ସୋନମ୍ ଖୋଜୁଛନ୍ତି ପ୍ରପର୍ଟି: ଇଏ କଣ ବିବାହର ଆୟୋଜନ?

ମୁମ୍ବାଇ: ବଲିଉଡର ବବ୍‌ଲି ଗାର୍ଲ ସୋନମ କପୁର ଖୁବଶୀଘ୍ର ଆଉ କାହାର ହେବାକୁ ଯାଉଛନ୍ତି। ଏହି ନାୟିକା ଜଣକ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି। କିଛି ମାସ ହେଲା ସୋନମ ଓ ଆନନ୍ଦ ଆହୁଜାଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଆନନ୍ଦ ଏବଂ ସୋନମ୍‌ଙ୍କୁ ସବୁ ପାର୍ଟି ଓ ଉତ୍ସବରେ ଦେଖିବାକୁ ମଳୁଛି। କିନ୍ତୁ ତାଙ୍କ ଫ୍ୟାନଙ୍କର ଏହି ପ୍ରଶ୍ନକୁ ଏଡାଇ ଦିଅନ୍ତି ଲଭ୍‌ ବାର୍ଡ। କିନ୍ତୁ କଥା କେବେ ଲୁଚି ରହେନା, ଖବର ମଳିଛି ବହୁତ ଶୀଘ୍ର ସେମାନଙ୍କର ର୍ନିବନ୍ଧ ହେବାକୁ ଯାଉଛି। ଆନନ୍ଦ ଆହୁଜା ଜଣେ ମଡେଲର୍ ଓ ବଡ ବିଜନେସ ମ୍ୟାନ୍ ହୋଇଥିବାବେଳେ ବ୍ୟବସାୟ ଛାଡି ଅଧିକ ସମୟ କପୁର ପରିବାରରେ ବିତାଉଛନ୍ତି। ତେବେ ସୋନମ ଓ ଆନନ୍ଦ ଦୁହେଁ ମିଶି ବାନ୍ଦ୍ରାରେ ପ୍ରପର୍ଟି କିଣିବାକୁ ଚାହୁଁଥିବା ଜଣାପଡିଛି। ଦର୍ଶକ ବି ଖୁବ ଚାଲାକ, ଏଥିରୁ ସେମାନେ ସ୍ପଷ୍ଟ ଜାଣିସାରିଲେଣି କି ଆଗକୁ କଣ ହେବାକୁ ଯାଉଛି।

News Picture Courtesy – aajtak