ଚତୁର୍ଥ ରାଜ୍ୟ ଟେଲି ପୁରସ୍କାର ଉତ୍ସବ: ‘ନବକଳେବର’ ଶ୍ରେଷ୍ଠ ଟେଲି ଧାରାବାହିକ

ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୭ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ‘ନବକଳେବର’ର ପ୍ରଯୋଜକ ଅଜୟ ରାଉତରାୟଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଧାରାବାହିକର ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। ଚୌଧୁରୀ ବିକାଶ ଦାସ ଓ ପ୍ରିୟମ୍ବଦା ରାୟଙ୍କୁ ‘ନବକଳେବର’ ପାଇଁ ଶ୍ରେଷ୍ଠ ଚରିତ୍ର ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ମିଳିଛି। […]

nabakalebara

nabakalebara

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 01:28 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୭ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ‘ନବକଳେବର’ର ପ୍ରଯୋଜକ ଅଜୟ ରାଉତରାୟଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ଧାରାବାହିକର ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। ଚୌଧୁରୀ ବିକାଶ ଦାସ ଓ ପ୍ରିୟମ୍ବଦା ରାୟଙ୍କୁ ‘ନବକଳେବର’ ପାଇଁ ଶ୍ରେଷ୍ଠ ଚରିତ୍ର ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ମିଳିଛି। ସ୍ନେହାଶିଷ ଦାସଙ୍କ ‘ସ୍ପନ୍ଦନ’କୁ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି।

ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରର ଉତ୍କଳ ମଣ୍ଡପ ପରିସରରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଂସ୍କତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଓ ଶିଳ୍ପମନ୍ତ୍ରୀ ଦେବୀ ମିଶ୍ର, ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ଆକାଶ ଦାସ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ସମ୍ନାନିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos