ଏନସିବି ଲକ୍‌ଅପ୍‌ରେ ଆର୍ଯ୍ୟନଙ୍କୁ ମିଳୁଛି ରେଷ୍ଟୁରାଣ୍ଟ ଖାଦ୍ୟ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଗତ ୩ ଦିନ ହେବ ଏନସିବି କଷ୍ଟଡିରେ ଅଛନ୍ତି ବଲିଉଡର ବାହଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଏହି ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ସତ ଓଗାରିବାକୁ ଆର୍ଯ୍ୟନଙ୍କୁ  ୭ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି  । ଗତ ୩ ଦିନ ହେଲା ଏନସିବି ଲକ୍‌ଅପ୍‌ରେ ଥିବା ଏହି ହାଇ ପ୍ରୋଫାଇଲ୍‌ ଷ୍ଟାର କିଡ୍‌ଙ୍କୁ ଘରୁ ଖାଦ୍ୟ ମଗାଇବାକୁ ଅନୁମତି ମିଳିନି। […]

aryan

aryan

Niharika Rout
  • Published: Wednesday, 06 October 2021
  • Updated: 06 October 2021, 09:27 AM IST

Sports

Latest News

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଗତ ୩ ଦିନ ହେବ ଏନସିବି କଷ୍ଟଡିରେ ଅଛନ୍ତି ବଲିଉଡର ବାହଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଏହି ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ସତ ଓଗାରିବାକୁ ଆର୍ଯ୍ୟନଙ୍କୁ  ୭ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି  ।

ଗତ ୩ ଦିନ ହେଲା ଏନସିବି ଲକ୍‌ଅପ୍‌ରେ ଥିବା ଏହି ହାଇ ପ୍ରୋଫାଇଲ୍‌ ଷ୍ଟାର କିଡ୍‌ଙ୍କୁ ଘରୁ ଖାଦ୍ୟ ମଗାଇବାକୁ ଅନୁମତି ମିଳିନି। ଏନସିବି କାର୍ଯ୍ୟାଳୟ ନିକଟରେ ଥିବା ନ୍ୟାସନାଲ ହିନ୍ଦୁ ରେଷ୍ଟୁରାଣ୍ଟରୁ ଅନ୍ୟମାନଙ୍କ ପରି ଆର୍ଯ୍ୟନଙ୍କୁ ମଧ୍ୟ ଖାଦ୍ୟ ମିଳୁଛି। ଦିନକୁ ୨ ଥର ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଯାଇ ସମସ୍ତଙ୍କୁ ଦିଆଯାଉଛି। ସମସ୍ତେ ଏକସଙ୍ଗେ ବସି ଖାଉଥିବା ଜଣାଯାଇଛି।

ସବୁବେଳେ ସାଙ୍ଗଙ୍କ ସହ ପାର୍ଟିରେ ଫୁଲ୍‌ ମସ୍ତି କରୁଥିବା ଏହି ଷ୍ଟାର କିଡ ଏନସିବି ଲକ୍‌ଅପ୍‌ରେ  ବୋର୍‌ ହୋଇଯାଉଛନ୍ତି। ଏପରିକି ତାଙ୍କ ଫୋନ୍‌କୁ ଏନସିବି ଜବତ କରିନେଇଥିବା ବେଳେ ଟାଇମ୍‌ ପାସ୍‌ କରିବାକୁ ସେ ସାଇନ୍ସ ବହି ମଗାଉଛନ୍ତି । ଏନସିବି ଅଧିକାରୀ ମଧ୍ୟ  ଶାହରୁଖଙ୍କ ଗେହ୍ଲା ପୁଅକୁ ତାଙ୍କ ଡିମାଣ୍ଡ ମୁତାବକ ବହି ଯୋଗାଇ ଦେଇଛନ୍ତି।

ଶନିବାର ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇ ଆର୍ଯ୍ୟନଙ୍କ ସମେତ ଅନ୍ୟମାନଙ୍କୁ  ବାନ୍ଧିବା ସହ ସେମାନଙ୍କ ମୋବାଇଲକୁ ଜବତ କରାଯାଇଛି। ଅଭିଯୁକ୍ତଙ୍କ ହ୍ୱାଟସ୍‌ ଆପ୍‌ ଚାର୍ଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାରୁ ଏହାକୁ ଯାଞ୍ଚ ପାଇଁ ଗାନ୍ଧୀନଗରରେ ଥିବା ଦେଶର ସବୁଠୁ ବଡ଼ ଫରେନସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି। ଏନସିବି ହାତରେ ଲାଗିଥିବା ସୁରାଗ ଆଧାରରେ ଆଗାମୀ ଦିନରେ ଆହୁରି ବଡ଼ ଖୁଲାସା ହେବ ବୋଲି ଶୁଣିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos