ସେପ୍ଟେମ୍ବରରେ ପରଦାକୁ ଆସିବ ଭାରତର ତୃତୀୟ ସଂସ୍କୃତ ଫିଲ୍ମ

ଥିରୁଅନନ୍ତପୁରମ: ଆସନ୍ତା ସେପ୍ଟେମ୍ବର ମାସରେ ରିଲିଜ୍ ହେବ ଭାରତର ତୃତୀୟ ସଂସ୍କୃତ ଫିଲ୍ମ। ୧୭ଶ ଶତାବ୍ଦୀର ପ୍ରସିଦ୍ଧ କେରଳୀ କବି ଉନ୍ନାୟି ୱାରିୟରଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମଟିର ନାଁ ରଖାଯାଇଛି ‘ପ୍ରିୟମାନସମ୍’। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିନୋଦ ମଙ୍କର। ଏଇ ସପ୍ତାହରୁ ଫିଲ୍ମଟି ସୁଟିଂ ଆରମ୍ଭ ହେବ। ସବୁ କାମ ଶେଷ ହୋଇଯିବା ପରେ ଏହା ବନିଯିବ ଭାରତୀୟ ସିନେମା ଇତିହାସର ତୃତୀୟ ସଂସ୍କୃତ ଫିଲ୍ମ। ଏହା ପୂର୍ବରୁ ପ୍ରସିଦ୍ଧ ଫିଲ୍ମ ନିର୍ମାତା […]

priyamanasam

priyamanasam

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 06:01 AM IST

Sports

Latest News

ଥିରୁଅନନ୍ତପୁରମ: ଆସନ୍ତା ସେପ୍ଟେମ୍ବର ମାସରେ ରିଲିଜ୍ ହେବ ଭାରତର ତୃତୀୟ ସଂସ୍କୃତ ଫିଲ୍ମ। ୧୭ଶ ଶତାବ୍ଦୀର ପ୍ରସିଦ୍ଧ କେରଳୀ କବି ଉନ୍ନାୟି ୱାରିୟରଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମଟିର ନାଁ ରଖାଯାଇଛି ‘ପ୍ରିୟମାନସମ୍’। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିନୋଦ ମଙ୍କର। ଏଇ ସପ୍ତାହରୁ ଫିଲ୍ମଟି ସୁଟିଂ ଆରମ୍ଭ ହେବ। ସବୁ କାମ ଶେଷ ହୋଇଯିବା ପରେ ଏହା ବନିଯିବ ଭାରତୀୟ ସିନେମା ଇତିହାସର ତୃତୀୟ ସଂସ୍କୃତ ଫିଲ୍ମ। ଏହା ପୂର୍ବରୁ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଜି.ଭି ଆୟର ସଂସ୍କୃତ ଭାଷାରେ ଦୁଇଟି ଫିଲ୍ମ ନିର୍ମାଣ କରିଥିଲେ। ସେଗୁଡ଼ିକ ହେଉଛି ‘ଆଦି ଶଙ୍କରାଚାର୍ଯ୍ୟ’ ଓ ‘ଭାଗବତ ଗୀତା‘। ୧୯୮୩ରେ ରିଲିଜ୍ ହୋଇଥିଲା ‘ଆଦି ଶଙ୍କରାଚାର୍ଯ୍ୟ’। ଆଉ ଏହାର ୧୦ ବର୍ଷ ପରେ ୧୯୯୩ରେ ରିଲିଜ୍ ହୋଇଥିଲା ‘ଭାଗବଦ ଗୀତା’। ଦୁଇଟି ଯାକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ନିଜେ ଜି.ଭି ଆୟର। ଏହି ଦୁଇଟି ଫିଲ୍ମ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ।

vinu

’ପ୍ରିୟମାନସମ୍’ର ନିର୍ଦ୍ଦେଶକ ବିନୋଦ ମଙ୍କର କହିଛନ୍ତି ଯେ ସେ ସଂସ୍କୃତ ଭାଷାକୁ ଖୁବ୍ ଭଲ ପାଆନ୍ତି। ମୃତ ପ୍ରାୟ ଏହି ଭାଷାକୁ ଉଦ୍ଧାର କରିବା ପାଇଁ ସେ କିଛି କରିବାକୁ ଚାହୁଁଥିଲେ। ତେଣୁ ଏହି ଫିଲ୍ମଟି ନିର୍ମାଣ କରୁଛନ୍ତି। ପୁଣି ବହୁ ବର୍ଷ ହେଲା ସଂସ୍କୃତ ଭାଷାରେ ଫିଲ୍ମଟିଏ କରିବାକୁ ଭାରି ଇଚ୍ଛା ଥିଲା। ଏକ ସଂସ୍କୃତ ଫିଲ୍ମ କେବେ ହେଲ ବକ୍ସ ଅଫିସରେ ହଙ୍ଗାମା କରିପାରିବ ନାହିଁ। ଏପରିକି ରିଲିଜ୍ କରିବା ପାଇଁ ଥିଏଟର ମିଳିବ କି ନାହିଁ ଜଣାନାହିଁ। ତଥାପି ସେ ଏହି ଫିଲ୍ମଟି ତିଆରି କରିବାକୁ ପ୍ରସ୍ତୁତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos