛି ଏପରି ଅଭିନବ ପଦକ୍ଷେପ ।

 

[caption id="attachment_732004" align="aligncenter" width="650"]rihanna ପପ୍‌ ଗାୟିକା ରିହାନ ଓ ତାଙ୍କ ପ୍ରତିମୂର୍ତ୍ତି ।[/caption]

 

ରିହାନା ଏବେ ନିଜ ଜୀବନର ସବୁଠୁ ସୁଖଦ ସମୟ ଦେଇ ଗତି କରୁଛନ୍ତି। ସେ ପ୍ରଥମ ଥର ମା’ ହେବାକୁ ଯାଉଥିବା ବେଳେ ବୟଫ୍ରେଣ୍ଡ ASAP ରକିଙ୍କ ସହ ମାତୃତ୍ୱର ପ୍ରତି ମୁହୂର୍ତ୍ତକୁ ଏନଜୟ କରୁଛନ୍ତି ।   ଭଗ୍‌ ମାଗାଜିନ ପାଇଁ ତାଙ୍କର ଫଟୋସୁଟ ହୋଇଥିବା ବେଳେ ବିଭିନ୍ନ ପୋଜରେ ଫଟୋ ସେସନ କରିଥିଲେ ରିହାନା। ସେଥି ମଧ୍ୟରୁ ତାଙ୍କ ଗୋଟିଏ ପୋଜର ଅବିକଳ ନକଲ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି।

[caption id="attachment_732006" align="aligncenter" width="650"]rihhana ବୟଫ୍ରେଣ୍ଡଙ୍କ ସହ ରିହାନ ।[/caption]

ବର୍ଷ ବର୍ଷ ଧରି ମେଟ୍ ଗାଲା ଇଭେଣ୍ଟରେ ନିଜ ୟୁନିକ୍‌ ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ସେଣ୍ଟର ଅଫ୍‌ ଆଟ୍ରାକସନ୍‌ ପାଲଟିଥିବା ରିହାନାଙ୍କ ପ୍ରତିମୂର୍ତ୍ତିର ଫଟୋ ଅନଲାଇନରେ ଶେଆର ହୋଇଥିବା ବେଳେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ଐତିହାସିକ ସମ୍ମାନ ପାଇଁ ପପ୍‌ ଗାୟିକା ରିହାନା ଭଗ୍‌ ମାଗାଜିନ ଓ ମେଟ ଗାଲା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ରିହାନା ଏବେ ନିଜ ହୋମ୍‌ଟାଉନ୍‌ ବାରବାଡସ୍‌ରେ ଅଛନ୍ତି। ସେଠାରେ ସେ ନିଜ ଶିଶୁକୁ ଜନ୍ମ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos