କ୍ୟାପସନ୍‌ ସହ ଟ୍ୱିଟ୍‌ ହେଲା ‘ରଇସ୍‌’ର ଦୁଇଟି ନୂଆ ପୋଷ୍ଟର

ମୁମ୍ବାଇ: ଜାନୁଆରୀ ୨୫ରେ ରିଲିଜ ଅପେକ୍ଷାରେ ଥିବା ‘ରଇସ୍‌’ର ରିଲିଜ ହୋଇଛି ଆଉ ଦୁଇଟି ନୂଆ ପୋଷ୍ଟର। ଗୋଟିଏ ପୋଷ୍ଟରରେ ଶାହାରୁଖଙ୍କ ସହ ଅଭିନେତ୍ରୀ ମାହୀରା ଖାନ୍‌ ରହିଥିବା ବେଳେ ଆଉ ଏକ ପୋଷ୍ଟରରେ ଶାହାରୁଖଙ୍କ ମୁଣ୍ଡରେ କଳା କାଫିଆ ସହ କଳା ଚଷମାରେ ଦେଖାଯାଇଛି।

ଏହି ଦୁଇ ନୂଆ ପୋଷ୍ଟରକୁ ଶାହାରୁଖ ଦୁଇଟି କ୍ୟାପସନ୍ ସହ ଟ୍ୱିଟ୍‌ କରିଛନ୍ତି। ମାହୀରାଙ୍କ ପୋଷ୍ଟରେ ଶାହାରୁଖ “ତୁ ସମ୍ମା ହେ ତୋ ୟାଦ୍‌ ରଖନା… ମେ ଭି ହୁଁ ପରୱାନା” ଏବଂ ଆଉ ଏକ ପୋଷ୍ଟରରେ “ଓଃ ଜାଲିମା” ଲେଖିଛନ୍ତି।