ରିଲିଜି  ହୋଇଛି ଫିଲ୍ମ ‘କ୍ୟାଲେଣ୍ଡର ଗାର୍ଲସ’ ର ଟିଜର

ମୁମ୍ୱାଇ: ରିଲିଜି  ହୋଇଛି ଫିଲ୍ମ କ୍ୟାଲେଣ୍ଡର ଗାର୍ଲସର ଟିଜର। ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା  ହୋଇଛି। ମଧୁର ଭଣ୍ଡାରକର୍ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦେଖିବାକୁ ମିଳିବ କ୍ୟାଲେଣ୍ଡର ଗାର୍ଲସଙ୍କ ରିଅଲ୍ ଲାଇଫ୍ ପିକଚର୍। ରିଅଲିଷ୍ଟିକ୍ ଆପ୍ରୋଚ୍ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ନିର୍ଦ୍ଦେଶିକ ମଧୁର ଭଣ୍ଡାରକର ଏହି ଫିଲ୍ମରେ ମଧ୍ୟ ସମାନ ଫଣ୍ଡା ଆପ୍ଲାଏ କରିଛନ୍ତି। ଫିଲ୍ମ ପେଜ-ଥ୍ରୀ, ଫ୍ୟାଶନ୍ ଓ ହିରୋଇନ୍ ପରେ ପୁଣି ଗ୍ଲାମର ଦୁନିଆର ଭିତିରି କଥାକୁ ଦର୍ଶକଙ୍କ […]

claeder

claeder

Rakesh Mallick
  • Published: Tuesday, 07 July 2015
  • Updated: 08 July 2015, 03:57 AM IST

Sports

Latest News

ମୁମ୍ୱାଇ: ରିଲିଜି  ହୋଇଛି ଫିଲ୍ମ କ୍ୟାଲେଣ୍ଡର ଗାର୍ଲସର ଟିଜର। ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା  ହୋଇଛି। ମଧୁର ଭଣ୍ଡାରକର୍ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦେଖିବାକୁ ମିଳିବ କ୍ୟାଲେଣ୍ଡର ଗାର୍ଲସଙ୍କ ରିଅଲ୍ ଲାଇଫ୍ ପିକଚର୍। ରିଅଲିଷ୍ଟିକ୍ ଆପ୍ରୋଚ୍ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ନିର୍ଦ୍ଦେଶିକ ମଧୁର ଭଣ୍ଡାରକର ଏହି ଫିଲ୍ମରେ ମଧ୍ୟ ସମାନ ଫଣ୍ଡା ଆପ୍ଲାଏ କରିଛନ୍ତି। ଫିଲ୍ମ ପେଜ-ଥ୍ରୀ, ଫ୍ୟାଶନ୍ ଓ ହିରୋଇନ୍ ପରେ ପୁଣି ଗ୍ଲାମର ଦୁନିଆର ଭିତିରି କଥାକୁ ଦର୍ଶକଙ୍କ ସାମ୍ନାକୁ ଆଣୁଛନ୍ତି ଭଣ୍ଡାରକର୍। ଫିଲ୍ମରେ ରହିଛି ୫ଜଣ ମଡେଲଙ୍କ କାହାଣୀ। କ୍ୟାଲେଣ୍ଡର ପାଇଁ ଫଟୋ ସୁଟ୍ କରିବା ପରେ ଗ୍ଲାମର ଇଣ୍ଡଷ୍ଟ୍ରିରେ ପାଆନ୍ତି କ୍ୟାଲେଣ୍ଡର ଗାର୍ଲସର ଆଖ୍ୟା। କ୍ୟାଲେଣ୍ଡର ବାହାରିବା ପରେ କିଭଳି ବଦଳିଯାଏ ସେମାନଙ୍କ ଜୀବନଶୈଳୀ ତାହା ହିଁ ରହିଛି ଫିଲ୍ମର ପୃଷ୍ଠଭୂମି।  ମଧୁର ଭଣ୍ଡାରକରଙ୍କର ପ୍ରାୟ ସବୁ ଫିଲ୍ମ ବିପଦ ମଧ୍ୟରେ ଛନ୍ଦି ହୋଇଯାଏ। ରିଲିଜ ପୂର୍ବରୁ ନେଇ ମଧ୍ୟ ବିବାଦ ଘନେଇବାରେ ଲାଗିଛି। ଏହି ଫିଲ୍ମରେ  ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ଆଙ୍କାକ୍ଷା ପୁରୀ, ଅଭନ୍ ମୋଦି, କାୟରା ଦତ୍ତ, ରୁହି ସିଂ ଏବଂ ସତ୍ତରୂପା ପାଇନି। ଆସନ୍ତା ଅଗଷ୍ଟରେ ରିଲିଜ ହେବ ଫିଲ୍ମ କ୍ୟାଲେଣ୍ଡର ଗାର୍ଲସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos