‘ପଦ୍ମାବତୀ’ ନୁହେଁ ସୁନାବତୀ: ଜାଣିଛନ୍ତି କେତେ କେଜିର ସୁନା ପିନ୍ଧିଛନ୍ତି ଦୀପିକା

ମୁମ୍ବାଇ: ଆଗକୁ ବଡ଼ ପରଦାରେ ଆସୁଛନ୍ତି ‘ପଦ୍ମାବତୀ’। ଗତ ସୋମବାର ଆସିଥିବା ଏହାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି। ଶାହିଦ କପୁରଙ୍କ ମହାରାଜା ରାୱଲ ରତନ ସିଂହ ଲୁକ୍ ବେଶ ଆକର୍ଷଣୀୟ ହୋଇଛି। ରଣବୀର ସିଂଙ୍କ ଭୟଙ୍କର ଆଲ୍ଲାଉଦ୍ଦିନ ଖିଲିଜ ଲୁକ୍‌ ଦେହରେ ଶିହରଣ ଖେଳାଇ ଦେଉଛି। ଏହାସହ ‘ପଦ୍ମାବତୀ’ ଚରିତ୍ରରେ ଆସୁଥିବା ଦୀପିକା ପାଦୁକୋନଙ୍କ କଥା ନକହିବା ଭଲ। ଟ୍ରେଲରର ଫାଷ୍ଟ ଲୁକରେ ରାଣୀ ବହୁତ ସୁନ୍ଦର ଦିଶୁଛନ୍ତି। ପୂରା ଦେହ ସୁନାରେ ଛାଇ ହୋଇଛି। ସତେ ଯେମିତି ଲାଗୁଛି, ପଦ୍ମାବତୀ ସୁନାବତୀ ରୂପରେ ଛିଡା ହୋଇଛନ୍ତି।

feature35ତେବେ ଫିଲ୍ମରେ ଦୀପିକା ବ୍ୟବହାର କରିଥିବା ସୁନା ସମ୍ପର୍କରେ ଜାଣିଲେ ଯେକେହି ବି ବେହୋସ୍‌ ହୋଇଯିବେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୀପିକା ଏହି ଫିଲ୍ମରେ ୪୦୦ କେଜିର ସୁନା ଅଳଙ୍କାର ପିନ୍ଧିଛନ୍ତି। ଏହି ଅଳଙ୍କାର ବନାଇବାକୁ ୬୦୦ ଦିନ ଲାଗିଛି। ବଡ଼ କଥା ହେଲା ଅଳଙ୍କାରଗୁଡିକ ବନାଇବାକୁ ୨୦୦ କ୍ରାଫ୍ଟ ମେସିନ ବ୍ୟବହାର କରାଯାଇଛି।