ରିଲିଜ୍‌ ହେଲା ‘ଓକେ ଜାନୁ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ‘ଓକେ ଜାନୁ’। ଏହି ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି ଆଦିତ୍ୟ ରୟ କପୁର ଏବଂ ଶ୍ରଦ୍ଧା କପୁର। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ସାହଦ ଅଲ୍ଲୀ।

ସେହିପରି ପ୍ରଯୋଜନା ଭାର ମଣିରତମ୍‌ ଏବଂ କରନ ଜୋହର ସମ୍ଭାଳିଥିବ ବେଳେ ମ୍ୟୁଜିକ ଦେଇଛନ୍ତି ଏ.ଆର୍. ରହମାନ୍‌। ଧର୍ମା ପ୍ରଡକ୍ସନ ବ୍ୟାନରରେ ତିଆରି ଏହି ଫିଲ୍ମର କାହାଣୀ ମୁମ୍ବାଇରେ ଲିଭ୍‌ ଇନ୍ ରିଲେନସିପ୍‌  ଭାବେ ରହୁଥିବା ଦୁଇ ୟଙ୍ଗ୍‌ କପଲଙ୍କ ଉପରେ ଆଧାରିତ।