ବଲିଉଡ୍‌ରେ ଏହି ମୁସଲିମ୍‌ ଫିମେଲ କରନ୍ତି ରାଜ୍‌

ମୁମ୍ବାଇ: ସମସ୍ତେ ଜାଣନ୍ତି ବଲିଉଡ୍‌ ଜାତି ଧର୍ମ ଜାଣେନି । ଯଦି ସେ କିଛି ମାନେ ତେବେ ତାହା ହେଉଛି ଟ୍ୟାଲେଣ୍ଟ। ବଲିଉଡ୍‌ ଏମିତି ଏକ ଇଣ୍ଡଷ୍ଟ୍ରି ଯେଉଁଠି ନିଜ ଟ୍ୟାଲେଣ୍ଟ ବଳରେ ମଣିଷ ସେଠାରେ ରାଜ କରିପାରିବ। ସେଥିପାଇଁ ତ’  ବଲିଉଡ୍‌ରେ ବିଶେଷକରି ସବୁଠୁ ଅଧିକ ଖାନ୍‌ ମାନେ ରାଜ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଅଧିକାଂଶ ଅଭିନେତ୍ରୀ ବି ମୁସ୍‌ଲିମ୍‌ ସଂପ୍ରଦାୟର। ଯେଉଁମାନେ ନିଜର ଦକ୍ଷତା ଏବଂ ଅଭିନୟ ବଳରେ ଏକ ସ୍ଵତନ୍ତ୍ର ପରିଚୟ […]

huma-qureshi

huma-qureshi

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 10:34 AM IST

Sports

Latest News

ମୁମ୍ବାଇ: ସମସ୍ତେ ଜାଣନ୍ତି ବଲିଉଡ୍‌ ଜାତି ଧର୍ମ ଜାଣେନି । ଯଦି ସେ କିଛି ମାନେ ତେବେ ତାହା ହେଉଛି ଟ୍ୟାଲେଣ୍ଟ। ବଲିଉଡ୍‌ ଏମିତି ଏକ ଇଣ୍ଡଷ୍ଟ୍ରି ଯେଉଁଠି ନିଜ ଟ୍ୟାଲେଣ୍ଟ ବଳରେ ମଣିଷ ସେଠାରେ ରାଜ କରିପାରିବ। ସେଥିପାଇଁ ତ’  ବଲିଉଡ୍‌ରେ ବିଶେଷକରି ସବୁଠୁ ଅଧିକ ଖାନ୍‌ ମାନେ ରାଜ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଅଧିକାଂଶ ଅଭିନେତ୍ରୀ ବି ମୁସ୍‌ଲିମ୍‌ ସଂପ୍ରଦାୟର। ଯେଉଁମାନେ ନିଜର ଦକ୍ଷତା ଏବଂ ଅଭିନୟ ବଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେମାନଙ୍କ ଜବରଦସ୍ତ ଅଭିନୟ ପାଇଁ ପୁରା ଦୁନିଆ ସେମାନଙ୍କ ଫ୍ୟାନ୍‌।

ଆଜି ଆମେ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଖୁବ୍‌ ଲୋକପ୍ରିୟ। ଆଉ ସେମାନେ ମୁସଲିମ୍‌ ।

ayesha-takiaଆୟାଶା ଟାକିଆ- ଆୟାଶା ନିଜ କ୍ୟାରିୟରର ଆରମ୍ଭରେ ସୁପରହିଟ୍‌ ଫିଲ୍ମ ‘ଟାରଜନ୍‌ ଦି ୱାଣ୍ଡର କାର’ରୁ କରିଥିଲେ। କିନ୍ତୁ ସେ ୨୦୦୮ରେ ସଲମାନ ଖାନ୍‌ଙ୍କ ଫିଲ୍ମ ‘ୱାଣ୍ଟେଡ୍‌’ରେ ଅଭିନୟ କରି ବେଶ୍ ସଫଳତା ପାଇଥିଲେ ସେ। ଆୟାଶାଙ୍କ ଶେଷ ଫିଲ୍ମ ‘ପାଠସଲା’ ଫ୍ଲପ୍‌ ରହିଥିଲା। ପରେ ସେ ବିବାହ ବନ୍ଧନ ବାନ୍ଧି ହୋଇ ଫିଲ୍ମ କ୍ୟାରିୟରରୁ ଦୂରେଇ ଯାଇଥିଲେ।

humaହୁମା କୁରୈସି- ଲୋକପ୍ରିୟ ନାୟିକା ହୁମା କୁରୈସିଙ୍କର କେବଳ ବଲିଉଡ୍‌  ନୁହେଁ ଏହା ବାହାରେ ମଧ୍ୟ ଅନେକ ଫ୍ୟାନ୍ ଅଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ତାଙ୍କ ପାଇଁ ଦିୱାନା। ହୁମା ବଲିଉଡ୍‌ରେ ‘ଗ୍ୟାଙ୍ଗ୍‌ ଅଫ୍‌ ବାସେପୁର୍‌’, ‘ବଦଲାପୁର’, ‘ଜଲି ଏଲ୍ ଏଲ୍‌ବି’ ସହ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି।

Tabu-1ତବୁ- ଏହି ବଲିଉଡ୍‌ ଅଭିନେତ୍ରୀ ନିଜର ଜବରଦସ୍ତ ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ  କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ତବୁ ନିଜ ଫିଲ୍ମ କ୍ୟାରିୟରରେ ‘ଦୃଶ୍ୟମ’,‘ହୈଦର’ ଭଳି ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଯେଉଁଥିରେ ଦମଦାର ଅଭିନୟ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ଏମିତିରେ ତାଙ୍କ ପୁରା ନାଁ ହେଉଛି ତବ୍ବୁ ସୁମ୍‌ ଫତିମା । କିନ୍ତୁ ତାଙ୍କୁ ଲୋକପ୍ରିୟତା ତବୁ ନାମରୁ  ହିଁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos