ୟୁ-ଟ୍ୟୁବ୍‌ରେ ରାଜ୍‌ କରୁଛି ‘ଲେଟସ୍ ସେଲିବ୍ରେଟ୍ ରଜ’…ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଲେଟସ୍ ସେଲିବ୍ରେଟ୍ ରଜ ରଜ ରଜ, ହେ ଫ୍ରେଣ୍ଡସ୍ ଲେଟସ୍ ସେଲିବ୍ରେଟ୍ ରଜ ରଜ ରଜ…। ଏହି ଗୀତଟି ଏବେ ସୋସିଆଲ ମିଡିଆରେ ଧମାଲ ସୃଷ୍ଟି କରିଛି। ଜବରଦସ୍ତ ମ୍ୟଜିକ୍‌ ତଡ଼କା ସହ ଏହି ଗୀତଟିକୁ  ଭିନ୍ନ ଶୈଳୀରେ କମ୍ପୋଜିସନ  କରାଯାଇଛି। ଆଗକୁ ରଜ ଉପଲକ୍ଷେ ତରଙ୍ଗ ସିନେ ପ୍ରଡକ୍ସନରେ ଆସୁଥିବା ‘ସୁନ୍ଦରଗଡ଼ର ସଲମାନ୍ ଖାନ’ ଚଳଚ୍ଚିତ୍ର ପାଇଁ ଏହି ଗୀତ ତିଆରି ହୋଇଛି।  ପ୍ରସିଦ୍ଧ ତଥା ଷ୍ଟାଇଲିସ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି।

ଗୀତଟିକୁ ୪ ଜଣ ସତ୍ୟଜିତ, ବିଶ୍ୱଜିତ, ଅମ୍ରିତା ଏବଂ ରସ୍ମିତା ପ୍ରମୁଖ ଗାଈଛନ୍ତି। ଏହି ଗୀତଟି ଦର୍ଶକଙ୍କୁ ବେଶ ପଦନ୍ଦ ଆସିବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କହିଛନ୍ତି। ତେବେ ଏହି ଗୀତଟିକୁ ଅଦ୍ୟାବଧି ୟୁ-ଟ୍ୟୁବ୍‌ରେ ୨ ଲକ୍ଷ ୩୧ ହଜାର ୮୦୨ ଥର ଭ୍ୟୁ ହୋଇସାରିଲାଣି। ଏହି ଫିଲ୍ମକୁ ଅଶୋକ ପତି  ନିର୍ଦ୍ଦେଶନା ଦେଉଛନ୍ତି।  ଫିଲ୍ମଟି ପ୍ରଚୁର ମାତ୍ରାରେ ଲୋକଙ୍କ ପାଖରେ ପହଂଚି ଆଦୃତ ହେବ ବୋଲି ପ୍ରଡକ୍ସନ ଟିମ୍‌ ଆଶା ରଖିଛି। ସେହିପରି ସୋସିଆଲ ମିଡିଆରେ ଉକ୍ତ ଚଳଚ୍ଚିତ୍ରର ଟ୍ରିଜର ମଧ୍ୟ ରିଲିଜ୍‌ ହୋଇଯାଇଛି। ତେବେ ଲେଟସ୍ ସେଲିବ୍ରେଟ୍ ରଜ ଟ୍ରାକ୍‌କୁ ନେଇ ଦେଖନ୍ତୁ ଭିଡିଓ।