ମୁମ୍ବାଇ: ଶାହୀଦ୍ ଓ ସୋନମ କପୁରଙ୍କୁ ‘ପେଟା’ ତରଫରୁ ୨୦୧୬ର ସବୁଠୁ ହଟ୍ ଭେଜିଟାରିଆନ୍ ଭାରତୀୟ ଭାବେ ସମ୍ମାନିତ କରାଯାଇଛି। ଏହି ଖବରକୁ ସୋନମ ଟ୍ୱିଟ୍ ଜରିଆରେ ଜଣାଇଛନ୍ତି। ଦୁହେଁ ପଞ୍ଜାବୀ ପରିବାରରୁ ହୋଇଥିଲେ ମଧ୍ୟ ସେମାନେ ନନ୍ ଭେଜ୍ ଖାଦ୍ୟରୁ ସବୁବେଳେ ଦୂରେଇ ରହୁଥିବା କଥା କହିଛନ୍ତି।
ଏକ ଖବରକାଗଜକୁ ସାକ୍ଷାତକାରରେ ସୋନମ କହିଛନ୍ତି, ସେ ୪ ରୁ ୫ ବର୍ଷ ହେବ ନନ୍ ଭେଜ୍ ଖାଇବା ଛାଡ଼ି ଦେଇଛନ୍ତି। ଅନ୍ୟ ପଟେ ଶହୀଦ୍ଙ୍କ ସବୁ ପଶୁ, ପକ୍ଷୀଙ୍କ ପ୍ରତି ଭଲପାଇବା ତାଙ୍କୁ ଆମୀଷ ଖାଇବା ଠାରୁ ଦୂରେଇ ରଖିଥିବା କଥା ସେ କହିଛନ୍ତି।
‘ପେଟା’ର ଖବର ମୁତାବକ ଶାହୀଦ୍ ଓ ସୋନମ ଏହି ପ୍ରତିଯୋଗିତାରେ ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, କଙ୍ଗନା, ଆର୍.ମାଧବନ ଏବଂ ସନିଲିଓନିଙ୍କ ପରି ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟଲ ହାତେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।