‘କାବୀଲ’ର ରିଲିଜକୁ ନେଇ ବଢ଼ୁଛି ସମସ୍ୟା

ମୁମ୍ବାଇ: ରିଲିଜ ପୂର୍ବରୁ ‘କାବୀଲ’କୁ ନେଇ ସମସ୍ୟା ଥମିବାର ନାଁ ଧରୁନାହିଁ। ପ୍ରଯୋଜକ ସୁଧାଂଶୁ ପାଣ୍ଡେ କପି ରାଇଟ୍‌ ଉଲ୍ଲଘଂନ ମାମଲାରେ ‘କାବୀଲ’ର ପ୍ରଯୋଜକ ରାକେଶ ରୋଶନ ଏବଂ ନିର୍ଦ୍ଦେଶକ ସଂଜୟ ଗୁପ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ‘କାବୀଲ’ ତାଙ୍କ କାହାଣୀ ଯାହାକୁ ସେ ଦେଖାଇବାକୁ ଚାହୁଁଥିଲେ।

ମୁମ୍ବାଇ କୋର୍ଟ ମାମଲାର ପ୍ରଥମ ଶୁଣାଣି ଶୁଣାଇ ସାରିଥିବା ବେଳେ ଏହାର ଦ୍ୱିତୀୟ ଶୁଣାଣି ଜାନୁଆରୀ ୨୦ରେ ହେବ। ଏହା ପୂର୍ବରୁ ‘କାବୀଲ’ର ରିଲିଜକୁ ନେଇ ରାକେଶ ରୋଶନ ଓ ଶାହାରୁଖ ଖାନ୍‌ଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିଲା।