ପୁଣି ଏକାଠି ନଜର ଆସିବେ କିଙ୍ଗ ଖାନ୍ ଓ ସୁଲତାନ୍

ମୁମ୍ବାଇ: ସିନେପ୍ରେମୀଙ୍କ ପାଇଁ ଖୁସୀ ଖବର। ଦୀର୍ଘ ୧୫ ବର୍ଷ ଅପେକ୍ଷା ପରେ ପୁଣିଥରେ ସଲମାନ ଓ ଶାହାରୁଖଙ୍କୁ ଏକାଠି ଦେଖିବାକୁ ମିଳିବ ବଡ ପରଦାରେ। ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଟ୍ୟୁବଲାଇଟ’ ୨୩ ଜୁନରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଶାହାରୁଖ ସ୍ପେସାଲ ଅପିୟରେନ୍ସ ଦେବେ।

ଶାହାରୁଖଙ୍କ ରୋଲ ସମ୍ବନ୍ଧରେ ଏହି ଫିଲ୍ମର ଡାଇରେକ୍ଟର ‘କବୀର ଖାନ’ ମିଡିଆକୁ କହିଛନ୍ତି ଯେ ଏହା ଏକ ବହୁତ ଇମୋସନାଲ କ୍ୟାରେକ୍ଟର ହୋଇଥିବା ବେଳେ ଏହି ରୋଲ ପାଇଁ ଏକ ସୁପରଷ୍ଟାରର ହିଁ ଦରକାର ଥିଲା। ଆପଣ ଫିଲ୍ମ ଦେଖିଲେ ବୁଝିପାରିବେ ଯେ ଏହି ରୋଲ୍‌ ପାଇଁ ଏକ ସୁପରଷ୍ଟାରର କଣ ପାଇଁ ଦରକାର ଥିଲା। ତେବେ ଦୀର୍ଘଦିନର ଅପେକ୍ଷା ପରେ ପୁଣି ଥରେ ଏହି ଦୁଇ ସୁପରଷ୍ଟାରଙ୍କୁ ଏକାଠି ବଡପରଦାରେ ଦେଖିବାକୁ ସୁଯୋଗ ପାଇବେ ଦର୍ଶକ।

News Courtesy-ndtv

Picture Courtesy-mid-day.com