ଇନ୍‌ଷ୍ଟାଗ୍ରାମରେ ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଲେ ସୁଜାନ୍‌

ମୁମ୍ବାଇ: ୪୨ବର୍ଷ ବୟସରେ ପଦାର୍ପଣ କରିଛନ୍ତି ହ୍ରିତିକ୍‌ ରୋଶନ୍‌। ବଲିଉଡର ଏହି ହ୍ୟାଣ୍ଡସମ୍‌ ହଙ୍କଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଇଣ୍ଡଷ୍ଟ୍ରିରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କିନ୍ତୁ ଚଳିତବର୍ଷ ହ୍ରିତିକ୍‌ଙ୍କୁ ଏକ ଖାସ୍‌ ଶୁଭକାମନା ମଧ୍ୟ ମିଳିଛି। ଶୁଭକାମନା ଆସିଛି ତାଙ୍କ ପୂର୍ବତନ ପତ୍ନୀ ସୁଜାନ୍‌ଙ୍କ ଠାରୁ।

ଖବର ମୁତାବକ ସୁଜାନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ହ୍ରିତିକ୍‌ ଓ ତାଙ୍କର ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।