ପ୍ରିୟଙ୍କାଙ୍କ ପିଲାଳିଆମି ଆଉ ଦୀପିକାଙ୍କ ଦୁଷ୍ଟାମୀ ଦେଖନ୍ତୁ ଏଇ ଭିଡିଓରେ

ମୁମ୍ବାଇ: ‘ପିଙ୍ଗା ଦୋପରି, ପିଙ୍ଗା ଦୋପରି, ପିଙ୍ଗା ଦୋପରି ପିଙ୍ଗା…’ ବୋଲ୍ ଶୁଣି ଆପଣ ବି ଗୁଣୁଗୁଣାଉଥିବେ। ଏହି ମେଲୋଡିୟସ୍ ଗୀତଟିରେ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଆଉ ଦୀପିକା ପାଦୁକୋନଙ୍କ ଠୁମ୍କା ବି ଆପଣଙ୍କ ମନକୁ ଚାଲି ଆସିବଣି। ଭାବୁଥିବେ ୨୦୧୫ର ଏଇ ଗୀତଟି ଆମର ହଠାତ୍ କାହିଁକି ମନେ ପଡିଲା ବୋଲି। ବାସ୍ତବରେ ଆମେ ଏ ଗୀତ ପଛର କାହାଣୀ ଆପଣଙ୍କୁ ଜଣାଇବାକୁ ଯାଉଛୁ। ଖାସ୍ ସେଇଥିପାଇଁ ମନେପଡିଲା ଏହି ଗୀତଟି। କେମିତି ଥିଲା ସୁଟିଂ ସେଟ୍ ଆଉ କେମିତି ଅନ୍ଦାଜରେ ନିଜ କେମିଷ୍ଟ୍ରିକୁ ନିଜ ଭିତରେ ବାଣ୍ଟୁଥିଲେ ଏଇ ଦୁଇ ପ୍ରକ୍ଷାତ ଅଭିନେତ୍ରୀ ଆସନ୍ତୁ ଜାଣିବା। ଚାଲନ୍ତୁ ଦେଖିବା ସେମାନଙ୍କ ଦୁଷ୍ଟାମୀ ଆଉ ପିଲାଳିଆପଣକୁ।
ଫିଲ୍ମ ‘ବାଜିରାଓମସ୍ତାନୀ’ର ଏହି ଗୀତ ସୁଟିଂ ସମୟରେ କିଛି ଭିଡିଓ ନିକଟରେ ଭାଇରାଲ ହୋଇଛି। ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ଙ୍କ ମଜା ମଜ୍ଲିସ୍ ଦେଖିବାକୁ ମିଳିଛି। ସୁଟିଂ ସେଟ୍ରେ ଦୁହେଁ ଖୁବ୍ ମସ୍ତି କରିଛନ୍ତି। ଖାଲି ଏତିକି ନୁହେଁ ଦୁହେଁ ପରସ୍ପର ସହ ଗମାତ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଛୁରୀ ଦେଖାଇ ଡରେଇବା, କାନି ଛାଟି ଚିଡେଇବା ଭଳି କିଛି ଦୃଶ୍ୟ ରହିଛି ଏହି ଭିଡିଓରେ। ଦୁହେଁ ପରସ୍ପରର ବିପରୀତ ଦିଗକୁ ପିଠି କରି ଚେୟାରରେ ବସି ଏମିତି ହରକତ୍ କରୁଥାନ୍ତି ଯେମିତି ଦୁହେଁ ନିଜ ପିଲାଦିନକୁ ଫେରି ଯାଇଛନ୍ତି। ଏ ସବୁ ଭିତରେ ପରସ୍ପରକୁ ମାରିବା ଓ ମୁହଁ ଛିଞ୍ଚାଡିବା ଭଳି ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ପିଙ୍ଗା ସୁଟିଂ ସମୟରେ ନିଜ କଷ୍ଟ୍ୟୁମ୍ ପିନ୍ଧି ଦୁହିଁଙ୍କ ଏମିତି ନଖରାମି ଏବେ ଭାଇରାଲ ହେବାରେ ଲାଗିଛି।