‘ସାବଧାନ ଇଣ୍ଡିଆ’ ଜରିଆରେ ରାକ୍ଷୀ କରିବେ କମ୍‌ ବ୍ୟାକ୍‌

ମୁମ୍ବାଇ: ବଲିଉଡ ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତ ‘ସାବଧାନ ଇଣ୍ଡିଆ’ର ଏକ ଏପିସୋଡ଼ ଜରିଆରେ ଛୋଟ ପରଦାରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ଏହି ଶୋ’ରେ ରାକ୍ଷୀ ଜଣେ ୩୦ ବର୍ଷୀୟା ନେଗେଟିଭ ମହିଳା ଚରିତ୍ରରେ ନଜର ଆସିବେ।

ଖବର ଅନୁଯାୟୀ ଶୋରେ ଅଭିନୟ ପାଇଁ ରାକ୍ଷୀଙ୍କୁ ପଚରାଯାଇଥିବା ବେଳେ ସେ ତୁରନ୍ତ ରାଜି ହୋଇଥିବା କଥା କହିଛନ୍ତି। ରାଜନୀତି ପାଇଁ ସୁଟିଂରୁ କିଛିଦିନ ପାଇଁ ବ୍ରେକ୍‌ ନେଇଥିବା ରାକ୍ଷୀ ଏବେ ଏହି ଲୋକପ୍ରିୟ ଶୋ ମାଧ୍ୟମରେ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସିବେ।