ରାଜନୀତି ଓ କ୍ରିକେଟ ବିଷୟରେ ମୋର ଧାରଣା ନାହିଁ: ନେହା ଶର୍ମା

ମୁମ୍ବାଇ: ରାଜନୀତି ଓ କ୍ରିକେଟ ବିଷୟରେ ମୁଁ କିଛି  ବୁଝିପାରେ ନାହିଁ ବୋଲି  ବିହାର ଭୋଗଲପୁରର ବିଧାୟକ ଅଜିତ ଶର୍ମାଙ୍କ ଝିଅ ଚୁଲବୁଲି ଅଭିନେତ୍ରୀ ନେହା ଶର୍ମା  କହିଛନ୍ତି।

ସେ କହିଛନ୍ତି,“ମୁଁ ରାଜନୈତିକ ପରିବାରରୁ ଆସିଛି। ଘରେ ରାଜନୀତି ବିଷୟରେ ଆଲୋଚନା ହେବାର ମୁଁ ଶୁଣିଛି। ହେଲେ ଏଥିପ୍ରତି ମୋର ଆଗ୍ରହ ନାହିଁ।”

ଅପ୍‌କମିଂ ଫିଲ୍ମ ‘ତୁମ ବିନା-୨’ରେ ନେହାଙ୍କୁ ଦେଖିବାକୁ ମିଳିବ।