ଦିନେ ରାସ୍ତା କଡ଼ରେ ସସ୍ ଓ ବେଲ୍ଟ ବିକ୍ରି କରୁଥିଲେ ‘ବିଦୁ ଭାଇ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଅଷ୍ଟମ ଶ୍ରେଣୀରେ ଫେଲ୍ ହୋଇଥିଲେ। ପାଖରେ ପଇସା ନଥିଲା ବୋଲି ରାସ୍ତା କଡ଼ରେ ସସ୍‌ ଏବଂ ବେଲ୍ଟ ବିକ୍ରି କରୁଥିଲେ। ଦାରିଦ୍ର୍ୟ ଏମିତି ମାଡ଼ି ବସିଥିଲା ଯେ ଆମିଷ ଟିକେ ଖାଇବାକୁ ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା। ଏ ହେଉଛି ଓଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍ ବିଦ୍ୟୁତ୍ କୁମାର ସେଠିଙ୍କ ସେହି ସଂଘର୍ଷମୟ ଜୀବନର ଗୋଟିଏ ଗୋଟିଏ ଫର୍ଦ୍ଦ। ବିଦ୍ୟୁତ୍ କୁମାର ସେଠିଙ୍କୁ ଅନେକ ଲୋକ ସ୍ନେହରେ ‘ବିଦୁ ଭାଇ’ ବୋଲି କହନ୍ତି। ‘ଦରିଦ୍ର’ର […]

bbb

bbb

Biswobandita Swain
  • Published: Thursday, 29 August 2019
  • Updated: 29 August 2019, 01:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଅଷ୍ଟମ ଶ୍ରେଣୀରେ ଫେଲ୍ ହୋଇଥିଲେ। ପାଖରେ ପଇସା ନଥିଲା ବୋଲି ରାସ୍ତା କଡ଼ରେ ସସ୍‌ ଏବଂ ବେଲ୍ଟ ବିକ୍ରି କରୁଥିଲେ। ଦାରିଦ୍ର୍ୟ ଏମିତି ମାଡ଼ି ବସିଥିଲା ଯେ ଆମିଷ ଟିକେ ଖାଇବାକୁ ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା। ଏ ହେଉଛି ଓଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍ ବିଦ୍ୟୁତ୍ କୁମାର ସେଠିଙ୍କ ସେହି ସଂଘର୍ଷମୟ ଜୀବନର ଗୋଟିଏ ଗୋଟିଏ ଫର୍ଦ୍ଦ।

ବିଦ୍ୟୁତ୍ କୁମାର ସେଠିଙ୍କୁ ଅନେକ ଲୋକ ସ୍ନେହରେ ‘ବିଦୁ ଭାଇ’ ବୋଲି କହନ୍ତି। ‘ଦରିଦ୍ର’ର ବନ୍ଧୁ ଓ ‘ପ୍ରତିଭା’ର ପ୍ରିୟ ଭାବେ ଜଣାଶୁଣା ‘ବିଦୁ ଭାଇ’ଙ୍କ ଜୀବନ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଛି। ବହୁତ କମ୍ ବର୍ଷରୁ ସେ ବଞ୍ଚିବା ପାଇଁ ସଂଘର୍ଷ କରିଛନ୍ତି।  ତାଙ୍କ ବାପା ଜଣେ ବ୍ୟବସାୟୀ ଥିଲେ ଓ ଭଲ ପଇସା ରୋଜଗାର କରୁଥିଲେ। ବେଶ୍‌ ଖୁସିରେ ତାଙ୍କ ପରିବାର ଚାଲିଥିଲା। ହେଲେ ‘ବିଦୁ ଭାଇ’ଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ଘର ଉପରକୁ ମାଡ଼ି ଆସିଲା ବିପଦ। ଅଚାନକ ତାଙ୍କ ବାପାଙ୍କ ବ୍ୟବସାୟ ଖୁବ୍ ମାନ୍ଦା ହୋଇଗଲା। ପରେ ପରେ ତାଙ୍କ ବାପାଙ୍କ ବ୍ୟବସାୟ ପୂରା ବନ୍ଦ ହୋଇଯାଇଥିଲା।

