ଏବେ କେମିତି ଅଛନ୍ତି ବିଗ୍‌ବି, କ’ଣ କହିଲେ ଡାକ୍ତର

ଯୋଦ୍ଧପୁର: ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି ବିଗ୍‌ବି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏହା କହିଛନ୍ତି ଡାକ୍ତର। ସ୍ପେଶାଲ୍ ଜେଟ୍‌ ଯୋଗେ ମୁମ୍ବାଇରୁ ଆସିଥିବା ୩ ଜଣିଆ ଡାକ୍ତରୀ ଦଳ ମଧ୍ୟାହ୍ନରେ ଯୋଦ୍ଧପୁରରେ ପହଞ୍ଚଥିଲେ। ଚେକ୍‌ଅପ୍‌ କରିସାରିବା ପରେ ଅମିତାଭ୍‌ ବଚ୍ଚନ ସମ୍ପୂର୍ଣ୍ଣ ଫିଟ୍‌ ଥିବା କହିଥିଲେ। ମଙ୍ଗଳବାର ଅମିତାଭ ବଚ୍ଚନ କ୍ଲାନ୍ତ ହୋଇ ପଡ଼ିଥିବା କଥା ତାଙ୍କ ବ୍ଲଗ୍‌ରେ ଲେଖିଥିଲେ। ଏଥିପାଇଁ ଡାକ୍ତରୀ ଦଳ ପରୀକ୍ଷା କରିବା ପାଇଁ ମୁମ୍ବାଇରୁ ଆସୁଛନ୍ତି। ପୁଣି ଥରେ କଠିନ ପରିଶ୍ରମ କରିବାକୁ […]

amitabh-bachchans-instagram-picturesjpg

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 04:42 PM IST

ଯୋଦ୍ଧପୁର: ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି ବିଗ୍‌ବି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏହା କହିଛନ୍ତି ଡାକ୍ତର। ସ୍ପେଶାଲ୍ ଜେଟ୍‌ ଯୋଗେ ମୁମ୍ବାଇରୁ ଆସିଥିବା ୩ ଜଣିଆ ଡାକ୍ତରୀ ଦଳ ମଧ୍ୟାହ୍ନରେ ଯୋଦ୍ଧପୁରରେ ପହଞ୍ଚଥିଲେ। ଚେକ୍‌ଅପ୍‌ କରିସାରିବା ପରେ ଅମିତାଭ୍‌ ବଚ୍ଚନ ସମ୍ପୂର୍ଣ୍ଣ ଫିଟ୍‌ ଥିବା କହିଥିଲେ।

ମଙ୍ଗଳବାର ଅମିତାଭ ବଚ୍ଚନ କ୍ଲାନ୍ତ ହୋଇ ପଡ଼ିଥିବା କଥା ତାଙ୍କ ବ୍ଲଗ୍‌ରେ ଲେଖିଥିଲେ। ଏଥିପାଇଁ ଡାକ୍ତରୀ ଦଳ ପରୀକ୍ଷା କରିବା ପାଇଁ ମୁମ୍ବାଇରୁ ଆସୁଛନ୍ତି। ପୁଣି ଥରେ କଠିନ ପରିଶ୍ରମ କରିବାକୁ ସେମାନେ ମୋତେ ସୁସ୍ଥ କରିବେ ବୋଲି ସେ ବ୍ଲଗ୍‌ରେ ସେୟାର କରିଥିଲେ। ଏହାପରେ ବିଗ୍‌ ବି ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ଖବର ମିଡିଆରେ ପ୍ରଚାର ହୋଇଯାଇଥିଲା। ଯୋଦ୍ଧପୁରରେ ଅମିତାଭ୍‌ ରହୁଥିବା ହୋଟେଲ୍‌ରେ ମିଡିଆ ଓ ଫ୍ୟାନ୍‌ଙ୍କ ଭିଡ଼ ଲାଗିଯାଇଥିଲା।

ବର୍ତ୍ତମାନ ଅମିତାଭ ବଚ୍ଚନ ଯୋଦ୍ଧପୁରରେ ଫିଲ୍ମ 'ଠଗ୍‌ସ ଅଫ୍‌ ହିନ୍ଦୋସ୍ତାଁ' ସୁଟିଂ କରୁଛନ୍ତି। ରାତିସାରା ସୁଟିଂ କରୁଥିବାରୁ ସେ ଥକି ଯାଇଥିଲେ। ଘୋଡ଼ା ଉପରେ ବସି ସୁଟିଂ କରୁଥିବା ସମୟରେ ଭୁଲ୍‌ରେ ହାତ ମୋଡ଼ି ହୋଇଯାଇଥିବାରୁ କାନ୍ଧରେ ସାମାନ୍ୟ ଯନ୍ତ୍ରଣା ହୋଇଥିବା କଥା ଡାକ୍ତର କହିଥିଲେ। ସୁଟିଂ ପାଇଁ ଅମିତାଭ୍‌ ଯୋଦ୍ଧପୁରରେ ରହୁଥିବାରୁ ରୁଟିନ୍‌ ଅନୁସାରେ ତାଙ୍କର ଡାକ୍ତରୀ ପରୀକ୍ଷା ହୋଇପାରୁ ନାହିଁ।

Related story