ଜାଣିଛନ୍ତି, କାହା କଥା ମାନି ‘ଖିଲିଜ୍‌’ ଚରିତ୍ରରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ ରଣବୀର?

ମୁମ୍ବାଇ: ସମସ୍ତେ ଜାଣନ୍ତି ରଣବୀର ସିଂହ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ଦକ୍ଷ ଅଭିନେତା। ଏହି କଥା ପୁଣି ଥରେ ପ୍ରମାଣିତ ହୋଇଛି ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ୍‌’ରେ। ଏହି ଫିଲ୍ମରେ ରଣବୀର ସିଂହ ଏକ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି। ସବୁବେଳେ ଫିଲ୍ମର ନାୟକ ଚରିତ୍ରରେ ଅଭିନୟ କରୁଥିବା ରଣବୀର ସିଂହ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ସେ ଏଥିରେ ଆଲ୍ଲାଉଦ୍ଦିନ୍‌ ଖିଲିଜ୍‌ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚରିତ୍ରର ଅଭିନୟ ପାଇଁ […]

ranvir

ranvir

Rakesh Mallick
  • Published: Sunday, 28 January 2018
  • Updated: 28 January 2018, 12:14 PM IST

Sports

Latest News

ମୁମ୍ବାଇ: ସମସ୍ତେ ଜାଣନ୍ତି ରଣବୀର ସିଂହ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ଦକ୍ଷ ଅଭିନେତା। ଏହି କଥା ପୁଣି ଥରେ ପ୍ରମାଣିତ ହୋଇଛି ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ୍‌’ରେ। ଏହି ଫିଲ୍ମରେ ରଣବୀର ସିଂହ ଏକ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି। ସବୁବେଳେ ଫିଲ୍ମର ନାୟକ ଚରିତ୍ରରେ ଅଭିନୟ କରୁଥିବା ରଣବୀର ସିଂହ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ସେ ଏଥିରେ ଆଲ୍ଲାଉଦ୍ଦିନ୍‌ ଖିଲିଜ୍‌ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚରିତ୍ରର ଅଭିନୟ ପାଇଁ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍‌ ଆକର୍ଷିତ କରିପାରିଛି। କିନ୍ତୁ ଜାଣିଛନ୍ତି ଏହି ଚରିତ୍ରରେ ଅଭିନୟ କରିବା ପାଇଁ ରଣବୀରଙ୍କୁ କିଏ ପରାମର୍ଶ ଦେଇଥିଲେ?

ରଣବୀର କହିଛନ୍ତି, ‘‘ଏହି ଚରିତ୍ରରେ ଅଭିନୟ କରିବାକୁ ସମସ୍ତେ ମତେ ମନା କରିଥିଲେ। ସମସ୍ତେ କହିଥିଲେ ଜଣେ ନାୟକ ପାଇଁ ଖଳନାୟକ ଭୂମିକା ଠିକ୍ ନୁହେଁ। କିନ୍ତୁ ମୁଁ କାହା କଥା ନଶୁଣି ମୋ ମନ କଥା ଶୁଣିଲି। ଏହି ଚରିତ୍ରକୁ ଏକ ଚ୍ୟାଲେଞ୍ଜର ଭାବେ ନେଲି। ଭଂଶାଲୀଙ୍କ କହିବା ଅନୁସାରେ ଚାଲିଲି। ଦୁଇ ବର୍ଷ ଧରି ଖୁବ୍‌ ପରିଶ୍ରମ କରିଛୁ ଯାହାର ପରିଶ୍ରମ ଫଳ ଆଜି ମିଳିଛି। ଲୋକଙ୍କଠାରୁ  ଖୁବ୍‌ ଭଲ ରେସ୍‌ପନ୍ସ ଆସିଛି।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos