ଠିକ୍‌ ମାଧୁରୀଙ୍କ ପରି ଦିଶୁଥିବା ଏହି ଅଭିନେତ୍ରୀଙ୍କୁ ଜାଣନ୍ତି କି ?

ମୁମ୍ବାଇ: ୯୦ ଦଶକର ବଲିଉଡ୍‌ ସିନେମାରେ ରାଜ୍‌ କରିଥିବା ମାଧୁରୀ ଦୀକ୍ଷିତଙ୍କୁ କିଏ ନ ଜାଣେ। ନିଜ ଡ୍ୟାନ୍ସ ଆଉ ନଖରାର ଜଲୱା ଦେଖାଇ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ବଲିଉଡ୍‌ର ଏହି ଧକ୍‌ଧକ୍‌ ଗର୍ଲଙ୍କ ଭଳି ଆଉ କିଏ ଅଛି ଯେ ? ଆପଣ ଭାବୁଥିବେ ମାଧୁରୀଙ୍କ ପ୍ରଶଂସା ଭିତରେ ପୁଣି ଏ ପ୍ରଶ୍ନ କ’ଣ । ଆଜ୍ଞା ହଁ । ଏ କଥାଟି କହିବାର ଅସଲ କାରଣ ହେଉଛି, ଆମେ ଆଉ […]

madhuri-dixit-niki-aneja-walia

madhuri-dixit-niki-aneja-walia

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 10:59 AM IST

Sports

Latest News

ମୁମ୍ବାଇ: ୯୦ ଦଶକର ବଲିଉଡ୍‌ ସିନେମାରେ ରାଜ୍‌ କରିଥିବା ମାଧୁରୀ ଦୀକ୍ଷିତଙ୍କୁ କିଏ ନ ଜାଣେ। ନିଜ ଡ୍ୟାନ୍ସ ଆଉ ନଖରାର ଜଲୱା ଦେଖାଇ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ବଲିଉଡ୍‌ର ଏହି ଧକ୍‌ଧକ୍‌ ଗର୍ଲଙ୍କ ଭଳି ଆଉ କିଏ ଅଛି ଯେ ? ଆପଣ ଭାବୁଥିବେ ମାଧୁରୀଙ୍କ ପ୍ରଶଂସା ଭିତରେ ପୁଣି ଏ ପ୍ରଶ୍ନ କ’ଣ । ଆଜ୍ଞା ହଁ । ଏ କଥାଟି କହିବାର ଅସଲ କାରଣ ହେଉଛି, ଆମେ ଆଉ ଜଣେ ସୁନ୍ଦରୀଙ୍କ ବିଷୟରେ ଏଠି କହିବାକୁ ଯାଉଛୁ, ଯିଏ ଦେଖିବାକୁ ଠିକ୍‌ ମାଧୁରୀଙ୍କ ଭଳି। ତାଙ୍କ ଭଳି ହସ ଆଉ ତାଙ୍କ ଭଳି ନଖରା ମଧ୍ୟ। ଦେଖିଲେ ହଠାତ୍‌ ଆପଣଙ୍କ ଆଖି ବି ଧୋକା ଖାଇଯିବ। ମାଧୁରୀ ଦୀକ୍ଷିତଙ୍କ ଭଳି ଦିଶୁଥିବା ଏହି ଅଭିନତ୍ରୀ ଜଣକ ସମ୍ପର୍କରେ ଆସନ୍ତୁ ଜାଣିବା।

ଛୋଟ ପରଦାର ଏହି ମଡେଲ ତଥା କଳାକାର ଜଣକ ହେଛନ୍ତି ନିକି ୱାଲିଆ। ଅନେକ ଟେଲି ଧାରାବାହିକ ସହ ସେ ବଲିଉଡ୍‌ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି।  ନିକି ତାଙ୍କ କାମକୁ ନେଇ ବେଶି ଲୋକପ୍ରିୟତା ହାସଲ କରି ନ ଥିଲେ ବି ମାଧୁରୀଙ୍କ ପରି ଦେଖାଯାଉଥିବାରୁ ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥାଏ। ଏକ ସାକ୍ଷତକାରରେ ନିକି କହିଥିଲେ ଯେ, ‘ମୋର ତୁଳନା ସବୁବେଳେ ମାଧୁରୀଙ୍କ ସହ କରାଯାଇଥାଏ। ମୁଁ ମଧ୍ୟ ତାକୁ ପ୍ରଶଂସା କରିଥାଏ। ଖାଲି ଏତିକି ନୁହେଁ ଅନେକ ଥର ଏକଥା ବି ଶୁଣିଛି ଯେ, ମୁଁ କାଳେ ମାଧୁରୀଙ୍କଠାରୁ ବି ଅଧିକ ସୁନ୍ଦରୀ।’

niki3ନିକି ମାଧୁରୀଙ୍କ ସହ ନିଜର ଏକ୍ସପିରିଏନ୍ସକୁ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି। କିଛି ବର୍ଷ ପୂର୍ବରୁ ନିକିଙ୍କ ଅଭିନିତ ଶୋ’ ‘ବାତ ବନ ଯାଏ’ ପାଇଁ ପୁରଷ୍କାର ସମାରୋହର ଆୟୋଜନ କରାଯାଇଥିଲା। ସେ ସମୟରେ ମାଧୁରୀଙ୍କୁ ‘ଦିଲ୍‌ ତୋ ପାଗଲ ହୈ’ର ସଫଳତା ଲାଗି ଏହି ଶୋ’କୁ ନିମନ୍ତ୍ରଣ କରାଯାଇଥିଲା। ଦୁହେଁ ଗୋଟିଏ ଫ୍ଲାଇଟ୍‌ରେ ଯାତ୍ରା କରୁଥିଲେ। ଦୁହିଁଙ୍କ ଚେହେରା ଏକାଭଳି ଦିଶୁଥିବାରୁ ସେ ସମୟରେ ଭାରି ଚର୍ଚ୍ଚା ହୋଇଥିଲା।

ଦଶନ୍ଧି ପରେ ‘ଦିଲ୍‌ ସମ୍ଭଲ ଯା ଜରା’ ଜରିଆରେ ଛୋଟ ପରଦାକୁ ଫେରିଛନ୍ତି ନିକି। ଏହି ଶୋ’ରେ ଲୈଲା ରାଇଚନ୍ଦ ଭୂମିକାରେ ସେ ନଜର ଆସିଛନ୍ତି। ୯୦ ଦଶକରେ ‘ଦାସ୍ତାନ୍‌’ ଓ ‘ସେହେର୍‌’ ଭଳି ଅନେକ ଟିଭି ଶୋ’ରେ କାମ କରିଥିବା ଏହି ଅଭିନେତ୍ରୀ ବଡ ପରଦାରେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଶାନ୍‌ଦାର’ରେ ଆଲିଆଙ୍କ ଷ୍ଟେପ୍‌ ମଦର ଭୂମିକାରେ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos