ସାରାଙ୍କ ଭିଡିଓ, ମା’ ଲୁଚାଇଲେ ମୁହଁ

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍‌ ନିକଟରେ ଭାଇ ଇବ୍ରାହିମ୍‌ଙ୍କ ସହିତ ‘ହେଲୋ ମାଗାଜିନ୍‌’ ପାଇଁ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ ସାରା ଏକ ଭିଡିଓ ସୋଶାଲ୍‌ ମିଡିଆରେ ଶେଆର୍‌ କରି ଚର୍ଚ୍ଚାକୁ ଆସିଛନ୍ତି, ଯାହାକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍ କରିଛନ୍ତି। ଏଥିରେ ସାରା ଓ ତାଙ୍କ ମା’ ଅମୃତା ଏକ ରେଷ୍ଟୁରାଣ୍ଟରେ ଥିବା ଦେଖିବାକୁ ମିଳିଛି। ସେମାନଙ୍କ ଟେବୁଲ୍‌ରେ ଅଛି […]

sara

sara

Jitendra Garnayak
  • Published: Monday, 07 October 2019
  • Updated: 07 October 2019, 03:55 PM IST

Sports

Latest News

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍‌ ନିକଟରେ ଭାଇ ଇବ୍ରାହିମ୍‌ଙ୍କ ସହିତ ‘ହେଲୋ ମାଗାଜିନ୍‌’ ପାଇଁ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ ସାରା ଏକ ଭିଡିଓ ସୋଶାଲ୍‌ ମିଡିଆରେ ଶେଆର୍‌ କରି ଚର୍ଚ୍ଚାକୁ ଆସିଛନ୍ତି, ଯାହାକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଛନ୍ତି।

ଏହି ଭିଡିଓକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍ କରିଛନ୍ତି। ଏଥିରେ ସାରା ଓ ତାଙ୍କ ମା’ ଅମୃତା ଏକ ରେଷ୍ଟୁରାଣ୍ଟରେ ଥିବା ଦେଖିବାକୁ ମିଳିଛି। ସେମାନଙ୍କ ଟେବୁଲ୍‌ରେ ଅଛି କିଛି ସାଉଥ୍‌ ଇଣ୍ଡିଆନ୍‌ ଖାଦ୍ୟ। ସେଥିରେ ଗୋଟିଏ ବଡ଼ ଦୋସା ବି ରହିଛି, ଯାହାକୁ ତିନିଟି ପ୍ଲେଟ୍‌ରେ ରଖାଯାଇଛି।

ଫିଲ୍ମକୁ ଆସିବା ପୂର୍ବରୁ ନିଜ ଓଜନକୁ ନେଇ ସାରା ଚିନ୍ତିତ ଥିଲେ ବୋଲି ଶୁଣିବାକୁ ମିଳିଥିଲା। ଓଜନ କମ୍‌ କରିବା ପାଇଁ ସେ କଡ଼ା ଡାଏଟ୍‌ ମଧ୍ୟ ଫଲୋ କରୁଥିଲେ। କିନ୍ତୁ ସାରାଙ୍କର ଏହି ଭିଡିଓ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କର ବି ଏମିତି ଖାଦ୍ୟାଭ୍ୟାସ ଥିବ ବୋଲି ଆପଣ ବିଶ୍ୱାସ କରିବେ ନାହିଁ।

https://www.instagram.com/p/B3TZFywlBSY/?utm_source=ig_web_copy_link

ସାରା ଏହି ଭିଡିଓ ଶୁଟ୍‌ କରୁଥିବା ବେଳେ ଅମୃତା ମୁହଁ ଲୁଚାଉଥିବା ଦେଖିବାକୁ ମିଳିଛି। ତା’ ସହିତ ସାରା ତାଙ୍କୁ ଆଜି ଏସବୁ ଖାଦ୍ୟ କାହିଁକି ଓ କ’ଣ ପାଇଁ ଖାଉଛନ୍ତି ବୋଲି ପଚାରୁଥିବାର ଶୁଣିବାକୁ ମିଳିଛି।

ଏହି ଭିଡିଓରେ କ୍ୟାପସନ୍‌ ଦେଇ ସାରା ଲେଖିଛନ୍ତି, ‘ଯେତେବେଳେ ମମି ଓ ମୁଁ ଖାଇବା ପାଇଁ ପ୍ରସ୍ତୁତ ହେଉ, ସେତେବେଳେ ଡାଏଟ୍‌ କଥା ଚିନ୍ତା କରୁନି, କେବଳ ଚିଟ୍‌ କରୁ। ଏପରି ଖାଦ୍ୟ ଖାଇବା ଆମ ପାଇଁ ନୂଆ ନୁହେଁ। ଏପରିକି ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଉଥିବା ଲୋକେ ମଧ୍ୟ ଆମକୁ ସେମାନଙ୍କ ସିଟ୍‌ ଦେଇଦେବା ଉଚିତ୍।’

ସୂଚନାଯୋଗ୍ୟ, ଫିଲ୍ମରେ ଅଭିନୟ କରିବା ପାଇଁ ନିଷ୍ପତ୍ତି ନେବା ପରେ ସାରା ତାଙ୍କ ଓଜନ କମ୍‌ କରିଥିଲେ। କଲେଜ୍‌ରେ ପଢ଼ିବା ବେଳେ ତାଙ୍କର ଓଜନ ୯୬ କିଲୋ ଥିଲା। ବର୍ତ୍ତମାନ ସାରା ‘କୁଲି ନମ୍ୱର ୧’ ଫିଲ୍ମ ପାଇଁ ବରୁଣ ଧାୱନଙ୍କ ସହିତ ଶୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos