ନିଜ ମନପସନ୍ଦ ବ୍ୟକ୍ତିଙ୍କ ସହ ଏବେ ସେଲଫି ନେବେ ଦିଲ୍ଲୀବାସୀ

ମୁମ୍ବାଇ: ସେଲଫି ଉଠାଇବା କ୍ରେଜ୍‌ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଲଫି ଆହୁରି ସୁନ୍ଦର ହେବ ଯେତେବେଳେ ଏହି ସୁଯୋଗ ମିଳିବ ନିଜ ମନ ପସନ୍ଦ କଳାକାର, ରାଜନେତା, ଖେଳାଳିଙ୍କ ସହ। ଦିଲ୍ଳୀବାସୀ ଏହି ସୁଯୋଗ ଖୁବ୍‌ ଶୀଘ୍ର ପାଇବାକୁ ଯାଉଛନ୍ତି। କାରଣ ଦିଲ୍ଲୀର ଖୋଲିବାକୁ ଯାଉଛି ମାଡାମ ତୁସାଡ ପରି ଏକ ମ୍ୟୁଜିଅମ୍‌।

ଭାରତର ବିଖ୍ୟାତ ଚେହେରା ଯେଉଁମାନେ ବିଶ୍ୱରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଖାସ୍ ସେହିମାନେ ଏହି ମ୍ୟୁଜିୟମରେ ନିଜର ସ୍ଥାନ ରଖିପାରିଛନ୍ତି। କେବଳ ବଲିଉଡ ନୁହେଁ, ରାଜନେତା, ଖେଳାଳି, ସିଙ୍ଗର, ଡ୍ୟାନସର ଇତ୍ୟାଦି ସବୁ କ୍ଷେତ୍ରର ଖାସ୍‌ କିଛି ପ୍ରତିଷ୍ଠିତ ଚେହେରାଙ୍କ ସହ ସେଲଫି ନେବାର ସୁଯୋଗ ପାଇବେ ଦିଲ୍ଲୀବାସୀ।