ବିଦ୍ୟୁତ୍‌ଙ୍କ  କହିବା ଅନୁଯାୟୀ, ବ୍ୟବସାୟ ବନ୍ଦ ହେବା ପରେ ତାଙ୍କ ବାପା ଯାହାର ଘର କାମ ହେଉଥିଲା, ସେଠାରେ ଯାଇ ନିଅଁ ଖୋଳୁଥିଲେ। ସେଠାରୁ ଯାହା ମିଳୁଥିଲା, ସେଥିରେ ଘର ପାଇଁ ଚାଉଳ କିଣା ହେଉଥିଲା। ଏମିତି ଅନେକ ଦିନ ସେ ଓ ତାଙ୍କ ପରିବାର ଲୋକେ ଖାଲି ଭାତ ଖାଇ ରହିଛନ୍ତି। ପଇସା ସରିଗଲେ ପଡ଼ୋଶୀଙ୍କୁ ଚାଉଳ ମାଗି ଚଳୁଥିଲେ। ଚାଉଳ ପାଛୁଡ଼ିବା ପରେ ଯେଉଁ ଖୁଦ (ଭଙ୍ଗା ଚାଉଳ) ରହିଯାଉଥିଲା, ପଡ଼ୋଶୀମାନେ ତାହାକୁ ଆମକୁ ଦେଉଥିଲେ। ଆଉ ତାକୁ ଖାଇ ତାଙ୍କ ପରିବାର କିଛି ଦିନ ରହିଯାଉଥିଲା।

ପରିବାରର ଘୋର୍ ଆର୍ଥିକ ଅସୁବିଧା ଦେଖି ବିଦ୍ୟୁତ୍‌ ଛୋଟ ବୟସରୁ ହିଁ ରୋଜଗାର କରିବାକୁ ଗୋଡ଼ କାଢ଼ିଥିଲେ। ସ୍କୁଲ୍ ବନ୍ଦ କରି ପ୍ରଥମେ ସେ ରାସ୍ତାକଡ଼ରେ ସସ୍ ଏବଂ ବେଲ୍ଟ ବିକ୍ରି କରିବା ଆରମ୍ଭ କରିଥିଲେ। ହେଲେ ତା’ ଭିତରେ ତାଙ୍କ ଭିତରେ ଥିବା ‘କଳା’ ମରି ନଥିଲା। ପିଲା ଦିନୁ ସେ ନାଚିବାକୁ ଭଲ ପାଉଥିଲେ। ପ୍ରତିକୂଳ ପରିସ୍ଥିତିରେ ବି ସେ ନାଚ ଜାରି ରଖିଥିଲେ। ଘର ପାଖ ଗଣେଶ ପୂଜା ହେଉ କିମ୍ବା କୌଣସି ପ୍ରୋଗ୍ରାମ୍‌ରେ ଆୟୋଜକ ତାଙ୍କୁ ନାଚିବା ପାଇଁ ଡାକୁଥିଲେ, ସେ ନିଶ୍ଚିତ ଯାଉଥିଲେ। ନାଚି ଆତ୍ମ ସନ୍ତୋଷ ସହିତ ପରିବାର ପାଇଁ କିଛି ଟଙ୍କା ପାଉଥିଲେ।  ଗୋଟେ ପ୍ରୋଗ୍ରମ୍‌ କଲେ ତାଙ୍କୁ ୫ ଟଙ୍କା ମିଳୁଥିଲା। ତାହା ବି ସେତେବେଳେ ତାଙ୍କ ପରିବାର ପାଇଁ ବହୁତ ବଡ଼ କଥା ଥିଲା।

ବିଭିନ୍ନ ପ୍ରୋଗ୍ରାମ୍‌ରେ ନାଚିବା ଜାରି ରହିଥିବା ବେଳେ ଧୀରେ ଧୀରେ ସେ ନାଚ ଶିଖାଇବା ଆରମ୍ଭ କରିଥିଲେ। ସେଥିରୁ ବି କିଛି ପଇସା ମିଳି ଯାଉଥିଲା। ତା’ପରେ କିଛି ଫିଲ୍ମରେ ବ୍ୟାକ୍ ଡ୍ୟାନ୍ସର ଭାବେ ନାଚିବାକୁ ସୁଯୋଗ ପାଇଥିଲେ। ଏତେ ସବୁ ପର୍ଯ୍ୟାୟ ଦେଇ ଗତି କରିବା ପରେ ସେ ଜଣେ ଲୋକପ୍ରିୟ କୋରିଓଗ୍ରାଫର ହୋଇପାରିଛନ୍ତି ଏବଂ ଅର୍ଥ ଯେ ଇଚ୍ଛାଶକ୍ତି ଆଗରେ ପ୍ରତିବନ୍ଧକ ସାଜି ନପାରେ, ତାକୁ ପୁଣି ପ୍ରମାଣିତ କରି ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story