ଆଲିଆଙ୍କୁ ମଧ୍ୟରାତ୍ରିରେ ଦେଖାକରିବାକୁ ଗଲେ ରଣବୀର! ଭାଇରାଲ୍‌ ହେଲା ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରିଲେସନ୍‌ସିପ୍‌ଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି। ଶୁଣାଯାଉଛି ଦୁହେଁ ପରସ୍ପରକୁ ଭଲପାଉଛନ୍ତି। ତେବେ ନିକଟରେ ଆଲିଆ ଏବଂ ରଣବୀରଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା।ଯେଉଁଥିରେ ମଧ୍ୟରାତ୍ରିରେ ରଣବୀରଙ୍କୁ ଆଲିଆଙ୍କ ବାଲକୋନିରେ ବସିଥିବାର ଦେଖିବାକୁ ମିଳିଛି। ସାଙ୍ଗରେ ଆଲିଆ ଏବଂ ତାଙ୍କ ବାପା ମହେଶ ଭଟ୍ଟ ମଧ୍ୟ ଅଛନ୍ତି। ତେବେ ଏହି ଭେଟଘାଟ ପଛରେ ଆଉ ଏକ କାରଣ ଚର୍ଚ୍ଚା ହେଉଛି।  କୁହାଯାଉଛି ଏହି ଦେଖାସାକ୍ଷାତ […]

ranbir-alia-ndtv_625x300_1530898076489

ranbir-alia-ndtv_625x300_1530898076489

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 10:45 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରିଲେସନ୍‌ସିପ୍‌ଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି। ଶୁଣାଯାଉଛି ଦୁହେଁ ପରସ୍ପରକୁ ଭଲପାଉଛନ୍ତି। ତେବେ ନିକଟରେ ଆଲିଆ ଏବଂ ରଣବୀରଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା।ଯେଉଁଥିରେ ମଧ୍ୟରାତ୍ରିରେ ରଣବୀରଙ୍କୁ ଆଲିଆଙ୍କ ବାଲକୋନିରେ ବସିଥିବାର ଦେଖିବାକୁ ମିଳିଛି। ସାଙ୍ଗରେ ଆଲିଆ ଏବଂ ତାଙ୍କ ବାପା ମହେଶ ଭଟ୍ଟ ମଧ୍ୟ ଅଛନ୍ତି। ତେବେ ଏହି ଭେଟଘାଟ ପଛରେ ଆଉ ଏକ କାରଣ ଚର୍ଚ୍ଚା ହେଉଛି।  କୁହାଯାଉଛି ଏହି ଦେଖାସାକ୍ଷାତ ବେଳେ ରଣବୀର ମହେଶ ଭଟ୍ଟଙ୍କୁ ନିଜ ବିଷୟରେ ଜଣାଇଛନ୍ତି।

ହେଲେ କଥାଟି କେତେଦୂର ସତ ସେ ବିଷୟରେ କିଛି ଜଣା ପଡିନି। ସେପଟେ ନିଜ ସମ୍ପର୍କକୁ ନେଇ ରଣବୀର ଏବଂ ଆଲିଆ ମଧ୍ୟ କିଛି କହୁନାହାଁନ୍ତି। ଉଭୟଙ୍କ ମଧ୍ୟରେ ଚାଲିଥିବା  ଲୁଚାଛପା ସମ୍ପର୍କ ସୋନମ୍‌ କପୁରଙ୍କ ରିସେପ୍‌ସନ୍‌ ସମୟରେ ସାମ୍ନାକୁ ଆସିଲା। ଏଥିସହ ଦୁହିଁକୁ ପରସ୍ପର ପରିବାର ସହ ଅନେକ ଥର ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଛି।

ଏଠାରେ ଆମେ କହିରଖୁଛୁ ଯେ, ଆଗକୁ ରଣବୀର ଏବଂ ଆଲିଆଙ୍କ ଅଭିନୀତ ଫିଲ୍ମ 'ବ୍ରହ୍ମାସ୍ତ୍ର' ରିଲିଜ୍‌ ହେବାରୁ ଯାଉଛି। ଏଥିରେ ରଣବୀର ଏବଂ ଆଲିଆଙ୍କ ସହ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos