ମନୀଷଙ୍କ ଶୋ’ରେ ଷ୍ଟାର୍ କିଡ୍‌ସଙ୍କ ଚମକ

ମୁମ୍ବାଇ: ଫ୍ୟାଶନ୍ ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କ ଏକ ରାମ୍ପ ଶୋ’ରେ ବୁଧବାର ସୁପରଷ୍ଟାର୍ ସଲମାନ ଖାନ ଓ କ୍ୟାଟ୍ରିନା କୈଫ ଦେଖିବାକୁ ମିଳିଥିଲା। ଉଭୟେ ରାମ୍ପକୁ ଓହ୍ଲାଇଥିଲେ। ଉଭୟଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା। ମନୀଷଙ୍କ ଏହି ଶୋ’କୁ ଅନେକ ସେଲିବ୍ରିଟି ଆସିଥିଲେ। କିନ୍ତୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ ଶ୍ରୀଦେବୀଙ୍କ ଦୁଇ ଝିଅ- ଜାହ୍ନବୀ ଓ ଖୁସୀ। ଦୁହିଁଙ୍କୁ ଗ୍ଲାମରସ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା। ସେମାନଙ୍କ ସହିତ ଈଶାନ ଖଟ୍ଟର ବି ଉପସ୍ଥିତ ଥିଲେ। ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ବି ଏହି ଶୋ’ରେ ଉପସ୍ଥିତ ଥିଲେ। ସେ ବି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ। ଏମାନେ ସମସ୍ତେ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ପୋଷାକ ପିନ୍ଧିଥିଲେ।

ଦେଖନ୍ତୁ ସେମାନଙ୍କର କିଛି ଫଟୋ:

dd
ଶ୍ରୀଦେବୀଙ୍କ ଦୁଇ ଝିଅ
sara
ସାରା
ଈଶାନ ଖଟ୍ଟରଙ୍କ ସହ ଜାହ୍ନବୀ ଓ ଖୁସୀ
(ସୌଜନ୍ୟ- ଏନ୍‌ଡିଟିଭି)