ପାକିସ୍ତାନରେ ‘ଉଡ୍‌ତା ପଞ୍ଜାବ’ ମୁକ୍ତିଲାଭ ନେଇ ଆଶଙ୍କା

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଭାରତରେ ସଫଳତାର ‘ଉଡ୍‌ତା ପଞ୍ଜାବ’ ମୁକ୍ତିଲାଭ କରି ବ୍ୟବସାୟିକ ସଫଳତା ପାଇଥିବା ବେଳେ ପାକିସ୍ତାନରେ ଏହି ଫିଲ୍ମକୁ ମୁକ୍ତିଲାଭ ନେଇ ଆଶଙ୍କା ଉପୁଜିଛି। ପାକିସ୍ତାନ ଓ ସିନ୍ଧ ସେନ୍‌ସର ବୋର୍ଡ ଏହି ଫିଲ୍ମ ଦେଖିବା ପରେ କିଛି ପରିବର୍ତ୍ତନ କରି ଅନୁମତି ଦେବା ଆଶା କରାଯାଉଛି।

ପାକିସ୍ତାନ ଓ ସିନ୍ଧ ସେନ୍‌ସର ବୋର୍ଡ ଅଧ୍ୟକ୍ଷ ଫକର ଆଲାମ୍‌ କହିଛନ୍ତି,“ ବୋର୍ଡ ଏହି ଫିଲ୍ମକୁ ଦେଖି ସାରିଛି। ସେମାନେ କିଛି ଡିଷ୍ଟ୍ରିବ୍ୟୁଟରଙ୍କୁ ଫିଲ୍ମରେ କିଛି କାଟ୍‌ଛାଣ୍ଟ କରିବାକୁ ମତାମତ ଲୋଡିଛି। ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ମତାମତ ମିଳିବା ପରେ କିଛି ପରିବର୍ତ୍ତନ କରାଯାଇ ପାକିସ୍ତାନରେ ‘ଉଡ୍‌ତା ପଞ୍ଜାବ’ ରିଲିଜ୍‌ ହେବ। ଏହାସହ ଆମେ ଡିଷ୍ଟ୍ରିବ୍ୟୁଟରଙ୍କୁ ଫିଲ୍ମରେ ଥିବା କିଛି ଖରାପ ଭାଷାକୁ ବାଦ୍‌ ଦିଆଯିବାକୁ ମତାମତ ଲୋଡାଯାଇଛି। ମତାମତ ଆସିଲା ପରେ ଫିଲ୍ମ ମୁକ୍ତିଲାଭର ଦିନ ଧାର୍ଯ୍ୟ କରାଯିବା।”