ସକାଳେ ଯୋଗ, ରାତିରେ...

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେଆର୍‌ କରି ଟ୍ରୋଲର ଶିକାର ହୋଇଛନ୍ତି। ସୋଶାଲ୍‌ ମିଡିଆ ୟୁଜରମାନେ ତାଙ୍କୁ ନିନ୍ଦା କରିବା ସହିତ ବିଭିନ୍ନ ଖରାପ ପ୍ରତିକ୍ରିୟା ଦେଇ ଟ୍ରୋଲ୍‌ କରୁଛନ୍ତି। ଏହି ଭିଡିଓରେ ଶିଳ୍ପା ଏକ ପାର୍ଟିରେ ପ୍ଲେଟ୍ ଭାଙ୍ଗି ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ତାଙ୍କର କିଛି ସାଥୀ ଭଙ୍ଗା ପ୍ଲେଟ୍ ଉପରେ ନାଚ କରୁଥିବା ବେଳେ ଆଉ କିଛି ସାଥୀ ପ୍ଲେଟ୍ ଫୋପାଡ଼ି ଭାଙ୍ଗୁ […]

sssss

sssss

Puspanjali Panda
  • Published: Wednesday, 18 September 2019
  • Updated: 18 September 2019, 12:43 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେଆର୍‌ କରି ଟ୍ରୋଲର ଶିକାର ହୋଇଛନ୍ତି। ସୋଶାଲ୍‌ ମିଡିଆ ୟୁଜରମାନେ ତାଙ୍କୁ ନିନ୍ଦା କରିବା ସହିତ ବିଭିନ୍ନ ଖରାପ ପ୍ରତିକ୍ରିୟା ଦେଇ ଟ୍ରୋଲ୍‌ କରୁଛନ୍ତି।

ଏହି ଭିଡିଓରେ ଶିଳ୍ପା ଏକ ପାର୍ଟିରେ ପ୍ଲେଟ୍ ଭାଙ୍ଗି ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ତାଙ୍କର କିଛି ସାଥୀ ଭଙ୍ଗା ପ୍ଲେଟ୍ ଉପରେ ନାଚ କରୁଥିବା ବେଳେ ଆଉ କିଛି ସାଥୀ ପ୍ଲେଟ୍ ଫୋପାଡ଼ି ଭାଙ୍ଗୁ ଥିବାର ଦେଖିବାକୁ ମିଳିଛି। ଏପରିକି ଶିଳ୍ପା ମଧ୍ୟ ପ୍ଲେଟ୍ ଭାଙ୍ଗୁ ଥିବା ଦେଖିବାକୁ ମିଳିଛି।

ଭିଡିଓଟିକୁ ଶେଆର୍‌ କରି ଶିଳ୍ପା ଲେଖିଛନ୍ତି, “ପ୍ଲେଟ୍‌ ଭାଙ୍ଗନ୍ତୁ ଓ ଏଗୁଡ଼ିକୁ ଧୋଇବା ଚିନ୍ତାରୁ ମୁକ୍ତି ପାଆନ୍ତୁ। ପାର୍ଟିରେ ବହୁତ ଏନଜୟ କଲି। ଏହା ଏକ ପରଫେକ୍ଟ ନାଇଟ୍‌ ଥିଲା। ପ୍ଲେଟ୍‌ଗୁଡ଼ିକୁ ଭାଙ୍ଗି ସବୁ ନକାରାତ୍ମକ ଚିନ୍ତାକୁ ଦୂର କରିବାର ଏହା ଏକ ବଢ଼ିଆ ଉପାୟ।”

https://www.instagram.com/p/B2hkA1XhQ9p/?utm_source=ig_web_copy_link

ଶିଳ୍ପାଙ୍କର ଏହି ଭିଡିଓ ଭାଇରାଲ୍‌ ହେବା ପରେ ୟୁଜର୍ସ ତାଙ୍କୁ ସମାଲୋଚନା କରି ପ୍ଲେଟ୍‌ ନ ଭାଙ୍ଗିବା ପାଇଁ ପରାମର୍ଶ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଲୋକ ପ୍ଲେଟ୍‌ ସାଇତି କରି ରଖୁଛନ୍ତି, କିନ୍ତୁ ଏମାନଙ୍କୁ ଦେଖ...’

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏମିତି କରି ଯେଉଁମାନେ ପ୍ଲେଟ୍ ତିଆରି କରୁଛନ୍ତି, ସେମାନଙ୍କୁ ଅସମ୍ମାନ କରାଯାଉଛି। ଲାଜ ଲାଗିବା କଥା।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ବହୁତ ପଇସା ଅଛି ନା। ପ୍ଲେଟ୍‌ ଭାଙ୍ଗିବା ଏମାନଙ୍କ ପାଇଁ ବହୁତ ସହଜ। ସେହି ଲୋକଙ୍କୁ ପଚାରନ୍ତୁ, ଯେଉଁମାନେ ଗୋଟିଏ ପ୍ଲେଟ କିଣି ପାରୁନାହାନ୍ତି।’

ଏପରିକି ଜଣେ ୟୁଜର ଏ ଭିଡିଓ ଦେଖିବା ପରେ ଶିଳ୍ପାଙ୍କ ଯୋଗ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ତୁମେ ଜାଣିନ କେତେ ନଷ୍ଟ କରିଛ। କିଛି ଭଲ କରନ୍ତୁ। ଦିନରେ ଯୋଗ କରୁଛ ଓ ରାତିରେ ଏପରି ସମ୍ପତ୍ତି ନଷ୍ଟ କରୁଛ। ତୁମେ ବହୁତ ଶସ୍ତା। ଲାଜ ଲାଗିବା କଥା।’

ସୂଚନାଯୋଗ୍ୟ, ବର୍ତ୍ତମାନ ଶିଳ୍ପା ‘ନିକ୍କମା’ ଫିଲ୍ମର ଶୁଟିଂ କରୁଛନ୍ତି। ଫିଲ୍ମଟି କେବେ ରିଲିଜ୍‌ ହେବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos