ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପରେ ଏବେ ମିଷ୍ଟର ଇଣ୍ଡିଆର କ୍ୟାଲେଣ୍ଡର ଚରିତ୍ରରେ ଅଭିନୟ କରିଥିବା ସତୀଶ କୌସିକ୍ ଦିଲ୍ଲୀର ରଜୋରୀ ଗାର୍ଡେନ୍ ଅଞ୍ଚଳରେ ଏକ ରେସ୍ତୋରାଁ ଖୋଲିଛନ୍ତି।
ଏହାର ନାମ ମଧ୍ୟ ସେ ‘ମିଷ୍ଟର ଇଣ୍ଡିଆ’ରେ ତାଙ୍କ ଚରିତ୍ରର ନାଁ ‘କ୍ୟାଲେଣ୍ଡର୍ସ କିଚେନ୍’ ନାମରେ ନାମିତ କରିଛନ୍ତି। ରେସ୍ତୋରାଁର ନାମ ‘କ୍ୟାଲେଣ୍ଡର୍ସ କିଚେନ୍’ କାହିଁକି ରଖିଛନ୍ତି ବୋଲି ପଚାରିବାରୁ ସେ କହିଛନ୍ତି, “ଫିଲ୍ମରେ ତାଙ୍କର ଏହି ନାଁ ସହ ଚରିତ୍ରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେଣୁ ସେ ଏହି ନାଁ ବାଛିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି, “ଦିଲ୍ଲୀ ଜନତା ଖୁବ୍ ଖାଦ୍ୟ ପ୍ରେମୀ ଏବଂ ‘କ୍ୟାଲେଣ୍ଡର କିଚେନ୍ରେ’ ଚାଇନିସ୍ ଠାରୁ ଆରମ୍ଭ କରି ଥାଇ ପର୍ଯ୍ୟନ୍ତ ସବୁ ପ୍ରକାର ଖାଦ୍ୟର ସ୍ୱାଦ ଏଠାରେ ପାଇପାରିବେ। ଏହାଛଡ଼ା ଏକ ସୁନ୍ଦର ପରିବେଶର ମଧ୍ୟ ମଜା ନେଇ ପାରିବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।